ETV Bharat / state

ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା, ଗୁଳି ମାରିଥିବା ଶିକାରୀର ପତ୍ତା ମିଳୁନି - ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

ଶେଷରେ ଆଖି ବୁଜିଲା ବଡ଼ମ୍ବାର ଗୁଳିବିଦ୍ଧ ଦନ୍ତା । ସେପ୍ଟୋସମିଆରେ ଇନ୍‌ଫେକ୍ସନ (high Infection) ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ

ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା, ଗୁଳି ମାରିଥିବା ଶିକାରୀର ପତ୍ତା ମିଳୁନି

author img

By

Published : Jun 14, 2022, 10:32 PM IST

କଟକ: ଶେଷରେ ଆଖି ବୁଜିଲା ବଡ଼ମ୍ବାର ଗୁଳିବିଦ୍ଧ ଦନ୍ତା । ଡ୍ରେସିଂ ଓ ଆଣ୍ଟବାୟୋଟିକ୍‌ ପ୍ରୋଟକଲ ଅନୁଯାୟୀ ହାତୀଟିର ଚିକିତ୍ସା କରାଯାଇଥିଲା । ତେବେ ସେପ୍ଟୋସମିଆରେ ଇନ୍‌ଫେକ୍ସନ (high Infection) ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସୁ୍ଦ୍ଧା କିଏ ହାତୀଟିକୁ ଗୁଳି ମାରିଛି ତାହାର ଟେର୍‌ ପାଉନି ବନ ବିଭାଗ ।

ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା, ଗୁଳି ମାରିଥିବା ଶିକାରୀର ପତ୍ତା ମିଳୁନି

କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳର ଜୟପୁର ସେକ୍ସନରେ ଥିବା ଜଙ୍ଗଲରେ ଏକ ୮ରୁ ୧୦ ବର୍ଷର ଦନ୍ତା ହାତୀକୁ ଗୁଳି କରାଯାଇଥିଲା । କିଛି ଗ୍ରାମବାସୀ ଗୁଳି ଖାଇଥିବା ଦନ୍ତାହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହାତୀକୁ ସୁସ୍ଥ କରିବା ପାଇଁ ବନ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଥିଲା । ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଗୁଳି ବିଦ୍ଧ ଦନ୍ତାକୁ ବଞ୍ଚାଇ ପାରି ନାହାନ୍ତି ଡାକ୍ତରୀ ଦଳ । ନରସିଂହପୁର ପ୍ରାଣୀ ଚିକିତ୍ସକ ଡାକ୍ତର ସେନାପତିଙ୍କ ସହିତ ନନ୍ଦନକାନନର ଡାକ୍ତର ଗୁପ୍ତା ଏବଂ ସାତକୋଶିଆ ୱାଇଲ୍ଡ ଲାଇଫର ଡାକ୍ତର ସାହୁଙ୍କ ସହ ଏକ 7 ଜଣିଆ ଟିମ୍ ହାତୀଟିର ଚିକିତ୍ସା କରିଥିଲେ। ହାତୀଟିର ଚିକିତ୍ସା ଠିକ୍‌ଠାକ କରାଯାଉଥିବା ବେଳେ ଇନ୍‌ଫେକ୍ସନ (Infection) ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରିଛନ୍ତି ଡାକ୍ତରୀ ଦଳ ।

ହାତୀଟିର ମୃତଦେହ ବ୍ୟବଚ୍ଛେଦ ପରେ ପୋତା ଯାଇଛି । ଏଠି ପ୍ରଶ୍ନ ଉଠିଛି ହାତୀକୁ ଗୁଳି ହେଉଛି ହେଲେ ବନ ବିଭାଗ କିଛି ଟେର ପାଉନି କେମିତି ? ବନ ବିଭାଗର କିଛି କର୍ମଚାରୀ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.