ETV Bharat / state

ଦୁର୍ନୀତି ବିରୋଧରେ ଗର୍ଜିଲା ବିଜେପି, ନିଆଳିରେ ଜନ ଆକ୍ରୋଶ ଆନ୍ଦୋଳନ

author img

By ETV Bharat Odisha Team

Published : Nov 30, 2023, 8:05 PM IST

BJP Protesting against Corruption: ନିଆଳି ବ୍ଲକରେ ଦୁର୍ନୀତି ବିରୋଧରେ ଜନ ଆକ୍ରୋଶ ଆନ୍ଦୋଳନ କରିଛି ବିଜେପି । ନିଆଳି ବ୍ଲକ ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ଦୁର୍ନୀତି ବିରୋଧରେ ବିଜେପିର ବ୍ଲକ ଘେରାଉ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନିଆଳି: ଦୁର୍ନୀତିକୁ ନେଇ ସାରା ରାଜ୍ଯରେ ପ୍ରତିବାଦ କରୁଛି ବିଜେପି । ବ୍ଲକ ଠାରୁ ଆରମ୍ଭ କରି ମ୍ୟୁନିସିପାଲଟି ସ୍ତରରେ ରାଜ୍ଯରେ ବଢୁଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ଜନ ଆକ୍ରୋଶ ଆନ୍ଦୋଳନ କରୁଛି ବିଜେପି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ନିଆଳି ବ୍ଲକରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ନାରା ବାଜି କରିଥିଲେ ।

ବିଜେପି ଅଭିଯୋଗ କରିଛି, ବିଭିନ୍ନ ବ୍ଲକରେ ଜନ କଲ୍ୟାଣକାରୀ ଯୋଜନା ଆଳରେ ଶାସକ ବିଜେଡି, ନେତା ଓ କର୍ମୀ ଏବଂ ଦଲାଲ ସରକାରୀ ଯୋଜନାକୁ ହରିଲୁଟ କରୁଛନ୍ତି, ଫଳରେ ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ ସରକାରୀ ଯୋଜନା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁ ପକ୍କାଘର ଯୋଜନା, ବାର୍ଦ୍ଧକ୍ୟ ଭର୍ତ୍ତା,ବିଧବା ଭତ୍ତା ରାସ୍ତା ନିର୍ମାଣ ସହିତ ସ୍ବାସ୍ଥ୍ୟ, ଶିକ୍ଷା,ଗୃହ ନିର୍ମାଣ, ବିଦ୍ଯାଳୟ ନିର୍ମାଣ ଓ ୫ଟି ଯୋଜନା ନାଁରେ ଚାଲିଥିବା ଯୋଜନାରେ ରାଜ୍ଯରେ ବିଜେଡି ସରକାର ଏବଂ ତଳସ୍ତରରେ ଦଳର ନେତା କର୍ମୀ ବ୍ଯାପକ ଦୁର୍ନୀତି କରି ନିଜର ସମ୍ପତ୍ତି ବୃଦ୍ଧି କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।

ଏନେଇ ବିଜେପି ପକ୍ଷରୁ କଟକ ଜିଲ୍ଲା ନିଆଳି ବ୍ଲକ ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ବିଜେପି ।‌ ବିଜେପି ଦଳର ନିଆଳି ନେତା ଛବି ମଲ୍ଲିକଙ୍କ ନେତୃତ୍ୱରେ ନିଆଳି ବ୍ଳକର ୨୩ଟି ପଞ୍ଚାୟଚର ଶହ ଶହ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି କଟକ ଜିଲ୍ଲା ନିଆଳି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ନାରା ବାଜି କରିଥିଲେ ।

ଏହା ମଧ୍ୟ ପଢନ୍ତୁ .... ରାଜ୍ୟରେ ବୃଦ୍ଧି ପାଇଛି ଦୁର୍ନୀତି: ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟିର ଶୋଭାଯାତ୍ରା

ବ୍ଲକରେ ସରକାରୀ ଯୋଜନା ବାଟବଣା ହେଉଛି, ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନା ମିଳୁନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକଙ୍କୁ ନଦେଇ ଫେରିଯାଉଛି, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବଣ୍ଟନରେ ହେରଫେର୍‌, ଚତୁର୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଅର୍ଥ ଟଙ୍କା ହେରଫେର, ଶୌଚାଳୟ ବଣ୍ଟନରେ ହେରାଫେରି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଏବଂ ଆମ ଓଡ଼ିଶା ନବୀନ ଓଡିଶା ବିକାଶ ନାଁରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ବିଜେଡି ଦଳର ହାତ ପାଣ୍ଠି ପାଲଟିଛି । ପଲ୍ଲୀ ସଭା ଓ ଗାଁ ସଭାକୁ ଦଳି ଚକଟି ବିଜେଡି ନେତା ଓ କର୍ମୀ, ସରକାରୀ ବାବୁ ନୀତିନିୟମକୁ ସବୁ ଜଳାଞ୍ଜଳି ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଏହି ଦୁର୍ନୀତିରେ ସ୍ଥାନୀୟ ଶାସକ ଦଳର ବିଧାୟକଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତର ବିଜେଡି କର୍ମୀ ଓ ସରକାରୀ ଅଧିକାରୀଙ୍କ ହାତବାରିସିରେ ଚାଲିଛି ବୋଲି ବିଜେଡିକୁ କାଠ ଗଡାକୁ ଟାଣିଛି ବିଜେପି । ଏହି ସବୁ ଦୁର୍ନୀତି ବିରୁଦ୍ଧରେ ବିଜେପି ପକ୍ଷରୁ ଏକ ଲିଖିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିଆଳି ବ୍ଲକ ପ୍ରଶାସନଙ୍କ ଜରିଆରେ ପ୍ରଦାନ କରିଛି ବିଜେପି । ଏହି ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ରାଜ୍ଯ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା , ନାରୀନେତ୍ରୀ ରୀତା ଚୌଧୁରୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଏବଂ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନାରା ବାଜି କରିଥିଲେ । ସୁରକ୍ଷା ଦୃଷ୍ଟିରୁ କୋଣରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.