ETV Bharat / state

ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ନାଥ ନାୟକ ଦେହାନ୍ତ

author img

By

Published : Oct 10, 2022, 1:11 PM IST

ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ନାଥ ନାୟକଙ୍କ ପରଲୋକ ହୋଇଛି । ନରେନ୍ଦ୍ର ନାଥ ନାୟକ ଅସୁସ୍ଥତା କାରଣରୁ କିଛି ଦିନ ହେବ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରବିବାର ବିଳମ୍ୱିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ପରଲୋକରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ନାଥ ନାୟକ

ନିଆଳି: ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ନାଥ ନାୟକଙ୍କ ପରଲୋକ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ନରେନ୍ଦ୍ରଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।

ସୂଚନା ଅନୁଯାୟୀ, ନରେନ୍ଦ୍ର ନାଥ କୁରୁଞ୍ଜିପୁର ପଞ୍ଚାୟତ ଅନ୍ତର୍ଗତ ମାଛପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଗତ କିଛି ଦିନ ହେଲା ସେ ଅସୁସ୍ଥତା କାରଣରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନିର୍ବାଚନ ମଣ୍ଡଳୀରେ ସେ ଥିଲେ ଜଣେ ଲୋକପ୍ରିୟ ନେତା ଏଥି ସହ ସେ ଥିଲେ ଅନୁସୂଚିତ ଜାତିର ଲଢୁଆ ନେତା । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ଆଜି ତାଙ୍କ ପାର୍ଥୀବ ଶରୀର ପୂର୍ବାହ୍ନ ୧୧ଟାରେ ହସ୍ପିଟାଲରୁ ବାହାରିବା ପରେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ଏକ ଶୋଭାଯାତ୍ରାରେ ବାଳକାଟି, ବାଲିପାଟଣା ପରେ କୁରୁଞ୍ଜି ପୁର ସ୍ଥିତ ପୈତୃକ ଗାଁକୁ ନିଆଯିବ । ଏହା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ବିଜେପି କର୍ମୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ସ୍ବର୍ଗତ ନାୟକଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସମଗ୍ର ଜୟଦେବ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.