କଟକ: ସିଲଭରସିଟିରେ ରୀତିମତ ହେଉଛି ଗଞ୍ଜେଇ ଚାଲାଣ । ତେବେ ଏହି କ୍ରମରେ ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଲାଗିଛି ବିପୁଳ ପରିମାଣର ଗଞ୍ଜେଇ। କୋରାପୁଟରୁ ଦିଲ୍ଲୀକୁ ଏକ କୁଇଣ୍ଟାଲ 40 କେଜି ଗଞ୍ଜେଇ ଚାଲାଣ ହୋଇଥିଲାବେଳେ ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ଟାର୍ଗେଟ କରିଥିଲା ବିଭାଗ। ଗାଡିକୁ ଅଟକାଇ ଚେକିଂ କରିବାପରେ ଏକ ସିକ୍ରେଟ ଚାମ୍ବରରୁ ବାହାରିଥିଲା ବିପୁଳ ପରିମାଣ ଗଞ୍ଜେଇ ।
ତେବେ ଏହି ମାମଲାରେ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଭାଗ । ଏହାସହ ଏକ କାର ମଧ୍ୟ ଜବତ କରିଛି ବିଭାଗ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ