କଟକ: ସିଏଏ ସମର୍ଥନରେ କଟକରେ ବିଶାଳ ଜନସଚେତନା ପଦଯାତ୍ରା। ପଦଯାତ୍ରା ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଭେନ୍ସା କଲେଜ ଛକରୁ ବାହାରି ସହର ପରିକ୍ରମା । ଏହି ଶୋଭାଯାତ୍ରା 20 ହଜାରୁ ଅଧିକ ଲୋକେ ସାମିଲ । କଲେଜ ଛକରୁ ରାଣୀଘାଟ, ବଜ୍ରକବାଟି, ଦୋଳମୁଣ୍ଡାଇ, ବାଦମବାଡି ଦେଇ ଖାନନଗର ଥାନା ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେବ।
ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯିବା ସହ ଜାତୀୟ ରାଜନୀତି ବି ସରଗରମ ରହିଛି । ସିଏଏକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉ ଥିବାବେଳେ, ବିଜେପି ପକ୍ଷରୁ ଜନଜାଗଣ ଅଭିଯାନ ଆରମ୍ଭ ହୋଇଛି। ଏହାସହ ଦେଶର 3କୋଟି ପରିବାର ପାଖଙ୍କୁ ଯାଇ ବିଜେପି ସିଏଏ ବାବଦରେ ଅବଗତ କରାଇବ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ