ETV Bharat / state

ବିଶ୍ୱ ଯୁବ ଦକ୍ଷତା ଦିବସରେ ନୂତନ ସମ୍ଭାବନା ସୃଷ୍ଟି କଲା ବୋଷ - ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରତିଷ୍ଠାନ

ବିଶ୍ୱ ଯୁବ ଦକ୍ଷତା ଅବସରରେ କଟକ ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଟେକ୍ନୋ ଏକ୍ସପୋ-2022 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆ ଜ୍ଞାନ କୌଶଳ ଜରିଆରେ ଏବଂ କମ ଖର୍ଚ୍ଚରେ କିଭଳି ଆଗକୁ ବିଭିନ୍ନ ଯନ୍ତ୍ରପାତି ନିର୍ମାଣ କରିହେବ ତାହା ଉପରେ ଫୋକସ୍‌ କରାଯାଇଛି । ଅଧିକ ପଢନ୍ତୁ

ବିଶ୍ୱ ଯୁବ ଦକ୍ଷତା ଦିବସରେ ନୂତନ ସମ୍ଭବନା ସୃଷ୍ଟି କଲା ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ

author img

By

Published : Jul 16, 2022, 12:00 PM IST

କଟକ: ବିଶ୍ୱ ଯୁବ ଦକ୍ଷତା ଅବସରରେ କଟକ ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଟେକ୍ନୋ ଏକ୍ସପୋ-2022 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବିଭନ୍ନ ଟ୍ରେଡ଼ର ଛାତ୍ରଛାତ୍ରୀ ମାନେ ଏକ୍ସପୋରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ନୂଆ ଜ୍ଞାନ କୌଶଳ ଜରିଆରେ ଏବଂ କମ ଖର୍ଚ୍ଚରେ କିଭଳି ଆଗକୁ ବିଭିନ୍ନ ଯନ୍ତ୍ରପାତି ନିର୍ମାଣ କରିହେବ ତାହା ଏହି ଏକ୍ସପୋରେ କୁହାଯାଇଛି ।

ବିଶ୍ୱ ଯୁବ ଦକ୍ଷତା ଦିବସରେ ନୂତନ ସମ୍ଭବନା ସୃଷ୍ଟି କଲା ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ

ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନେ ନୂଆ ଜ୍ଞାନ କୌଶଳ ଏବଂ କମ ଖର୍ଚ୍ଚରେ କେମିତି ଯନ୍ତ୍ରପାତି ନିର୍ମାଣ କରାଯାଇହେବ ତାହା 60 ଟି ଷ୍ଟଲ ମାଧ୍ୟମରେ ଦର୍ଶାଇଥିଲେ । ବିଶେଷକରି ସିଭିଲ ଓ ମେକାନିକାଲ ଇଞ୍ଜିନିୟର ଛାତ୍ରଛାତ୍ରୀମାନେ ଡବଲ ଡେକର ପୋଲ, ସ୍ମାର୍ଟ ହେଲମେଟ ,ଅଟୋ ସେନସର ଗାଡି ହେଡ ଲାଇଟ, ସ୍ମାର୍ଟ ବାଥରୁମ ଏବଂ 3ଟି ରୋବଟ ଇତ୍ୟାଦିର ନମୁନା ପ୍ରଦର୍ଶନ କରିଥିଲେ ।

ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଟେକ୍ନୋ ଏକ୍ସପୋ-2022 କାର୍ଯ୍ୟକ୍ରମକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଉଦଘାଟନ କରିଥିଲେ । ଜିଲ୍ଲାପାଳ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ମନୋବଳ ବୃଦ୍ଧି କରିବା ସହିତ ଆଗାମୀ ଦିନରେ ସେମାନଙ୍କୁ ସହାୟତାର ହାତ ବଢାଇବେ ବୋଲି କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.