ETV Bharat / state

5T Fight: ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଉଛି କହିଲେ ଭର୍ତ୍ତୃହରି ମହତାବ

author img

By

Published : Jun 30, 2023, 10:40 PM IST

ମହତାବ କହିଛନ୍ତି ଯେ ଏହି ସବୁ ବିଷୟ ହେଉଛି ଅବ୍ୟାପାରରେ ବ୍ୟାପାର। ଯାହାର କିଛି ଅର୍ଥ ହିଁ ନାହିଁ । କେବଳ ସମୟ ଅପଚୟ ହିଁ ସାର। ହୁଏତ ଏହା ଗଣମାଧ୍ୟମ ପାଇଁ ଖବରର ଶୀର୍ଷକ ହୋଇପାରେ। କିନ୍ତୁ ତାହାର ବାସ୍ତବତା ଦିଗରେ ଆଲୋଚନା କରିବା କେବଳ ସମୟକୁ କୁଠାରଘାତ ବୋଲି କହିଛନ୍ତି ସାଂସଦ। ଅଧିକ ପଢନ୍ତୁ

5T Fight: ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଉଛି: ଭର୍ତ୍ତୃହରି ମହତାବ

କଟକ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲା ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ବିଜେଡି ବିଜେପି ଓ କଂଗ୍ରେସ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି । ପ୍ରସଙ୍ଗରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଲେଖ୍ୟ ମଧ୍ୟ ବଡ ପ୍ରଭାବ ପକାଇଛି । ଏବେ ଏହି ପ୍ରସଙ୍ଗକୁ ନେଇ ବୁଲାଇ ବଙ୍କାଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ।

ମହତାବ କହିଛନ୍ତି ଏହି ସବୁ ବିଷୟ ହେଉଛି ଅବ୍ୟାପାରରେ ବ୍ୟାପାର। ଯାହାର କିଛି ଅର୍ଥ ହିଁ ନାହିଁ। କେବଳ ସମୟ ଅପଚୟ ହିଁ ସାର। ହୁଏତ ଏହା ଗଣମାଧ୍ୟମ ପାଇଁ ଖବରର ଶୀର୍ଷକ ହୋଇପାରେ। କିନ୍ତୁ ତାହାର ବାସ୍ତବତା ଦିଗରେ ଆଲୋଚନା କରିବା କେବଳ ସମୟକୁ କୁଠାରଘାତ ବୋଲି କହିଛନ୍ତି ସାଂସଦ।

ସେହିପରି ମହତାବ କହିଛନ୍ତି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁଆଡେ ଚିଠି ଆସିଛି କେନ୍ଦ୍ରରୁ । ଏହା ମୁଁ ଟିଭିରୁ ଜାଣିଛି । ସୌମ୍ୟ ବାବୁ ଆଲେଖ୍ୟ ମାଧ୍ୟମରେ ଉଠାଇଥିବା ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଦେଇ ସାରିଛନ୍ତି । ଏହାକୁ ଅଯଥା ପ୍ରସଙ୍ଗ କରାଯାଉଛି । ଗଣତାନ୍ତ୍ର ରାଷ୍ଟ୍ରରେ ଅମଲାଙ୍କ ପ୍ରଭାବ ରହିଆସିଛି । ଆମେରିକାରେ ମଧ୍ୟ ଅଛି । ତାମିଲନାଡୁରେ ବି ଅଛି । ତେଣୁ ଓଡ଼ିଶା କଥାକୁ ବେଶି ଆଲୋଚନା କରିବାର ଅର୍ଥ ଅବ୍ୟାପାରରେ ବ୍ୟାପାର ସହ ସମାନ । ସେହିଭଳି ସର୍ଭିସ କଣ୍ଡକ୍ଟ ରୁଲ୍ସ ପାଣ୍ଡିଆନ ଉଲ୍ଲଙ୍ଘନ କରୁଛନ୍ତି କି ନାହିଁ? ପ୍ରଶ୍ନର ଉତ୍ତରରେ ଭର୍ତ୍ତୃହରି କହିଛନ୍ତି ମୁଁ ବିଷାରଦ ନୁହେଁ ।

ଭର୍ତ୍ତୃହରି କହିଛନ୍ତି ଓଡିଶା ରେ ଆହୁରି ଅନେକ ବିଷୟ ଅଛି ତାହାକୁ ଛାଡି ଏହି ଦିଗ କୁ ବେଶି ଫୋକସ କରିବା ମୋ ମତରେ ସମୟ କୁ ନଷ୍ଟ କରିବା ସହ ସମାନ । 50 ଦଶକରେ ସେକ୍ରେଟେରିଏଟ କର୍ମଚାରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପିଟିଥିଲେ । ସେତେବେଳେ ତ ଗଣମାଧ୍ୟମ ଏତେ ନଥିଲା । ଏବେ ଗଣମାଧ୍ୟମ ଅଧିକ ରହିଛି । ତେଣୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଉଛି ବୋଲି କହିଛନ୍ତି । ତେବେ ଭର୍ତ୍ତୃହରି ଇସାରା ଇସାରାରେ ତେର୍ଛା ବାଣ ମାରିଥିଲେ ମଧ୍ୟ ଏହାକୁ ଇଙ୍ଗିତ କରିଛନ୍ତି ସ୍ପଷ୍ଟ ହୋଇନାହିଁ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.