କଟକ: ଡିସେମ୍ବର ସୁଦ୍ଧା 50 ପ୍ରତିଶତ ଲୋକଙ୍କ ମଧ୍ୟରେ ଥିବ ଆଣ୍ଟିବଡି । କୋରୋନା ଯେଉଁ ମହାମାରୀ ରୂପ ନେଇଛି ତାହା ଆଉ କିଛି ସମୟ ମଧ୍ୟରେ ନିଷ୍କ୍ରିୟ ହେବାର ଆଶା କରାଯାଉଛି । କାରଣ ସେପ୍ଟେମ୍ବର ସୁଦ୍ଧା କୋରୋନା ବିସ୍ତାର କମିବା ନେଇ ଆକଳନ କରାଯାଉଛି ।
ତେବେ ଯାହା ଜଣାପଡୁଛି ସଂକ୍ରମଣ ତ ବୃଦ୍ଧି ପାଇବ । କିନ୍ତୁ ଭୟ କରିବାର କିଛି ନାହିଁ । ଧୀରେ ଧୀରେ ଶରୀରରେ ମଧ୍ୟ ଆଣ୍ଟିବଡି ମଧ୍ୟ ବୃଦ୍ଧି ହେବ । ଯାହା ଦ୍ୱାରା ମୃତ୍ୟୁ ସଂଖ୍ୟା କମିବ ବୋଲି କହିଛନ୍ତି କୋଭିଡ-19 ବୈଷୟିକ ମୁଖପାତ୍ର ଡକ୍ଟର ଜୟନ୍ତ ପଣ୍ଡା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ