ETV Bharat / state

କାଲି ଶ୍ରାବଣ ମାସ ପ୍ରଥମ ସୋମବାର, ଗଡ଼ଗଡ଼ିଆରେ କାଉଡ଼ିଆଙ୍କ ପ୍ରବଳ ଭିଡ଼

author img

By

Published : Jul 9, 2023, 4:05 PM IST

ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର । ଦେବଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ ଶିବଭକ୍ତ । ଏନେଇ କଟକ ଗଡ଼ଗଡ଼ିଆରେ ଜମିଲା କାଉଡ଼ିଆଙ୍କ ପ୍ରବଳ ଭିଡ଼ । ଅଧିକ ପଢନ୍ତୁ

Etv Bharat
Etv Bharat
ଗଡ଼ଗଡ଼ିଆରେ କାଉଡ଼ିଆଙ୍କ ପ୍ରବଳ ଭିଡ଼

କଟକ: 'ବୋଲବମ, ହରହର ବମ' ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଛି ମହାନଦୀର ଗଡ଼ଗଡ଼ିଆ ଘାଟ । ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର ଥିବାରୁ ଗଡ଼ଗଡ଼ିଆରେ କାଉଡ଼ିଆଙ୍କ ଭିଡ଼ ଜମିଛି । ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ ଶିବଭକ୍ତ । ଏଥର କୌଣସି କୋଭିଡ କଟକଣା ନଥିବାରୁ ଉତ୍ସାହିତ ଅଛନ୍ତି କାଉଡ଼ିଆ । ତେବେ ଆଜିଠୁ କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି ଶିବଭକ୍ତ କାଉଡ଼ିଆ ।

ଏଥର 2 ମାସିଆ ଶ୍ରାବଣରେ ଜଳାଭିଷେକର ସୁଯୋଗ ମିଳିଥିବାରୁ କାଉଡ଼ିଆମାନେ ବେଶ ଆନନ୍ଦ ଅନୁଭବ କରିଛନ୍ତି । କାଉଡ଼ିଆଙ୍କ ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ଅଗ୍ନିଶମ ଓ ପୋଲିସ । ତେବେ ଦେବଦେବ ମହାଦେବ ମସ୍ତକରେ ଜଳଲାଗି କରିବା ପାଇଁ ଗଡଗଡ଼ିଆ ଘାଟରେ ଜମିଛି ବୋଲବମ ଭକ୍ତଙ୍କ ଭିଡ଼ । ପବିତ୍ର ନଦୀର ଜଳ ଆଣି, ବାଲିରେ ମହାଦେବଙ୍କୁ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ କାନ୍ଧରେ ବାହୁଙ୍ଗି ଓ କଳସ ଧରି ରାଜ୍ୟର ବିଭିନ୍ନ ଶୈବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡ଼ିଆ । କିଏ ବାବା ଲିଙ୍ଗରାଜଙ୍କ ପାଖକୁ ତ ଆଉ କିଏ ଧବଳେଶ୍ବରଙ୍କ ନିକଟକୁ ଆଉ କିଛି ଭକ୍ତ ଲୋକନାଥ ଓ ଆରଡି ଭଳି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ।

ଏହା ବି ପଢନ୍ତୁ: ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ମେଳା

ଶ୍ରାବଣ ମାସରେ ଗଡଗଡ଼ିଆ ଘାଟକୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିବଭକ୍ତମାନଙ୍କର ସୁଅ ଛୁଟିଥାଏ । ଯାହାକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ଅଗ୍ନିଶମ ବିଭାଗ ପାୱାର ବୋଟ୍‌, ଲାଇଫ ଜାକେଟ୍‌, ରୋପ୍‌ ଲାଇନ୍‌, ଆସ୍କା ଲାଇଟ୍‌ ସହ 24 ଘଣ୍ଟା ସଜାଗ ରହିଛନ୍ତି । ସେହିଭଳି କମିଶନରେଟ ପୋଲିସ ପକ୍ଷରୁ କାଉଡ଼ିଆମାନଙ୍କୁ ସଚେତନ କରିବା ସହ ଗଭୀର ଜଳକୁ ପ୍ରବେଶ ନକରିବା ପାଇଁ ପରାମର୍ଶ ଦେଇଛି ।

ଗଡ଼ଗଡ଼ିଆ ଘାଟର ଇତିହାସ:- ଏଠାରେ ପ୍ରଭୁ ଚୈତନ୍ୟ ବାଲିରେ ଗଡ଼ିବା ପରେ ଏହାର ନାଁ ଗଡ଼ଗଡ଼ିଆ ରହିଥିବା ଇତିହାସରେ ରହିଥିବା ନେଇ ଆଲୋଚନା ହୁଏ । ଏଠୁ ଜଳ ନେଇ ଶିବଙ୍କ ମୁଣ୍ଡରେ ଅଭିଷେକ କଲେ ଭକ୍ତର ସବୁ ମନବାଞ୍ଝା ପୂର୍ଣ୍ଣ ହୁଏ ବୋଲି କହିଛନ୍ତି ବ୍ରାହ୍ମଣ। ତେବେ ଚଳିତ ଶ୍ରବଣ ମାସ ଶୈବ ଭକ୍ତମାନଙ୍କ ପାଇଁ ଆନନ୍ଦ ଓ ଖୁସିର ଗୋଟିଏ ମାସ । କାହିଁକି ନା ଆଜି ସକାଳୁ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ଜାରି ରହିଛି । ଯାହା କାଉଡ଼ିଆମାନଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.