କଟକ: ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ପାଖରେ ଥିବା ସମସ୍ତ ବସ୍ତିକୁ ଉଚ୍ଛେଦ କରାଯାଇଥିଲା। ବିଶେଷକରି ମା ମଙ୍ଗଳା ବସ୍ତିକୁ ଉଚ୍ଛେଦ ଓ ପରେ ସ୍ଥାନାନ୍ତରିତ କରିବା ପରେ ସେମାନେ ଏଯାବତ ଜମି ପଟ୍ଟା ପାଇ ପାରିନାହାଁନ୍ତି । ଏହାକୁ ନେଇ ବସ୍ତି ବାସିନ୍ଦା ମିଳିତ ମଞ୍ଚ ପ୍ରତିବାଦ କରିଛି ।
ଏହାସହ ଏମାନେ ବର୍ତ୍ତମାନ ନିଯୁକ୍ତି ପାଇବାରୁ ବଞ୍ଚିତ । ଏହାଛଡା ବର୍ତ୍ତମାନ ଯେଉଁ ପିଲିଗ୍ରିମ୍ ରୋଡ଼, ବେହେରା ସାହି ଦାସ ସାହି, ଛତ୍ର ବଜାର ବସ୍ତି ଉଚ୍ଛେଦ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ଉଚ୍ଛେଦ ପୂର୍ବରୁ ଆଇନ ଅନୁସାରେ ଥଇଥାନ ହେବା ଆବଶ୍ୟକ । ନହେଲେ ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନ ଗଢି ତୋଳିବ ବୋଲି ଚେତାବନୀ ଦେଇଛି ମଞ୍ଚ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ