ETV Bharat / state

Matric Exam: ଏପ୍ରିଲ ୨୯ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ 2 ପରୀକ୍ଷା, ଆସିଲା ସୂଚୀ - ମାଟ୍ରିକ ପରୀକ୍ଷା ପରୀକ୍ଷା କାର୍ଯ୍ୟସୂଚୀ

ଆସନ୍ତା ଏପ୍ରିଲ ୨୯ ତାରିଖଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ ୮ଟାରୁ ହେବ ଆରମ୍ଭ । ପ୍ରତି ବିଷୟ ପାଇଁ ୮୦ ମାର୍କର ହେବ ପରୀକ୍ଷା । ଅଧିକ ପଢନ୍ତୁ

Matric Exam: ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା, ସକାଳ ୮ଟାରୁ ହେବ ଆରମ୍ଭ

author img

By

Published : Mar 14, 2022, 4:44 PM IST

Updated : Mar 14, 2022, 7:04 PM IST

କଟକ: ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ ଆସେସମେଣ୍ଟ 2 ପରୀକ୍ଷା । ଏହାକୁ ନେଇ ମାଟ୍ରିକ ବୋର୍ଡ ସାମ୍ବାଦିକ ସମ୍ମିଳନୀ କରି ପରୀକ୍ଷା ସୂଚୀ ସମ୍ପର୍କରେ ଅବଗତ କରାଇଛନ୍ତି । ୪ଟି ସେଟର ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ବେଳେ ମୋଟ ୮୦ ମାର୍କର ପରୀକ୍ଷା ହେବ । ଏଥିରେ ୫୦ ମାର୍କ ସବଜେକ୍ଟିଭ ଓ ୩୦ ମାର୍କ ଅବଜେକ୍ଟିଭ ରହିବ ।

Matric Exam: ଏପ୍ରିଲ ୨୯ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ 2 ପରୀକ୍ଷା, ଆସିଲା ସୂଚୀ

ଚଳିତ ବର୍ଷ ନୂଆ ଢାଞ୍ଚାରେ ହେଉଛି ମାଟ୍ରିକ ପରୀକ୍ଷା । ସମ୍ମେଟିଭ ୧ ଓ ସମ୍ମେଟିଭ ୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି । ସମ୍ମେଟିଭ ୧ ପରୀକ୍ଷା ଶେଷ ହୋଇଥିବା ବେଳେ ୨୯ ତାରିଖରୁ ହେବ ସମ୍ମେଟିଭ ୨ ପରୀକ୍ଷା । ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ଯଥାସମ୍ଭବ ନିଜ ସ୍କୁଲରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ତିନୋଟି ପଦ୍ଧତିରେ ଏହି ପରୀକ୍ଷା ମୂଲ୍ୟାୟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି। ଏପ୍ରିଲ ୨୯ ରୁ ଆରମ୍ଭ ହୋଇ ମେ ୭ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା ।

ଏହା ବି ପଢନ୍ତୁ: Matric Exam: ଏପ୍ରିଲ ୨୯ ରୁ ମାଟ୍ରିକ ପରୀକ୍ଷା

ସମ୍ମେଟିଭ ୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ତିନୋଟି ପଦ୍ଧତିରେ ବୋର୍ଡ ପକ୍ଷରୁ ମୂଲ୍ୟାୟନ କରାଯିବ। ପ୍ରତ୍ୟେକ ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ପରୀକ୍ଷା ପାଇଁ ୨ ଘଣ୍ଟାର ସମୟ ସୀମା ରହିବ। କେବଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ । ୮୦ ମାର୍କ ମଧ୍ୟରୁ ୫୦ ମାର୍କ ମଲ୍ଟିପଲ ଚଏସ ଓ ୩୦ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ମଧ୍ୟରେ ଚାଲିବ ଏହି ମାଟ୍ରିକ ପରୀକ୍ଷା । ଟିଏଲଭି ଓ ଭିଜୁଆଲ ଆର୍ଟସ ଛଡା ସମସ୍ତ ପରୀକ୍ଷା ୮୦ ମାର୍କର ହେବ ।

ପ୍ରକାଶ ପାଇଲା ମାଟ୍ରିକ ସମେଟିଭ-୨ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ
ପ୍ରକାଶ ପାଇଲା ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

୪ଟି ସେଟର ପ୍ରଶ୍ନପତ୍ର ରହିବ । ୫୦ ମାର୍କ ଅବଜେକ୍ଟିଭ(ମଲ୍ଟିପଲ ଚଏସ) ରହିଥିବା ବେଳେ ୩୦ ମାର୍କ ସବଜେକ୍ଟିଭ ରହିବ । କୋରୋନା ସ୍ଥିତିକୁ ଦୃଷ୍ଟିରେ ନେଇ ଓ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ତିନି ପ୍ରକାର ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହେବ । ତିନୋଟି ପ୍ରଣାଳୀରୁ ଯେଉଁଥିରେ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିବେ, ତାହାକୁ ଫାଇନାଲ ମାର୍କ ବୋଲି ଧରାଯିବ । ପ୍ରଥମ ଦୁଇଟି ପଦ୍ଧତି ହେଉଛି ବିକଳ୍ପ ମୂଲ୍ୟାୟନ ପଦ୍ଧତି । ତୃତୀୟଟି ହେଉଛି ପରିଷଦ ଦ୍ବାରା ନୂତନ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରାଯାଇଛି ।

  1. ପ୍ରଥମ ପଦ୍ଧତି- ଗତବର୍ଷ ହୋଇଥିବା ସମେଟିଭ ଆସେସମେଣ୍ଟ 1 ପରୀକ୍ଷା ବା ଇଣ୍ଟରନାଲ ଆସେସମେଣ୍ଟର ୱେଟକୁ ଦୁଇ ଗୁଣ କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ ।
  2. ଦ୍ବିତୀୟ ପଦ୍ଧତି- ଏପ୍ରିଲରେ ହେବାକୁ ଥିବା ସମେଟିଭ ଆସେସମେଣ୍ଟ 2 ଫଳାଫଳକୁ ଦୁଇ ଗୁଣ କରାଯିବ ।
  3. ତୃତୀୟ ପଦ୍ଧତି - ଇଣ୍ଟରନାଲ ଆସେସମେଣ୍ଟକୁ 20 ପ୍ରତିଶତ, ସମେଟିଭ ଆସେସମେଣ୍ଟ 1ର 30 ପ୍ରତିଶତ ଓ ସମେଟିଭ ଆସେସମେଣ୍ଟ 2କୁ 50 ପ୍ରତିଶତ ୱେଟେଜ ଦିଆଯାଇ ଫଳାଫଳ ନିର୍ଦ୍ଧାରଣ କରାଯିବ ।

୨୯ ଏପ୍ରିଲରେ ଇଂରାଜୀ, ୦୧ ମେ ରେ ଟିଏଲଭି ପ୍ରାକ୍ଟିକାଲ, ୦୨ ମେ ରେ ଗଣିତ, ୪ ମେ ରେ ସାଧାରଣ ବିଜ୍ଞାନ, ୫ ମେ ରେ ହେବ ପ୍ରଥମ ଭାଷା, ୬ ମେ ରେ ହେବ ତୃତୀୟ ଭାଷା, ୭ ମେ ରେ ସାମାଜିକ ବିଜ୍ଞାନ। ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଥମ ଭାଷା, ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ବିଷୟର ପ୍ରଶ୍ନ ପତ୍ର ପୃଥକ ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 14, 2022, 7:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.