ETV Bharat / state

ମହାନଦୀରେ ନିଖୋଜ, କୁଆଖାଇରୁ ମିଳିଲା ମୃତଦେହ

author img

By

Published : Aug 10, 2023, 10:53 AM IST

Updated : Aug 10, 2023, 12:42 PM IST

ମହାନଦୀରେ ବାଙ୍କି ଯୁବକ ନିଖୋଜ ଘଟଣା । ଦୁଇ ଦିନ ପରେ କୁଆଖାଇ ନଦୀ ପଠାରୁ ମିଳିଲା ମୃତଦେହ । ଅଧିକ ପଢନ୍ତୁ

କୁଆଖାଇରୁ ଯୁବକଙ୍କ ମୃତଦେହ ଉଦ୍ଧାର
କୁଆଖାଇରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୁଆଖାଇରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ତ୍ରିଶୁଳିଆ ବେଲଗଛିଆ ନିକଟ କୁଆଖାଇ ନଦୀରୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ମୃତଦେହଟି ନଦୀପଠାରେ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ନଦୀରୁ ମୃତଦେହକୁ ଉଦ୍ଧାର କରିଛି । ମୃତକ ହେଲେ ବାଙ୍କି ଗୟଳ ବାଙ୍କ ଦେବୀଦ୍ବାର ଅଞ୍ଚଳର ହିଂମାଶୁ ମହାପାତ୍ର । ମହାନଦୀରେ ଗାଧୋଇବା ସମୟରେ ଅସାବଧାନତା ବଶତଃ ସେ ଭାସି ଯାଇଥିଲେ । ଦୁଇ ଦିନ ପରେ କୁଆଖାଇରୁ ତାଙ୍କର ମୃତଦେହ ମିଳିଛି ।

ସୂଚନା ଅନୁଯାୟୀ, ଗତ ୮ ତାରିଖରୁ ହିଂମାଶୁ ନିଖୋଜ ଥିଲେ । ସେ ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ବଢ଼ି ପାଣିରେ ଗୋଡ ଖସିବାରୁ ସେ ଭାସି ଯାଇଥିବାର ଜଣାପଡିଥିଲା । ଏନେଇ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲା । ହେଲେ ହିଂମାଶୁ ମିଳିନଥିଲେ । ଘଟଣାସ୍ଥଳରୁ କେବଳ ତାଙ୍କର ପ୍ୟାଣ୍ଟ ଓ ସାର୍ଟ ମିଳିଥିଲା । ଯୁବକ ମହାନଦୀରେ ଭାସି ଯାଇଥିବାର ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ନରାଜରେ ଛାତ୍ର ନିଖୋଜକୁ 24 ଘଣ୍ଟା ବିତିଲା, ଏବେବି ମିଳୁନି ଉଭୟଙ୍କ ପତ୍ତା

ଶେଷରେ ଦୁଇ ଦିନ ପରେ କୁଆଖାଇ ନଦୀରୁ ହିଂମାଶୁଙ୍କ ମୃତଦେହ ମିଳିଛି । ଆଜି ସକାଳେ କିଛି ଲୋକେ ନଦୀରେ ମୃତଦେହ ଭାସୁଥିବା ଦେଖି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି । ଅନ୍ୟପଟେ ନରାଜ ନିକଟସ୍ଥ ମହାନଦୀରେ ଦୁଇ ଜଣ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ସେମାନଙ୍କୁ ଠାବ କରିବାକୁ ସର୍ଚ୍ଚ ଅପେରସନ ଜାରି ରହିଛି । ହେଲେ ଏ ଯାଏଁ ଦୁହିଁଙ୍କର କୌଣସି ପତ୍ତା ମିଳିପାରିନି ।

ପ୍ରକାଶ ଥାଉକି, ନିଖୋଜ ଛାତ୍ରମାନେ ସ୍ଟୁଆର୍ଟ କଲେଜର । ମଙ୍ଗଳବାର ଅପରାହ୍ନରେ ଦେବାପ୍ରିୟ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ ଅନ୍ୟ କିଛି ଛାତ୍ରଙ୍କ ସହ ମିଶି ମହାନଦୀ କୂଳକୁ ଯାଇଥିଲେ । ହେଲେ ଦୁହେଁ ନଦୀରେ ନିଖୋଜ ହୋଇଯାଇଥିଲା । ମହାନଦୀରେ ସୁଅ ଅଧିକ ଥିବାରୁ ସେମାନେ ତଳମୁଣ୍ଡକୁ ଭାସି ଯାଇଥିବା ସନ୍ଦେହରେ ଯୋବ୍ରା ଆଡେ ମଧ୍ୟ ସର୍ଚ୍ଚ ଅପରେସନ କରାଯାଇଛି । ଏବେ ସେମାନଙ୍କୁ ଖୋଜାଖୋଜି ଜାରି ରହିଛି ।

ଇଟିଭି ଭାରତ, କଟକ

Last Updated : Aug 10, 2023, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.