ETV Bharat / state

ଗିରଫ ପରେ କୋର୍ଟ ଚାଲାଣ ହେଲେ ଲାଞ୍ଚୁଆ ତହସିଲଦାର

author img

By

Published : Dec 16, 2022, 6:53 AM IST

45 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଥିଲେ ପୃଥିବୀରାଜ । ଏନେଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଗିରଫ ପରେ କୋର୍ଟ ଚାଲାଣ ହେଲା ଲାଞ୍ଚୁଆ ତହସିଲଦାର

କଟକ: ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର ପୃଥିବୀରାଜ ମଣ୍ଡଳ । 45 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଥିଲେ ପୃଥିବୀରାଜ । ଏନେଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ ।

ତେବେ ଗତ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବର କଳିଙ୍ଗ ବିହାର ବାସଭବନ ସମ୍ମୁଖରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ହୃଦାନନ୍ଦ ସାହୁ ନାମକ ବ୍ୟକ୍ତିଙ୍କୁ ତାଙ୍କର ଜମିର କିସମ ପରିବର୍ତ୍ତନ ପାଇଁ 45 ହଜାର ଟଙ୍କା ଲାଞ୍ଚ ନେଉଥିଲେ ତହସିଲଦାର । ଏନେଇ ଧରା ପଡିବା ପରେ ପୃଥିବୀରାଜଙ୍କ ଭୁବନେଶ୍ବରରେ ଥିବା ବାସଭବନ ସହିତ ବେଗୁନିଆ ଠାରେ ଥିବା କାର୍ଯ୍ୟାଳୟ ଓ ତୁମୁଡିବନ୍ଧ ସ୍ଥିତ ପୈତୃକ ବାସଭବନରେ ରେଡ କରିଥିଲା ଭିଜିଲାନ୍ସ ଟିମ । ଏହି ରେଡ ସମୟରେ ପୃଥିବୀରାଜଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ଠାବ ହୋଇଛି । ଏଥି ସହିତ ସମସ୍ତ ଆକାଉଣ୍ଟ ଗୁଡିକୁ ଯାଞ୍ଚ କରାଯାଉ ଥିବା କହିଛନ୍ତି ଭିଜିଲାନ୍ସ ଏସପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.