ETV Bharat / state

Cameraman Manas Murder Case: ଅଭିଯୁକ୍ତ ନିରଞ୍ଜନ ସେଠୀକୁ ସର୍ତ୍ତମୂଳକ ଜାମିନ

ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଆବଶ୍ୟକ ସର୍ତ୍ତପୂରଣ ପରେ ନିରଞ୍ଜନଙ୍କୁ ଜାମିନ ଦେବା ପାଇଁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

Cameraman Manas Murder Case
ଅଭିଯୁକ୍ତ ନିରଞ୍ଜନ ସେଠୀକୁ ସର୍ତ୍ତମୂଳକ ଜାମିନ
author img

By

Published : Dec 13, 2022, 10:45 AM IST

କଟକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ। ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଆବଶ୍ୟକ ସର୍ତ୍ତପୂରଣ ପରେ ନିରଞ୍ଜନଙ୍କୁ ଜାମିନ ଦେବା ପାଇଁ ନିମ୍ନ ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ନିରଞ୍ଜନ। ଏବେ ଝୁନା ଭୋଇ ଓ କୃଷ୍ଣଚନ୍ଦ୍ର ରାଉତଙ୍କ ଜାମିନ ଆବେଦନ ବିଚାରାଧୀନ ରହିଛି ।

ଏକ ୱେବ ପୋର୍ଟାଲ୍‌ରେ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ ମାନସ ସ୍ବାଇଁ । ତେବେ କୌଣସି ଏକ ବିବାଦୀୟ ଭିିଡିଓକୁ ନେଇ ମାନସକୁ ଅପହରଣ କରିନେଇଥିଲେ ୱେବ ପୋର୍ଟାଲର ମାଲିକାଣି ଓ ଅଭିଯୁକ୍ତ ନିରଞ୍ଜନ ସେଠୀ । ଏହି ଘଟଣାରେ ମୋଟ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ପୂର୍ବରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରି ସାରିଛି ପୋଲିସ । ଜୁଲାଇ 2 ତାରିଖରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଅଭିଯୁକ୍ତ ନିରଞ୍ଜନ ସେଠୀ ।

ଏବି ବି ପଢନ୍ତୁ...ଓକିଲ ଆନ୍ଦୋଳନ ପ୍ରସଙ୍ଗ: ୧୨ଜଣଙ୍କୁ ଗିରଫ କଲା ପୋଲିସ

ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ମାନସଙ୍କୁ କୌଣସି ଏକ ଓଜନିଆ ବସ୍ତୁ ସାହାଯ୍ୟରେ ଅତି ନିର୍ମମ ଭାବେ ମାଡ଼ ମରିଥିବା ତଦନ୍ତରୁ ଜଣାପଡିଥିଲା । ଏହି ମାଡ଼ ଯୋଗୁଁ ତାଙ୍କ ଛାତିର ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା ଏବଂ ଏହି କାରଣରୁ ମାନସଙ୍କ ମୃତ୍ୟୁ ଘଟିଥିଲା । ଏହାସହିତ ମୃତ୍ୟୁ ପୂର୍ବରୁ ତାଙ୍କୁ ଅକଥନୀୟ ଶାରୀରିକ ନିର୍ଯାତନା ଦିଆଯାଇଥିଲା । ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିବାକୁ ପୋଲିସ ତଦନ୍ତ କାର୍ଯ୍ୟ ଜୋରଦାର ଆଗେଇଥିଲା । ପୋଲିସକୁ ଚକମା ଦେବା ପରେ ବିଭିନ୍ନ ସ୍ଥାନ ପରିବର୍ତ୍ତନ କରୁଥିଲା ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ଘଟଣାର କିଛି ଦିନ ପରେ ଶର୍ମିଷ୍ଠାଙ୍କୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.