ETV Bharat / state

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବାଲିଅନ୍ତା ବ୍ଲକ ଘେରିଲା ବିଜେପି

author img

By

Published : Nov 9, 2021, 2:10 PM IST

ମମିତା ମେହେର ହତ୍ୟା ଘଟଣା । ମନ୍ତ୍ରୀଙ୍କ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବାଲିଅନ୍ତା ବ୍ଲକ ଘେରିଲା ବିଜେପି । ଅଧିକ ପଢନ୍ତୁ...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବାଲିଅନ୍ତା ବ୍ଲକ ଘେରିଲା ବିଜେପି
ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବାଲିଅନ୍ତା ବ୍ଲକ ଘେରିଲା ବିଜେପି

ନିଆଳି: ମମିତା ମେହେର ହତ୍ୟା ଘଟଣାରେ ଥମୁନି ବିଜେପିର ଗର୍ଜନ । ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ସମ୍ପୃକ୍ତି ଥିବା ଯୋଗୁଁ ତଦନ୍ତ ବାଟବଣା ହୋଇପାରେ ବୋଲି ଅଭିଯୋଗ କରୁଛି ବିଜେପି । ସେଥିପାଇଁ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ କେତେବେଳେ ରାଜରାସ୍ତାରେ ବସୁଛି ତ ଆଉ କେତେବେଳେ ବନ୍ଦ ଡାକରା ଦେଉଛି । ଏହି କ୍ରମରେ ଆଜି ବିଜେପି ବାଲିଅନ୍ତା ବ୍ଲକ ଘେରାଉ କରିଛି ।

ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ହାତ ରହିଛି ବୋଲି ବିଜେପି ସିଧାସଳଖ ଅଭିଯୋଗ କରିଛି । ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି ଖୋର୍ଦ୍ଧା ବାଲିଅନ୍ତା ବ୍ଲକର ବିଜେପି ଦଳ ପକ୍ଷରୁ ଟଙ୍କପାଣି ବ୍ରିଜ ନିକଟରୁ ଏକ ଶୋଭାଯାତ୍ରା ବାହାରିଥିଲା ଏବଂ ବାଲିଅନ୍ତା ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଦଳ ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି ସହ ମାମଲାରେ ସିବିଆଇ ତଦନ୍ତ ଦାବିରେ ବିକ୍ଷୋଭ କରାଯାଇଛି । ଏଥିସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ ।

ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ବହୁସଂଖ୍ୟକ ବିଜେପି କର୍ମୀ ଯୋଗ ଦେଇଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.