ETV Bharat / state

ଚାକିରି ଦେବା ନାଁରେ ଠକେଇ, କନ୍ସଲଟାନ୍ସି ସଂସ୍ଥା ମାଲିକ ଗିରଫ

ଚାକିରି ନାଁରେ ଠକେଇ ଅଭିଯୋଗ । କଟକର ଏକ କନ୍ସଲଟାନ୍ସି ସଂସ୍ଥା ଉପରେ ଚଢ଼ାଉ କରି ସିଲ କଲା ବାଦାମବାଡି ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Jan 4, 2023, 11:07 AM IST

job scam
ଚାକିରି ଦେବା ନାଁରେ ଠକେଇ
ଚାକରି ଦେବା ନାଁରେ ଠକେଇ ଅଭିଯୋଗ

କଟକ: କନ୍ସଲଟାନ୍ସି ସଂସ୍ଥାରେ ବାଦାମବାଡ଼ି ଥାନା ପୋଲିସ ପକ୍ଷରୁ ବଡ଼ ଧରଣର ଚଢାଉ । ବାଦାମବାଡ଼ି ଅଞ୍ଚଳରେ ଥିବା ଏ ଟୁ ଜେଡ ସଲ୍ୟୁସନ (Badambadi Police raid on A to Z Solution Consultancy) ନାମକ କନ୍ସଲଟାନ୍ସି ସଂସ୍ଥାରେ ପୋଲିସ ଚଢ଼ାଉ କରିଛି । ସଂପୃକ୍ତ ସଂସ୍ଥା ବିରୋଦ୍ଧରେ ଚାକିରି ଦେବା ନାଁରେ ଠକେଇ (Job Scam) ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଭାରତ ଯୋଡ଼ୋ ଯାତ୍ରାରେ ଶରତ, ରାହୁଲ ଗାନ୍ଧୀଙ୍କ ସହ ଚାଲିଲେ PCC ସଭାପତି

ଶହ ଶହ ଯୁବକ ଯୁବତୀଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରି କରାଇଦେବାକୁ କହି ମୋଟା ଅଙ୍କର ଟଙ୍କା ଚଳୁ କରୁଥିଲା ସମ୍ପୃକ୍ତ ସଂସ୍ଥା । କିନ୍ତୁ ଚାକିରି ଦେବା ବଦଳରେ ଠକି ଚାଲିଥିବା । ଏପରିକି ଟଙ୍କା ଫେରସ୍ତ ମାଗିଲେ ସଂସ୍ଥାର କର୍ମଚାରୀମାନେ ଅତ୍ୟାଚାର ବି କରୁଥିବାର ଅଭିଯୋଗ ରହିଛି । ତେବେ ଏନେଇ ବାଦାମବାଡ଼ି ଥାନାରେ 3ଟି ଲିଖିତ ଅଭିଯୋଗ ହେବା ପରେ ଆକ୍ସନ ମୁଡକୁ ଆସିଛି ବାଦାମବାଡି ପୋଲିସ । ସଂସ୍ଥାର ମାଲିକ ବିନୟ ଦାସକୁ ପୋଲିସ ଗିରଫ କରି ଅଫିସକୁ ସିଲ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ସହର ପାଇଁ ଐତିହାସିକ ଦିନ କହିଲେ ସ୍ଥାନୀୟ ବିଧାୟକ

ରେଡ କରି ପୋଲିସ ବହୁ କାଗଜପତ୍ର ଜବତ କରିଛି । ଏହାଛଡା ଅନେକ କମ୍ପ୍ୟୁଟର ହାର୍ଡ ଡିସ୍କକୁ ମଧ୍ୟ ଜବତ କରିଛି। ଏନେଇ ଜୋନ 6 ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, "ବାଦାମବାଡି ଥାନା ଅଧିନରେ ଏ ଟୁ ଜେଡ କନ୍ସଲଚାନ୍ସି ନାମକ ଏକ ସଂସ୍ଥା ରହିଥିଲା । ଯେଉଁଠାରେ ଚାକିରି ଦେବା ନାଁରେ ଶିକ୍ଷିତ ଯୁବକ ଯୁବତୀଙ୍କ ଠାରୁ ଟଙ୍କା ନେଉଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ଚାକିରି ଦିଆଯାଏନାହିଁ । ଏହି ସଂକ୍ରାନ୍ତରେ ବାଦାମବାଡି ଥାନାରେ ଅଭିଯୋଗ ହୋଇଥିଲା । ସଂସ୍ଥା ମାଲିକଙ୍କୁ ଗିରଫ କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ସେହିପରି ଅନ୍ୟ କେହି ଯଦି ଏହି ସଂସ୍ଥା ସହ ଯୋଗାଯୋଗ କରି ଠକେଇର ଶିକାର ହୋଇଛନ୍ତି, ସେମାନେ ବାଦାମବାଡି ଥାନାରେ ଆସି ଅଭିଯୋଗ କରିବାକୁ ଏସିପି କହିଛନ୍ତି । ସୂଚନା ଥାଉକି, କଟକର ଅନେକ ସ୍ଥାନରେ ବିଭିନ୍ନ ସଂସ୍ଥା ଖୋଲି ଠକେଇ କରୁଥିବା ଅଭିଯୋଗ ହୋଇଛି । ଯୁବକ ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ତେଣୁ ବିଭିନ୍ନ ସମୟରେ କଟକ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଥିବା ଘଟଣା ସାମ୍ନାକୁ ଆସୁଛି । ତେବେ ଏଭଳି ଠକ ସଂସ୍ଥାରୁ ଦୂରେଇ ରହିବାକୁ ପୋଲିସ ପରାମର୍ଶ ଦେଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.