ETV Bharat / state

ବାଲିଅନ୍ତା ବ୍ଲକ ଘେରିଲା ବିଜେପି, କହିଲା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ - ରାଜନୈତିକ ଖବର

ବାଲିଅନ୍ତା ବ୍ଲକ ସମ୍ମୁଖରେ ବିଜେପିର ଆନ୍ଦୋଳନ । ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ବିଭିନ୍ନ ଦାବି ନେଇ ପ୍ରତି ବ୍ଲକରେ ପ୍ରତିବାଦ କରୁଛି ଦଳ । ଅଧିକ ପଢନ୍ତୁ

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ବିଜେପି, ବାଲିଅନ୍ତା ବ୍ଲକ ଘେରିଲା ଦଳ

author img

By ETV Bharat Odisha Team

Published : Nov 20, 2023, 5:53 PM IST

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ବିଜେପି, ବାଲିଅନ୍ତା ବ୍ଲକ ଘେରିଲା ଦଳ

ନିଆଳି: ବିଜେପି ପକ୍ଷରୁ ବାଲିଅନ୍ତା ବ୍ଲକ ଘେରାଉ । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଗର୍ଜିଛି ବିଜେପି । ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର, ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ବିଭିନ୍ନ ଦାବି ନେଇ ପ୍ରତି ବ୍ଲକରେ ପ୍ରତିବାଦ କରୁଛି ଦଳ । ଏହାରି ଭିତରେ ଆଜି (ସୋମବାର)ଦିନ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ଆଗରେ ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଜୟଦେବ ନିର୍ବାଚନ ମଣ୍ଡଳୀ ଶହ ଶହ ବିଜେପି ନେତା ଓ କର୍ମୀ ବ୍ଲକ ସମ୍ମୁଖରେ ବିଭିନ୍ନ ନାରାବାଜି କରିବା ସହ ପ୍ରତିବାଦ କରିଥିଲେ । ଏହା ସହ ବାଲିଅନ୍ତା ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

ସୁଚନା ଯୋଗ୍ୟ ରାଜ୍ୟ ବିଜେପି ଦଳର ଆହ୍ୱାନ କ୍ରମେ ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ରାଜ୍ୟ ସରକାର ତଥା ବିଜେଡି ସରକାରଙ୍କ ଅମଳରେ ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ବିଜେପି ଦଳ ପ୍ରତିବାଦ କରୁଛି । ଏହା ସହ କେନ୍ଦ୍ର ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଯାଉଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ସମ୍ମୁଖରେ ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଶିବ ମଲ୍ଲିକଙ୍କ ନେତୃତ୍ୱରେ ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯାଇଛି ।ଏହା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ......ସରକାରଙ୍କ ଉପରେ ଗର୍ଜିଲା ବିଜେପି, ସଦର ଓ ହିନ୍ଦୋଳ ବ୍ଲକ ଘେରାଉ

ବିଜେପି ଅଭିଯୋଗ କରିଛି ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ବଢିଚାଲିଛି । ରାଜ୍ୟରେ ମହିଳା ଅସୁରକ୍ଷିତ, ବେକାରୀ ସମସ୍ୟା ବଢି ଚାଲିଛି । ଏହାସହ ରାଜ୍ୟରେ ପ୍ରଚୁର ଭିତ୍ତିଭୂମି ଥିବାବେଳେ କଳକାରଖାନାର ଅଭାବ ରହିଛି । ରାଜ୍ୟରେ ଯୁବକମାନେ କାମ ନପାଇ ବାହାର ରାଜ୍ୟକୁ ଦାଦାନ ଖଟିବା ପାଇଁ ଯାଇଛନ୍ତି । ରାଜ୍ୟରେ ପାନୀୟ ଜଳ, କୃଷି, ଜଳ ସେଚନ ଇତ୍ୟାଦି ଘୋର ଅଭାବ ରହିଛି । ବର୍ଷକୁ ଏକ କୋଟି ଟଙ୍କାର ଦୁର୍ନୀତି, ପଞ୍ଚାୟତରୁ ସଚିବଙ୍କ ପର୍ଯ୍ୟନ୍ତ ଦୁର୍ନୀତି ଓ ପିସି କାରବାର ,ଗ୍ରାମ ସଭା ନହେବା,ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ହଡପ କରୁଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ବିଜେପି ରାଜ୍ୟ ତମାମ ଆନ୍ଦୋଳନକୁ ଓହ୍ଲାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମୁର୍ଚ୍ଚା ସଭାପତି ସୁରତ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ଜେନା, ଜୟଦେବ ନିର୍ବାଚନ ମଣ୍ଡଳୀସ୍ତରୀୟ ନେତା ତାପସ କୁମାର ଜେନା, ବସନ୍ତ ନାୟକ, ମାଗୁଣି ସେଠି,ବିଜୟ ମହାରଣାଙ୍କ ସମେତ ବହୁ ନେତା କର୍ମୀ ଓ ସମର୍ଥକମାନେ ବାଲିଅନ୍ତା ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗର୍ଜନ କରିଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.