ETV Bharat / state

ବଲିଉଡ୍‌ ଓଲିଉଡ୍‌ ଗୀତ ନୃତ୍ୟରେ ଦୁଲୁକିବ ମଞ୍ଚ, 12ରୁ ବାରବାଟୀ ଫେଷ୍ଟିଭାଲ - ପୁଣି ଦୁଲିକିବ କଟକ।

12 ରୁ ଆରମ୍ଭ ହେବ 22ତମ ବାରବାଟୀ ଫେଷ୍ଟିଭାଲ। 7 ଦିନ ଧରି ଉପର ବାଲିଯାତ୍ରା ପଡିଆ ରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ। ଅଧିକ ପଢ଼ନ୍ତୁ

22ତମ ବାରବାଟୀ ଫେଷ୍ଟିଭାଲ
22ତମ ବାରବାଟୀ ଫେଷ୍ଟିଭାଲ
author img

By

Published : Feb 10, 2023, 5:23 PM IST

12 ରୁ ଆରମ୍ଭ ହେବ 22ତମ ବାରବାଟୀ ଫେଷ୍ଟିଭାଲ

କଟକ: ପୁଣି ଦୁଲିକିବ କଟକ । ଆସନ୍ତା 12 ତାରିଖରୁ କଟକ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବ 22ତମ ବାରବାଟୀ ଫେଷ୍ଟିଭାଲ । ଭଳି କି ଭଳି ନୃତ୍ୟ ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର ଷ୍ଟଲ ର ମଜା ନେବେ ଦର୍ଶକ । ଏହା 7 ଦିନ ଧରି ଉପର ବାଲିଯାତ୍ରା ପଡିଆ ରେ ଅନୁଷ୍ଠିତ ହେବ। 2001 ମସିହାରୁ ନିରବଚ୍ଛିନ୍ନ ଭାବରେ ଓଡ଼ିଶା ନୃତ୍ୟ ମଣ୍ଡଲ ଆନୁକୁଲ୍ୟରେ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ହୋଇ ଆସୁଅଛି ବାରବାଟୀ ନୃତ୍ୟ ଉତ୍ସବ।

ଏହା ଚଳିତବର୍ଷ 22 ବର୍ଷରେ ପଦାର୍ପଣ କରିଥିବାରୁ ଏହାର ସ୍ବତନ୍ତ୍ର ନାମ ବାରବାଟୀ ଫେଷ୍ଟିଭାଲ ନାମରେ ନାମିତ ହୋଇଛି । ନୃତ୍ୟ ସଙ୍ଗୀତ ସହିତ,ଚିତ୍ର କଳା,ଫ୍ୟାସନ,ଏବଂ ଚଳଚିତ୍ର କୁ ଆଧାର କରି ଏଥର ଏକ ନୂଆ ଆଧାର ରେ 12 ତାରିଖରୁ 18 ତାରିଖ ଯାଏ ଚାଲିବ ଏହି ଫେଷ୍ଟିଭାଲ । ପ୍ରଥମ କରି ଫ୍ୟାସନ ବିଭାଗକୁ ବାରବାଟୀ ଫେଷ୍ଟିଭାଲରେ ସାମିଲ କରାଯାଉଛି । ସୋଆ ୟୁନିଭରସିଟି ଫ୍ୟାସନ କ୍ଲବର ଶିଳ୍ପୀମାନେ ଶେଷ ସନ୍ଧ୍ୟାକୁ ଆହୁରି ଆକର୍ଷଣ କରିବେ । ଏହା ସହିତ 3ଟାରୁ 5ଟା ପର୍ଯ୍ୟନ୍ତ ନୃତ୍ୟ, ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତା ପ୍ରତିଭାମାନଙ୍କୁ ବାରବାଟୀ ପ୍ରତିଭା ସମ୍ମାନ ସନ୍ଧ୍ୟା ଉତ୍ସବରେ ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯିବ।

22ତମ ବାରବାଟୀ ଫେଷ୍ଟିଭାଲ ପାଇଁ କଟକ ମହାନଗର ନିଗମ, ଅଗ୍ନି ସେବା ବିଭାଗ, ପୋଲିସ ପ୍ରଶାସନକୁ ସହଯୋଗକୁ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋକ କମିଟି ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ତେବେ ଏହି ଫେଷ୍ଟିଭାଲରେ ଓଡିଶାର କଳା ସ୍ଥାପତ୍ୟକୁ ବିଶେଷ ଭାବରେ ପ୍ରଦର୍ଶନ କରାଯିବ । ବିଶେଷକରି ଓରମାସ ପକ୍ଷରୁ ମଧ୍ୟ ଷ୍ଟଲ୍‌ ବ୍ୟବସ୍ଥା ରହିବ । ଯେଉଁଠି ଆମ ଓଡ଼ିଆ ମାଟିର ଦେଶୀ ସାମଗ୍ରୀ ପାଇ ପାରିବେ ଲୋକେ ।

ଏହାଛଡ଼ା ଭଳି କି ଭଳି ଖାଦ୍ୟ, ଘର କରଣା ସାମଗ୍ରୀ, ଇତ୍ୟାଦି ଏହି ଫେଷ୍ଟିଭାଲରେ ଉପଲବ୍ଧ ହେବ । ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ଜଣାଶୁଣା କଳାକାର ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର କଳା ସଂସ୍କୃତିକୁ ପ୍ରସାର ପ୍ରଚାର କରିବା ସହ ରାଜ୍ୟର ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ ବୋଲି ବାରବାଟୀ ଫେଷ୍ଟିଭାଲ ଅଧ୍ୟକ୍ଷ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.