ETV Bharat / state

ନିଆଳିରୁ ବେଆଇନ ଗୋମାଂସକୁ ଜବତ କଲେ ସ୍ଥାନୀୟ ଲୋକେ - ନିଆଳି ବ୍ଲକର ମଝିଖଣ୍ତ ଅଞ୍ଚଳ

ରବିବାର ନିଆଳି ବ୍ଲକର ମଝିଖଣ୍ତ ଅଞ୍ଚଳରୁ ଗୋମାଂସ ଭର୍ତ୍ତି ଟ୍ରକ ଜବତ । ସ୍ଥାନୀୟ ଯୁବକ କାବୁ କରିବା ପରେ ପୋଲିସକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

ନିଆଳିରୁ ବେଆଇନ ଗୋମାଂସକୁ ଜବତ କଲେ ସ୍ଥାନୀୟ ଲୋକେ

author img

By

Published : Sep 25, 2022, 6:21 PM IST

ନିଆଳି: ଦୀର୍ଘବର୍ଷ ଧରି କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଚାଲିଛି ଅବାଧ ଗୋ ମାଂସ ଚାଲାଣ । ପ୍ରଶାସନ ଆଖିରେ ଅଙ୍ଗୁଳି ଗେଞ୍ଜି କିଛି ଗୋମାଫିଆ ରାତିଦିନ ରାଜ୍ୟ ତଥା ରାଜ୍ୟ ବାହାରକୁ ଶହ ଶହ ଗୋରୁଗାଈଙ୍କୁ ହତ୍ୟା କରି ଗୋ ମାଂସ ଚାଲାଣ କରୁଥିବା ନେଇ ବହୁବାର ଅଭିଯୋଗ ହୋଇ ଆସୁଛି । ରବିବାର ନିଆଳି ବ୍ଲକର ମଝିଖଣ୍ତ ଅଞ୍ଚଳରୁ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କରାଯାଇଛି ।

ନିଆଳିରୁ ବେଆଇନ ଗୋମାଂସକୁ ଜବତ କଲେ ସ୍ଥାନୀୟ ଲୋକେ

ଏହା ମଧ୍ୟ ପଢନ୍ତୁ:ନକଲି ଔଷଧ କାରବାର ମାମଲା, 2 ବିହାରୀ ବ୍ୟବସାୟୀ ଗିରଫ

କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ତ, ଅଥଙ୍ଗା ସେହିପରି ପୁରି ଜିଲ୍ଲାର ନିମାପଡ଼ା ବ୍ଲକର କଳାପାଞ୍ଚଣ, ନୂଆହାଟ, କାକଟପୁର, ଦାନଗହିରୀ, ବିଶିଲିପଡା ଗୋପ, ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବନମାଳିପୁର, ବେଙ୍ଗବତୀ, ସେକପାଟଣା ଆଦି ଅଞ୍ଚଳରୁ ପ୍ରତ୍ୟେକ ଦିନ ହଜାର ହଜାର କୁଇଣ୍ଟାଲ ଗୋ ମାଂସ ଅବାଧରେ ଚାଲାଣ ହେଉଥିବା ଅଭିଯୋହ ହେଉଛି । ରବିବାର ନିଆଳି ବ୍ଲକର ମଝିଖଣ୍ତ ଅଞ୍ଚଳରୁ ଅବାଧରେ ଗୋ ମାଂସ ପିକପ ଭ୍ୟାନରେ ଯାଉଥିବା ଖବର ପାଇ ନୂଆଗାଁ ପାୟତର କିଛି ଯୁବକ ଗୋ ମାଂସ ଗାଡିକୁ ଅଟକାଇଥିଲେ ଏବଂ ଗୋ ମାଂସ ଚାଲାଣକାରୀ ଗାଡିକୁ ଛଡାଇ ନେବା ପାଇଁ ଉଦ୍ୟମ କରୁଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ଗୋ ମାଂସ ଚାଲାଣକାରୀ ଫେରାର ଥିଲେ। ଖବରପାଇ ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋମାଂସ ଗାଡିକୁ ଜବତ କରି ଏକ ଅଜ୍ଞାତ ସ୍ଥାନରେ ଜବବ ଗୋ ମାଂସକୁ ପୋତି ଦେଇଥିବା ସୂଚନା ମିଳିଛି । ଜବତ ହୋଇଥିବା ଗୋରୁ ମାଂସ ୧୫ କୁଇଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ସ୍ଥାନରୁ ଅବାଧ ଗୋ ମାଂସ ଚାଲାଣକୁ ବନ୍ଦ କରିବା ପାଇଁ କଟକ, ଖୋର୍ଦ୍ଧା ଏବଂ ପୁରି ଏସପି ସ୍ବତନ୍ତ୍ର ସ୍କାର୍ଡ ଗଠନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, "ଆମେ ହିନ୍ଦୁ ମୁସଲିମ ଯେମିତି ଭାଇଭାଇ ହୋଇ ଚଳୁଥିଲୁ ସେମିତି ଚଳିବୁ । ଆମ ଭିତରେ ଆମେ ଝଗଡା ଲଗାଇବା ଠିକ ନୁହଁ । ତେଣୁକରି ଆମେ ଆଗରୁ ବୁଝେଇଥିଲୁ କୁନ୍ତୁ ସେ ବୁଝିଲେ ନାହିଁ । ଆଜି ଆମେ ଖରାପ ଲାଗିଲା ବୋଲି ଗାଡିକୁ ଧରିଲୁ । ଏହାପରେ ଆମେ ଥାନାକୁ ଖବର ଦେଇଥିଲୁ । ଆମ ଅଞ୍ଚଳରେ ପ୍ରାୟ ୬ ରୁ ୭ଜଣ ଏହି ଗୋମାଂସ ବେପାରୀ ରହିଛନ୍ତି । ମଝିରେ ଏହି ବ୍ୟବସାୟ ବନ୍ଦ ହୋଇଯାଇଥିବାବେଳେ ଏବେ ପୁଣି ଆରମ୍ଭ ହୋଇଛି । ଏହି ଗୋମାଂସ ନିଆଳିରୁ ଆନ୍ଧ୍ରକୁ ସ୍ଥାନାନ୍ତର ହେଉଛି ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.