ETV Bharat / state

'ଆମକୁ ଭୁବନେଶ୍ବର ମନା ହେଲେ, ନେତାଙ୍କୁ ବି ଗାଁ ମନା'

ଚାଷୀ ସମାବେଶରେ ଚାଷୀଙ୍କୁ ପୋଲିସ ଅଧାରାସ୍ତାରୁ ଉଠାଇ ନେବା ଘଟଣାର କଡା ଜବାବ ଦେଇଛି ନବନିର୍ମାଣ କୃଷକ ସଂଗଠନ ।

author img

By

Published : Feb 12, 2019, 8:04 AM IST

କଟକ: ଆକ୍ସନ ମୋଡରେ ନବନିର୍ମାଣ କୃଷକ ସଂଗଠନ । ଚାଷୀ ସମାବେଶରେ ଚାଷୀଙ୍କୁ ପୋଲିସ ଅଧାରାସ୍ତାରୁ ଉଠାଇ ନେବା ଘଟଣାର କଡା ଜବାବ ଦେଇଛି ନବନିର୍ମାଣ କୃଷକ ସଂଗଠନ । ଯାହାର ପ୍ରତିଫଳନ ସ୍ବରୂପ, କଟକ ବଡମ୍ବା ନରସିଂହପୁର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ଲକ ଘେରାଉ କରାଯାଇ ଥିବାବେଳେ ଵାଙ୍କୀ ଜାତମୁଣ୍ଡିଆ ଛକଠାରେ ମଧ୍ୟ ପ୍ରତିବାଦ ସଭା କରାଯାଇଥିଲା ।

ସୂଚନା ଅନୁସାରେ, ଗତ ୮ ତାରିଖରେ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ବିରାଟ ସମାବେଶ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ ସାମିଲ ହେବାକୁ ରାଜଧାନୀ ଆସୁଥିଲେ । ମାତ୍ର ଆସିବା ସମୟରେ ହିଁ ନବନିର୍ମାଣ କୃଷକ ସଂଗଠନର କୃଷକଙ୍କୁ ରାଜ୍ୟ ସରକାର ପୋଲିସ ଲଗାଇ ଅଧାରେ ଅଟକେଇଥିଲେ । ଏହି ଘଟଣାକୁ ବିରୋଧ କରି ଚାଷୀମାନେ ସୋମବାର ବ୍ଲକ କାର୍ଯ୍ୟାଳୟ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।

ଘେରାଉ ସମୟରେ ଶତାଧିକ ଚାଷୀ ଯୋଗଦେଇ,'ଆମକୁ ଯଦି ଭୁବନେଶ୍ବର ମନା, ତେବେ ନେତାଙ୍କୁ ଗାଁ ମନା' ନାରା ଦେଇଥିଲେ । କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ୨ ପ୍ଲାଟୁନ ପୋଲିସଫୋର୍ସ ମୁତୟନ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

just checking

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.