ETV Bharat / state

Egra Bomb Blast: ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୋଲିସ, ନାମ ପରିବର୍ତ୍ତନ କରି ହେଉଥିଲା ଚିକିତ୍ସିତ

ନାମ ପରିବର୍ତ୍ତନ କରି କଟକରେ ଚିକିତ୍ସିତ ହେଉଥିଲା ଇଗ୍ରା ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ। ଅଧିକ ପଢନ୍ତୁ

bhanu bag under treatment at cuttack hospital

author img

By

Published : May 18, 2023, 3:16 PM IST

ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୋଲିସ

କଟକ: ପଶ୍ଚିମବଙ୍ଗ ଇଗ୍ରାର ଖାଡିକୁଲ ଅଞ୍ଚଳରେ ବାଣ ବିସ୍ଫୋରଣ ଘଟଣା । ଓଡ଼ିଶାରେ ଚିକିତ୍ସିତ ହେଉଛି ବାଣ ବିସ୍ଫୋରଣର ଆହତ ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତ ଭାନୁକୁ ଗିରଫ କଲା ଇଗ୍ରା ପୋଲିସ । ଗତ 16 ତାରିଖରେ ରାତି 2ଟା ସମୟରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାଣ ବିସ୍ଫୋରଣରେ ତାର ଶରୀର 80 ପ୍ରତିଶତ ଜଳିଯାଇଛି । ଅଭିଯୁକ୍ତ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ପ୍ରକୃତ ପରିଚୟ ଲୁଚାଇଥିଲା । ସେ ବାଲେଶ୍ବରର ବାସିନ୍ଦା ହୋଇଥିବା କହିଥିବା ବେଳେ ଗ୍ୟାସ୍‌ ଟାଙ୍କି ଫାଟି ଏଭଳି ହୋଇଥିବା କହିଥିଲା ଭାନୁ ବାଗ । ସେ ବାଲେଶ୍ଵରର ବାସିନ୍ଦା ହୋଇଥିବା ଏକ ଆଧାର କାର୍ଡ ଦେଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଭାନୁ ବାଗ ବଦଳରେ ସେ ଅନ୍ୟ ନାଁ ରେ ମେଡିକାଲରେ ଭର୍ତ୍ତି ହୋଇଥିଲା ।

ତେବେ ଅଭିଯୁକ୍ତର ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ତାଙ୍କୁ ଚିକିତ୍ସା କରିବା ପାଇଁ କହିଥିଲେ ତାଙ୍କ ସମ୍ପର୍କୀୟ । ଏହାପରେ ସ୍ଥାନୀୟ ଥାନାରେ ସୂଚନା ଦେବା ପାଇଁ ରୋଗୀର ସମ୍ପର୍କୀୟ କହିଥିଲେ । ତେବେ ଏହି ଘଟଣାରେ ଆଉ କେହି ଆହତ ହୋଇ ନାହାନ୍ତି କେବଳ ସେ ଆହତ ବୋଲି ଡାକ୍ତରଙ୍କୁ କହିଥିଲା ଭାନୁ ବାଗ । ହସ୍ପିଟାଲର ମୁଖ୍ୟଙ୍କ କହିବା ଅନୁସାରେ, ବୁଧବାର ଆମେ ସ୍ଥାନୀୟ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲା । ଖବର ପାଇବା ପରେ ଆଜି(ଗୁରୁବାର) କଲିକତାରୁ ଇଗ୍ରା ପୋଲିସ ଆସି ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି । ରୋଗୀ ଗୁରୁତର ଥିବାରୁ ପୋଲିସର ଅଜ୍ଞାତରେ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ସ୍ଥାନୀୟ ଥାନାର ଅବଗତିରେ ଭାନୁର ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-Explosion in WB: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, 7 ମୃତ

ଗତ ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ପୂର୍ବ-ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଇଗ୍ରାର ଖାଡିକୁଲ ଅଞ୍ଚଳରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିଲା । ଏକାଧିକ ଆହତ ମଧ୍ୟ ହୋଇଥିଲେ । ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଓ ଅନ୍ୟ ଜରୁରୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ବେଆଇନ ବାଣ କାରଖାନାରେ ବିସ୍ଫୋରଣ ନେଇ ମୁଖ୍ୟ ଅଭିଯୁକ୍ତକୁ ଭାନୁ ବାଗ୍‌କୁ କଟକରୁ ଆଜି ଗିରଫ କରିଛି ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.