ETV Bharat / state

ଅନ୍ତର୍ଜାତୀୟ ମାର୍ଶାଲ ଆର୍ଟ ଓ ବକ୍ସର ଶ୍ରୀକାନ୍ତ ଶେଖରଙ୍କୁ ଦିଲ୍ଲୀରେ ଆକ୍ରମଣ, ନିଆଳିରେ ପ୍ରତିବାଦ

author img

By

Published : Jul 6, 2022, 9:45 PM IST

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମାର୍ଶାଲ ଆର୍ଟ ଓ ବକ୍ସର ଶ୍ରୀକାନ୍ତ ଶେଖରଙ୍କୁ ଦିଲ୍ଲୀରେ ଆକ୍ରମଣ । ଏହାକୁ ନେଇ ବିଭିନ୍ନ ଆଡୁ ନିନ୍ଦା ପ୍ରକାଶ ପାଉଥିବା ବେଳେ କଟକ ଜିଲ୍ଲା ନିଆଳିରେ ପ୍ରତିବାଦର ସ୍ବର ଉଠିଛି । ଅଧିକ ପଢ଼ନ୍ତୁ

ମାର୍ଶାଲଆର୍ଟ ଶ୍ରୀକାନ୍ତ ଶେଖରଙ୍କୁ ଦିଲ୍ଲୀରେ ଆକ୍ରମଣ

ନିଆଳି: ଦିଲ୍ଲୀର ସିରକୋଟ ଷ୍ଟାଡିୟମରେ ଓଡ଼ିଆ ଖେଳାଳି ଶ୍ରୀକାନ୍ତ ଶେଖରଙ୍କୁ ଆଫଗାନିସ୍ତାନ ଖେଳାଳି ଆକ୍ରମଣ କରିଛନ୍ତି ।‌ ଏଥିରେ ଶ୍ରୀକାନ୍ତ ଗୁରୁତର ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ତାରିଖରେ ଦୀଲ୍ଲିର ସିରକୋଟ ଷ୍ଟାଡିୟମରେ ମିକ୍ସ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଆଫଗାନିସ୍ତାନ ଓ ବାଙ୍ଗାଲୋର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।

ଶ୍ରୀକାନ୍ତ ଶେଖର ବାଙ୍ଗାଲୋର ଦଳ ସହ ଖେଳୁଥିଲେ । ଆଫଗାନିସ୍ତାନର କେତେକ ଖେଳାଳି ଓଡ଼ିଆ ଖେଳାଳି ଶ୍ରୀକାନ୍ତଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଶ୍ରୀକାନ୍ତଙ୍କ ମୁହଁ ହାଡ ଭାଙ୍ଗି ଯାଇଛି। ଶ୍ରୀକାନ୍ତ ଶେଖର କଟକ ଜିଲ୍ଲା ନିଆଳି ବ୍ଲକର ଅମରପଡା ଗାଁର ସଦାନନ୍ଦ ମାଝିଙ୍କ ପୁଅ । ଏହି ଆକ୍ରମଣ ଖବର ଶୁଣି ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।‌

ଶ୍ରୀକାନ୍ତଙ୍କୁ ଆକ୍ରମଣ ପ୍ରତିବାଦରେ କଟକ ଜିଲ୍ଲା ନିଆଳି ଦ୍ବିପାଞ୍ଚଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବାସହ ସହ ଏକ ଶୋଭାଯାତ୍ରାରେ ଅମରପଡା ଠାରୁ ବାହାରି ନିଆଳି ବଜାର ପ୍ରତିବାଦ କରିବା ପରେ ନିଆଳି ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ।

ଶ୍ରୀକାନ୍ତ ଶେଖର ହେଉଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମାର୍ଶାଲ ଆର୍ଟ ଏବଂ ବକ୍ସର। ସେ ଦଶବର୍ଷରୁ ଊର୍ଦ୍ଧ୍ବ ହେବ ଦେଶ ଓ ଦେଶ ବାହାରେ ଖେଳିଛନ୍ତି । ବହୁ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.