ETV Bharat / state

କାର ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ: ଜଣେ ଗିରଫ, 4 ଦାମୀ କାର ଜବତ

ଧରା ପଡିଲା କାର ଲୁଟେରା ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ । ତା ନିକଟରୁ  ୪ଟି ବିଳାସପୂର୍ଣ କାର ଜବତ କରିଛି ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 3, 2019, 10:35 PM IST

କଟକ: କଟକ ପୋଲିସର ବଡ ସଫଳତା । ଧରା ପଡିଲା କାର ଲୁଟେରା ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ । ତେବେ ଏହି ଗ୍ୟାଙ୍ଗର ଅନ୍ୟ 2 ଜଣ ପୋଲିସ ପଞ୍ଝାରୁ ଖସିଯିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଗିରଫ ହୋଇଥିବା ଅପରାଧୀ ଜଣକ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ସଞ୍ଜୀବ କୁମାର ସ୍ୱାମୀ । ତାନିକଟରୁ ୪ଟି ବିଳାସପୂର୍ଣ୍ଣକାର ଜବତ କରିଛି ପୋଲିସ । ତେବେ ଫେରାର ଥିବା ଅନ୍ୟ ଅପରାଧୀ ଜଣକ ସୁଧାଂଶୁ ମାନସିଂହ ଓରଫ ବାବାଜୀ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ମୁତାବକ , ଏମାନେ ଏକ ଗ୍ରୁପ ମାଧ୍ୟମରେ ଏଭଳି କାଣ୍ଡ ଭିଆଉଥିଲେ। ତାଙ୍କ ଟାର୍ଗେଟରେ ଥିଲା ହୋଣ୍ଡା ଟୟୋଟା ଭଳି ନାମୀ ଦାମୀ କମ୍ପାନୀର ଗାଡି । ପ୍ରଥମେ ଗାଡି ମାଲିକଙ୍କ ଠାରୁ ନୂଆ ଗାଡି ଗୁଡିକ ମାସିକ ଭଡା ସୂତ୍ରରେ ନେଉଥିଲେ । ଚୁକ୍ତି ମୁତାବକ ମାଲିକଙ୍କୁ ପଇସା ଦେଇ ସେମାନଙ୍କ ବିଶ୍ୱସନୀୟ ହେଉଥିଲେ । କିଛି ମାସ ପରେ ଗାଡି ଗୁଡିକୁ ନେଇ ତେଲେଙ୍ଗାନା ଓ ବେଙ୍ଗାଲୁରୁ ଠାରେ ନକଲି କାଗଜପତ୍ର କରି ସୋସିଆଲ ମିଡ଼ିଆ ମାଧ୍ୟମରେ ବିକ୍ରି ପାଇଁ ବିଜ୍ଞାପନ ଦେଉଥିଲେ। ଏହା ପରେ ଗ୍ରାହକଙ୍କୁ ନକଲି କାଗଜପତ୍ର ଆଧାରରେ ଉକ୍ତ ଗାଡି ଗୁଡିକୁ ବିକ୍ରି କରୁଥିଲେ।

ତେବେ ଫେରାର ଥିବା ବାବାଜୀ ଓ ସାଥିକୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ଅଖିଳେସ୍ୱର ସିଂ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.