ETV Bharat / state

ଦୃଷ୍ଟିହୀନ ବିଶ୍ବକପ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ବାଂଲାଦେଶ - ଦୃଷ୍ଟିହୀନ ବିଶ୍ବକପ

ଐତିହାସିକ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ଦୃଷ୍ଟିହୀନ ବିଶ୍ବକପ । ଚସ ଜିତି ବାଂଲାଦେଶକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଭାରତ । ଅଧିକ ପଢନ୍ତୁ

ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ବାଂଲାଦେଶ

author img

By

Published : Dec 13, 2022, 1:00 PM IST

ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ବାଂଲାଦେଶ

କଟକ: ସିଲଭର ସିଟିରେ ଆରମ୍ଭ ହୋଇଛି ଦୃଷ୍ଟିହୀନ ଟି 20 ବିଶ୍ବକପ । ଐତିହାସିକ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ବାଂଲାଦେଶ । ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରୁଛି ବାଂଲାଦେଶ । ବାଂଲାଦେଶ ବାରବାଟୀ ପିଚରେ ଅତିକମରେ 200 ରନ କରିବ ବୋଲି କହିଛି । ଦୁଇ ଦଳ ମଧ୍ୟରେ କଡା ମୁକାବିଲା ହେବ ।

ଟସ ଜିତି ବୋଲିଂ ନିଷ୍ପତ୍ତି ନେବା ସହିତ ବାଂଲାଦେଶକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ଅଧିନାୟକ ଅଜିତ ରେଡ୍ଜୀ । ସେପଟେ ଏଭଳି ଏକ ଆୟୋଜନ କରି ଓସିଏ ନିଜକୁ ଭାଗ୍ୟବାନ ମନେ କରୁଛି ଵୋଲି ଓସିଏ ସିଇଓ କହିଛନ୍ତି ।ଏଭଳି ଆୟୋଜନ ଓଡିଶା ଦୃଷ୍ଟିହୀନ କ୍ରିକେଟକୁ ଉତ୍ସାହିତ କରିଵ ଵୋଲି ଓସିଏ କହିଛି। ଵାଂଲାଦେଶ ଚଳିତ ଵିଶ୍ବକପରେ ଭଲ ପ୍ରଦର୍ଶନ କରି ଟେଵୁଲ ଟପରେ ରହିଛି । ଭାରତ ପାଞ୍ଚ ପଏଣ୍ଟ ସହ ପଏଣ୍ଟ ଟେଵୁଲର ଦ୍ବିତୀୟ ସ୍ଥାନରେ ରହିଛି । ଆଜି ଉଭୟ ଦଳ ମ୍ୟାଚ ଜିତିବାକୁ ସବୁ ବଳ ଲଗାଇ ଦେବେ ।

ଏହା ବି ପଢନ୍ତୁ...ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ମ୍ୟାଚ, ଭାରତ-ବାଂଲାଦେଶ ମୁକାବିଲା

ଚଳିତ ବିଶ୍ବକପର ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଆଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଭାରତ । ଏବେ 5 ପଏଣ୍ଟ ହାସଲ କରି ଭାରତ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ବାଂଲାଦେଶ 4ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରି 6 ପଏଣ୍ଟ ସହ ଟେବୁଲ ଟପରେ ରହିଛି । ବାଟବାଟୀରେ ଭାରତ ବିଜୟୀ ହୋଇ ଟେବୁଲ ଶୀର୍ଷକୁ ଭେରିବାକୁ ଚେଷ୍ଟା କରିବ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.