କଟକ: ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହୋଇଛି ବାର କାଉନସିଲ ଅଫ ଇଣ୍ଡିଆ ( Bar Council of India ) । ହାଇକୋର୍ଟ ବେଞ୍ଚ ଦାବି ନେଇ ଗତକାଲି ୨୯ ଜଣ ଆନ୍ଦୋଳନରତ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା ଏବଂ ଆଜି ଆଉ 14 ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି ।
ଏଥିସହ ସମ୍ବଲପୁର ବାର୍ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ବହିଷ୍କାର କରାଯାଇଛି । ବହିଷ୍କୃତ ଆଇନଜୀବୀଙ୍କ ସମ୍ପର୍କରେ ପରବର୍ତ୍ତୀ ଶୁଣାଣୀ ସମୟରେ ବିଚାର କରାଯିବ ବୋଲି କହିଛନ୍ତି ଓଡ଼ିଶା ଷ୍ଟେଟ ବାର୍ କାଉନସିଲ ସଚିବ । ଅନ୍ୟପଟେ ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନିବାକୁ ପରାମର୍ଶ ଦେଇଛନ୍ତି ସଚିବ ।
ସୂଚନା ଯୋଗ୍ୟ, ସମ୍ବଲପୁର ବାରର 43 ଜଣ ଆଇନଜୀବୀଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କରିଛି BCI । ଲାଇସେନ୍ସ ସସପେଣ୍ଡ ନେଇ ପ୍ରେସ ରିଲିଜ ଜାରି କରିଛି ବାର କାଉନସିଲ ଅଫ ଇଣ୍ଡିଆ (BCI) । ଓକିଲ ଆନ୍ଦୋଳନକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଆନ୍ଦୋଳରତ ସମସ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ଦେଇଥିଲେ ନିର୍ଦ୍ଦେଶ । ଏହାସତ୍ତ୍ବେ ବାର କାଉନସିଲ ଓଫ ଇଣ୍ଡିଆ କୌଣସି ପଦକ୍ଷେପ ନେଇନଥିଲେ । କିନ୍ତୁ ସୋମବାର ଦିନ ସମ୍ବଲପୁର ଓକିଲ ସଂଙ୍ଘ ଆନ୍ଦୋଳରତ ଥିବା ବେଳେ କୋର୍ଟ ପରିସରରେ ଧସ୍ତାଧସ୍ତି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି BCI ।
ଇଟିଭି ଭାରତ, କଟକ