ETV Bharat / state

ଚୌଧୁରୀ ବଜାର ଅଗ୍ନିକାଣ୍ଡ ଘଟଣା: ବିଲ୍ଡିଂରେ ନଥିଲା ଫାୟାର ସାର୍ଟିଫିକେଟ

author img

By ETV Bharat Odisha Team

Published : Sep 30, 2023, 9:50 PM IST

ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଶୁକ୍ରବାର ଦିନ କଟକ ଚୌଧୁରୀ ବଜାରରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ। ଯେଉଁ ଶାଢୀ ଦୋକାନରେ ନିଆଁ ଲାଗିଥିଲା ତା'ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ପଢନ୍ତୁ

investigation after fire mishap
ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ
ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ

କଟକ: ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ ଘଟଣା । ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଶୁକ୍ରବାର ଦିନ କଟକ ଚୌଧୁରୀ ବଜାରରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ। ଯାହାର ତଦନ୍ତ ଆଜିଠୁ ଆରମ୍ଭ କରିଛି ଅଗ୍ନିଶମ ବିଭାଗ । ଯେଉଁ ଶାଢୀ ଦୋକାନରେ ନିଆଁ ଲାଗିଥିଲା ତା'ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଚୌଧୁରୀ ବଜାର ଭଳି ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳିରେ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ କିପରି ଚାଲିଛି ବ୍ୟବସାୟ ସେନେଇ ପ୍ରଶ୍ନ ଉଠିଛି। ବିନା ଅଗ୍ନି ନିରପତ୍ତା ବ୍ୟବସ୍ଥାରେ ଖାମଖିଆଲ ଭାବେ ଦୋକାନ ବଜାର ସବୁ ଖୋଲିଥିବା ଦେଖିବାକୁ ମିଳିଛି ।

ଜଳି ପୋଡି ଯାଇଥିବା ନିଜର ଶାଢୀ ଦୋକାନର ସଟରକୁ ଆଜି ଖୋଲିଛନ୍ତି କପଡା ବ୍ୟବସାୟୀ ବିବେକ ଅଗ୍ରୱାଲ । ଚୌଧୁରୀ ବଜାରରେ ଶୁକ୍ରବାର ଘଟିଥିବା ଭୟଙ୍କର ଅଗ୍ନିକାଣ୍ତର ତଦନ୍ତ କରିବା ଲାଗି ଦମକଳ ବାହିନୀ ଆଜି ଘଟଣାସ୍ଥଳରେ ପହଞ୍ଚିଥିଲା। ଉଚ୍ଚ ପଦସ୍ଥ ଅଧିକାରୀମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପ୍ରଥମେ ତଳ ମହଲାରେ ଲାଗିଥିଲା ନିଆଁ । ପରେ ଏହା ପ୍ରଥମ ଓ ଦ୍ବିତୀୟ ମହଲାକୁ ବ୍ୟାପି ଯାଇଥିଲା। ଯାହାକୁ ନିୟନ୍ତ୍ରଣ କରିବା ଲାଗି ୭ ଟି ଦମକଳ ଟିମ୍ ଅହରହ ପରିଶ୍ରମ କରିଥିଲେ । ହାଇଡ୍ରଲିକ ଏସ୍କାଲେଟର ଓ ପ୍ରାୟ 50 ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଅଧିକାରୀ ନିଆଁକୁ ଆୟତ୍ତ କରିଥିବାବେଳେ ପ୍ରାୟ 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା। ଗତକାଲିର ଅଗ୍ନିକାଣ୍ଡକୁ ସଠିକ ସମୟରେ ନିୟନ୍ତ୍ରଣ କରାଯାଇନଥିଲେ ସ୍ଥିତି ଆହୁରି ଭୟଙ୍କର ହୋଇଥାନ୍ତା ବୋଲି ମତ ପ୍ରକାଶ ପାଇଛି।

ଏହା ବି ପଢନ୍ତୁ...ମେଟ୍ରୋ ଟାଓ୍ବାର ଅଗ୍ନିକାଣ୍ଡର ଫିଟୁଛି ଗୁମର; ଟିକିଏ ଡେରିରେ ଯାଇଥାନ୍ତା ୨ ଜୀବନ

ତେବେ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିସାରିବା ପରେ ଅଗ୍ନିଶମ ଡେପୁଟି ଫାୟାର ଅଫିସର ସନାତନ ମହାପାତ୍ର କହିଛନ୍ତି , "ଜଳି ଯାଇଥିବା ୨ ଟି ଜାକ ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା। ଏପରିକି ସମ୍ପୃକ୍ତ ବିଲ୍ଡିଂରେ ମଧ୍ୟ ଏଭଳି କିଛି ବ୍ୟବସ୍ଥା ନାହିଁ। ଅଳ୍ପ କିଛି ଅଗ୍ନି ନିର୍ବାପକ ଯନ୍ତ୍ର ଥିବାବେଳେ ଫାୟାର ସାର୍ଟିଫିକେଟ ନଥିଲା। ତେଣୁ ଆଜି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହାସହ ସମସ୍ତ ଦସ୍ତବିଜ ମଧ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ତମାମ ଦସ୍ତାବିଜ ହସ୍ତଗତ ହେଲା ପରେ ଉଚ୍ଚ ଅଧିକାରୀଙ୍କୁ ଦାଖଲ କରାଯିବ।" ଏହାପରେ ଯାହା ଆଇନଗତ କାର୍ଯ୍ୟନୁଷ୍ଠାନ ରହିଛି ତାହା ହେବ ବୋଲି ସ୍ପଷ୍ଟ କରିଛନ୍ତି ଅଗ୍ନିଶମ ଅଧିକାରୀ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.