ETV Bharat / state

ନିହାରିକାଙ୍କୁ ମାରିଲା କିଏ, ମୁହଁ ଖୋଲିଲେ ଭିଣୋଇ?

author img

By

Published : Sep 18, 2019, 12:34 PM IST

ନର୍ସ ନିହାରିକାଙ୍କ ଏଭଳି ବୀଭତ୍ସ ଭାବେ ହତ୍ୟାକୁ ନେଇ ମୁହଁ ଖୋଲିଛନ୍ତି ନିହାରିକାଙ୍କ ଭିଣୋଇ । ତାଙ୍କ କହିବା କଥା, ନିହାରିକାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିବା ସହ ତାଙ୍କ ମୁହଁକୁ କୌଣସି କେମିକାଲ ଦ୍ବାରା ନଷ୍ଟ କରାଯିବାକୁ ଉଦ୍ୟମ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଏବେ ଚର୍ଚ୍ଚାରେ ନର୍ସ ନିହାରିକାଙ୍କ ମୃତ୍ୟୁ ମାମଲା । ସମୟ ଗଡିବା ସହ ଘଟଣା ଆହୁରି ସନ୍ଦେହ ଘେରକୁ ଚାଲିଯାଉଛି । ପ୍ରଥମେ ନିଖୋଜ ଆଉ ଏହାର ଦଶ ଦିନ ପରେ ମିଳିଲା ନିହାରିକାଙ୍କ ମୃତଦେହ । ହେଲେ ଏହି ହତ୍ୟାକାଣ୍ଡରେ ନିହାରିକାଙ୍କ ବୟଫ୍ରେଣ୍ଡ ରାଜାଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ଉପୁଜିଥିବାବେଳେ ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କେଉଁ କାରଣରୁ ଓ କାହିଁକି ନିହାରିକାଙ୍କୁ ହତ୍ୟା କରାଗଲା ?

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ତେବେ ଏହାରି ମଧ୍ୟରେ ପୋଲିସ ଧରପଗଡ ଜାରି ରଖିଥିବାବେଳେ ନିହାରିକାଙ୍କ ଏଭଳି ବୀଭତ୍ସ ଭାବେ ହତ୍ୟାକୁ ନେଇ ମୁହଁ ଖୋଲିଛନ୍ତି ନିହାରିକାଙ୍କ ଭିଣୋଇ । ତାଙ୍କ କହିବା କଥା, ନିହାରିକାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିବା ସହ ତାଙ୍କ ମୁହଁକୁ କୌଣସି କେମିକାଲ ଦ୍ବାରା ନଷ୍ଟ କରାଯିବାକୁ ଉଦ୍ୟମ କରାଯାଇଛି । ଯେମିତିକି ମୃତଦେହକୁ ଚିହ୍ନିନହୁଏ।

ଏହାରି ମଧ୍ୟରେ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଭିଣୋଇଙ୍କ କହିବା କଥା, ବିବାହ ପାଇଁ ପରିବାର ପକ୍ଷରୁ କୌଣସି ଚାପ ନଥିଲା। ଦୁହିଁଙ୍କ ବିବାହକୁ ନେଇ ଗୋଟିଏ ଥର ରାଜାଙ୍କ ପରିବାରଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲା । ହେଲେ ରାଜା କିଛି କରୁନଥିବାରୁ ତାଙ୍କ ପରିବାର ପଛଘୁଞ୍ଚା ଦେଇଥିଲେ । ହେଲେ ହତ୍ୟାର କୌଣସି ଠୋସ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଈକୋ ଫ୍ରେଣ୍ଡଲି ସାଇକେଲ ତିଆରି କରି ଚର୍ଚ୍ଚାରେ ଯୁବକ ।ଗତ ପ୍ରାୟ ପାଞ୍ଚ ବର୍ଷ ଧରି ଚଳାଇଥିବା ଚେଷ୍ଟାରେ ଶେଷରେ ସଫଳ ହେଲେ ଯୁବକ ।ଇତି ମଧ୍ୟରେ ସେ କିଛି ଏଭଳି ସାଇକେଲ କୁ ତିଆରି କରି ବିକ୍ରି ମଧ୍ୟ କରିଛନ୍ତି ।ସମ୍ପୂର୍ଣ୍ଣ ରୂପେ ନିଜସ୍ୱ ଜ୍ଞାନ କୌଶଳ ରେ ଯୁବକ ସାଇକେଲରେ ବ୍ୟାଟେରୀ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଖଞ୍ଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗାଁର ୪୨ ବର୍ଷୀୟ ଦୀଲ୍ଲିପ ମହାପାତ୍ର ।ପିତା ଙ୍କ ଭଳି ଜଣେ ସଫଳ ଚାଷୀ ହେବାକୁ ଲକ୍ଷ୍ୟ ରଖିଥିବା ଏହି ଯୁବକ ସଦାସର୍ବଦା କିଛି ନୂଆ କରିବାର ନିଶା ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ପ୍ରଦାନ କରିଛି ।ସେ ସମ୍ପୂର୍ଣ୍ଣ ନିଜସ୍ୱ ଜ୍ଞାନ କୌଶଳ ରେ ଚବିଶ ଭୋଲ୍ଟ ବ୍ୟାଟେରୀ ଦ୍ବାରା ତିଆରି କରିଛନ୍ତି କିଷାନ ବାଇକ ବା ଈକୋ ଫ୍ରେଣ୍ଡଲି ବାଇକ ।ଯେଉଁ ଥିରେ ସେ ସାଇକେଲ ଓ କିଛି ଯନ୍ତ୍ରାଂଶ ପ୍ରୟୋଗ କରି ଅତି ସୁନ୍ଦର ଭାବେ ବାଇକ ନିର୍ମାଣ କରିଛନ୍ତି ।ଏଥିରେ ତୈଳ କିମ୍ବା କୌଣସି ଅଧିକ ଦରର ସାମଗ୍ରୀ ର ଆବଶ୍ୟକତା ନାହିଁ ।ଫଳରେ ଏହା ପରିବେଶ ସୁରକ୍ଷା ସହ ସାଧାରଣରେ ମଧ୍ୟ ବେଶ ଗ୍ରହଣଯୋଗ୍ୟ ହୋଇପାରିଛି ।

Body:ଈକୋ ଫ୍ରେଣ୍ଡଲି ବାଇକ ତିଆରି କରି ଚର୍ଚ୍ଚାରେ ଯୁବକ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.