ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣାରେ ରହିଛି ଅତିରିକ୍ତ ଏସପିଙ୍କ ହାତ: ବିଜେପି - ମାହାଙ୍ଗା ଡବଲ ମର୍ଡରରେ ଏସ୍ପିଙ୍କ ହାତ ଥିବା ଅଭିଯୋଗ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ଯଦିଓ ୪ ଅପରାଧୀଙ୍କୁ ଗିରଫ କରିଛି, ତଥାପି ଏହାକୁ ନେଇ ଅସନ୍ତୋଷ ଜାହିର କରିଛି ବିଜେପି । ଏହି ଘଟଣାରେ ଅତିରିକ୍ତ ଏସପିଙ୍କ ହାତ ଥିବା ଅଭିଯୋଗ କଲା ବିଜେପି । ଅଧିକ ପଢନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅତିରିକ୍ତ ଏସ୍ପିଙ୍କ ହାତ ଥିବା ଅଭିଯୋଗ କଲା ବିଜେପି

author img

By

Published : Jan 5, 2021, 6:43 PM IST

କଟକ: ତୁଟୁନି ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ଏହି ଘଟଣାରେ ପୋଲିସ ଯଦିଓ ୪ ଅପରାଧୀଙ୍କୁ ଗିରଫ କରିଛି, ତଥାପି ଏହାକୁ ନେଇ ଅସନ୍ତୋଷ ଜାହିର କରିଛି ବିଜେପି । ହତ୍ୟାକାଣ୍ଡ ଘଟଣାରେ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ କେବଳ ୪ ଜଣଙ୍କୁ କାହିଁକି ପୋଲିସ ଗିରଫ କରିଛି ପ୍ରଶ୍ନ କରିଛି ବିଜେପି ।

ଏହି ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି । କେବଳ ସେତିକି ନୁହେଁ ଉକ୍ତ ଘଟଣାରେ ଅତିରିକ୍ତ ଏସପିଙ୍କ ହାତ ଥିବା ନେଇ ବିଜେପି ଅଭିଯୋଗ ଆଣିଛି । ତାଙ୍କ ପ୍ରରୋଚନାରେ ଅପରାଧୀମାନେ ସକ୍ରିୟ ହେଉଥିବା ଅଭିଯୋଗ ହୋଇଛି । ଏମିତିକି ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ ଯେତେବେଳେ ଏସଡିପିଓ ଥିଲେ ଜାଣିଶୁଣି କୁଳମଣୀଙ୍କ ପରିବାର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ।

ଏପରିକି ବିଜେଡିରେ ମିଶିବାକୁ ପୋଲିସ ଅଧିକାରୀ ଜଣକ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଘଟଣାର ସଠିକ ତଦନ୍ତ କରିବାକୁ ବିଜେପି ଦାବି କରିଛି । ସେହିପରି ଏହି ପ୍ରସଙ୍ଗରେ ଆସନ୍ତାକାଲି ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ପ୍ରତିବାଦ କରାଯିବ । ଆସନ୍ତା ୮ ତାରିଖରେ ଡିଜି ଅଫିସ ଘେରାଉ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସୂଚନା ଦେଇଛି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅତିରିକ୍ତ ଏସ୍ପିଙ୍କ ହାତ ଥିବା ଅଭିଯୋଗ କଲା ବିଜେପି
କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.