କଟକ: ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗରେ ହାଇକୋର୍ଟରେ ମଙ୍ଗଳବାର ଆଉ ଏକ ମାମଲା ରୁଜୁ କରାଯାଇଛି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି । ଅନିୟମିତତା ବିରୋଧରେ ତଦନ୍ତ ନିର୍ଦ୍ଦେଶ ପାଇଁ ମାମଲା ରୁଜୁ କରାଯାଇଛି ।
ସେହିପରି ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇ ଦେବାକୁ ପିଟିସନରେ ଦାୟର କରାଯାଇଛି । କିପରି ଏହି ଜଗନ୍ନାଥଙ୍କ ଜମିକୁ ଚଞ୍ଚକତା କରି ବିକ୍ରୟ କରାଯାଇଛି, ସେନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ପିଟିସନରେ ଉଲ୍ଲେଖ କରାଯାଇଛି । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ମନ୍ଦିର ପ୍ରଶାସନ, ପୁରୀ ଏସ୍ପିଙ୍କ ସମେତ ୨୪ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ