ETV Bharat / state

Hockey World Cup Opening: ବାରବାଟୀରେ ୬ଘଣ୍ଟା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନମୋହିବେ ରଣବୀରଙ୍କ ସମେତ ବିଦେଶୀ କଳାକାର - ଉଦଘାଟନୀ ସମାରୋହ

ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଲାଗି ପ୍ରସ୍ତୁତ କଟକ ସହର (Hockey World Cup Opening Ceremony) । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ୬ଘଣ୍ଟାର ଉଦଘାଟନୀ ସମାରୋହ ହେବାକୁ ଥିବା ବେଳେ ଦର୍ଶକଙ୍କ ମନ ମୋହିବେ ରଣଭୀରଙ୍କ ସମେତ ଅନେକ ବିଦେଶୀ କଳାକାର । ଅଧିକ ପଢନ୍ତୁ

Hockey World Cup Opening
Hockey World Cup Opening
author img

By

Published : Jan 10, 2023, 5:02 PM IST

ବାରବାଟୀରେ ୬ଘଣ୍ଟା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିବେ ରଣବୀରଙ୍କ ସମେତ ବିଦେଶୀ କଳାକାର

କଟକ: ଆସନ୍ତାକାଲି (ବୁଧବାର) କଟକର ବାରବାଟୀ ଷ୍ଟାଡିୟମ (Barabati Stadium)ରେ ଅନୁଷ୍ଠିତ ହେବ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ (Hockey World Cup Opening Ceremony) । ଏଥିଲାଗି ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଆଉ କିଛି ଘଣ୍ଟାର ବ୍ୟବଧାନ ପରେ ଆରମ୍ଭ ହେବ ହକି ମହାକୁମ୍ଭର ଉଦଘାଟନୀ ସମାରୋହ । କଟକର ବାରବାଟୀ ଷ୍ଟାଡିୟମ ନାମିଦାମୀ ବଲିଉଡ଼ କଳାକାରମାନଙ୍କର ପରିବେଷଣରେ ଦୁଲୁକିବ ବାରବାଟୀ ମଞ୍ଚ । ପୁରା ସହରରେ ଏଥିପାଇଁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ଏହି ମେଗା କାର୍ଯ୍ୟକ୍ରମ ସବୁ ଦିଗରେ ନଗର ରଖିଛି କଟକ ମହାନଗର ନିଗମ । ଆଜି ଷ୍ଟାଡିୟମରେ ରିହର୍ସଲ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ଆଜି ସନ୍ଧ୍ୟାରେ କଟକ କନ୍ଦରପୁରଠାରୁ ହକି ବିଶ୍ବକପ ଟ୍ରଫିକୁ ସ୍ବାଗତ କରିବ କଟକ ଜିଲ୍ଲା ପ୍ରଶାସନ । ଟ୍ରଫିକୁ ଅଣାଯାଇ ରାତିରେ କଡ଼ା ସୁରକ୍ଷା ଭିତରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରଖାଯିବ । ଆସନ୍ତାକାଲି ସକାଳୁ ସକାଳୁ ତଳ ବାଲିଯାତ୍ରା ପଡ଼ିଆର କଟକ ଇନ କଟକ ପରିସର ଭିତରୁ ହକି ବିଶ୍ବକପକୁ ଫ୍ଲାଗ ଅଫ କରାଯିବ । ଏହା ପରେ ସହର ପରିକ୍ରମା କରିବ ଟ୍ରଫି।

ଏହା ବି ପଢନ୍ତୁ- ବାଲିରେ ବିଶାଳକାୟ ହକି ଷ୍ଟିକ, ସ୍ଥାନପାଇଛି ସମସ୍ତ ଦେଶର ଜାତୀୟ ପତାକା

ତଳ ବାଲିଯାତ୍ରାରୁ ବିଶ୍ବକପ ବାହାରି ଷ୍ଟାଡିୟମ ଦେଇ କ୍ୟାମବ୍ରିଜ ସ୍କୁଲ, ଚଣ୍ଡୀ ମନ୍ଦିର, ଶୈଳବାଳା ମହିଳା ମହାବିଦ୍ୟାଳୟ, ସମାଜ ଅଫିସ, ବକ୍ସି ବଜାର, ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ, କଦମ ରସୁଲ, ଚୌଧୁରୀ ବଜାର, ନୟାସଡ଼କ, ବାଲୁ ବଜାର, ହାଇକୋର୍ଟ, ରେଭେନ୍ସା କଲିଜିଏଟ ସ୍କୁଲ, ବେଲଭ୍ୟୁ ଛକ, ସିଡିଏ ସେକ୍ଟର ୯ ଶିଶୁ ମନ୍ଦିର, ରୋଟାରୀ ଆଇ ହସ୍ପିଟାଲ, ରେଭେନ୍ସା ବିଶ୍ବବିଦ୍ୟାଳୟ, ମଙ୍ଗଳାବାଗ, ମାତା ମଠ ଦେଇ ପୁଣି କଟକ ଇନ କଟକରେ ପହଞ୍ଚିବ କପ । ଆସନ୍ତାକାଲି ଅପରାହ୍ନ ୧ଟା ସୁଦ୍ଧା ବାରବାଟୀ ଷ୍ଟାଡିୟମରେ ପହଞ୍ଚିବ ହକି ବିଶ୍ଵକପ ଟ୍ରଫି ।

ସହରର ବିଭିନ୍ନ ସ୍ଥାନରେ ଏହାକୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ତେବେ ଅପରାହ୍ନ ୩ଟା ସୁଦ୍ଧା ଷ୍ଟାଡିୟମ ନିକଟ ପହଞ୍ଚିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ସିଏମସି କମିଶନର। ଆସନ୍ତାକାଲି ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି, ଅନ୍ୟାନ୍ୟ ବିଚାରପତି, ରାଜ୍ୟ ବାହାରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବିଶିଷ୍ଟ ଅତିଥିବୃନ୍ଦ ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ୬ ଘଣ୍ଟାର ଉଦଘାଟନୀ ଉତ୍ସଵ କାର୍ଯ୍ୟକ୍ରମ ରହିଛି । ତେବେ ଏହାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.