କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜିପି ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି କୋର୍ଟରେ ହାଜର ହୋଇଛନ୍ତି । ମାମଲାର ଅଗ୍ରଗତି ନେଇ ସତ୍ୟପାଠ ମଧ୍ୟ ସେ ଦାଖଲ କରିଛନ୍ତି । ଘଟଣା ସମ୍ପର୍କରେ ବନ୍ଦ ଲଫାପାରେ ଡିଜିପିଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ ତାରିଖକୁ ହେବାକୁ ସ୍ଥିର କରାଯାଇଛି ।
ପରବର୍ତ୍ତୀ ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ଡିଜି ହାଜର ହେବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ତେବେ ବହୁଚର୍ଚ୍ଚିତ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ପୋଲିସ ଡିଜିପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ । ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦେଶ ଦିଆଯାଇଥିଲା ।
କଟକରୁ ନାରାୟଣ ସାହୁ, ଇିଟିଭି ଭାରତ