ETV Bharat / state

ପଶ୍ଚିମବଙ୍ଗରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ବିଜେପି ଯୁବମୋର୍ଚ୍ଚା

author img

By

Published : Dec 12, 2020, 8:45 PM IST

କଟକ ଗୌରୀ ଶଙ୍କର ପାର୍କ ନିକଟରେ ମମତା ବାନାର୍ଜୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ହେଉ: ବିଜେପି ଯୁବ ମୋର୍ଚ୍ଚା

କଟକ: ମମତାଙ୍କ ଉପରେ ବର୍ଷିଲା ବିଜେପି ଯୁବ ମୋର୍ଚ୍ଚା । ପଶ୍ଚିମବଙ୍ଗରେ ବିଜେପିକୁ ଟାର୍ଗେଟ କରାଯାଉଛି । ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଆକ୍ରମଣ କରାଯିବା ଘଟଣା ମମତା ବାନାର୍ଜୀ ଗଣତନ୍ତ୍ରର ହତ୍ୟା କରୁଥିବା ସ୍ପଷ୍ଟ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଏହି କାରଣରୁ ଶନିବାର କଟକ ଗୌରୀ ଶଙ୍କର ପାର୍କ ନିକଟରେ ମମତା ବାନାର୍ଜୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରାଯାଇଛି ।

ଜେପି ନଡ୍ଡାଙ୍କୁ ଆକ୍ରମଣ ଘଟଣାରେ କର୍ମୀ ଲଗାଇ ବରିଷ୍ଠ ନେତାଙ୍କୁ ଆକ୍ରମଣ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଦଳ ପ୍ରଶ୍ନ କରିଛି । ତେବେ ଏହା ପ୍ରଥମ ନୁହେଁ, ଅନେକ ଦିନ ହେବ ବିଜେପିକୁ ଏପରି ଆକ୍ରମଣ ଓ ଟାର୍ଗେଟ କରି ଆସୁଛନ୍ତି ମମତା ସରକାର । ଯାହାର ଉତ୍ତର ଯୁବ ମୋର୍ଚ୍ଚା ଶୀଘ୍ର ଦେବ ବୋଲି ବିକ୍ଷୋଭରେ ସ୍ପଷ୍ଟ କରିଛି ବିଜେପି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.