ETV Bharat / state

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ; ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ, କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ - assistant engineer bikash chandra bhuiyan

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଲକ ସହକାରୀ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ବାସ ଭବନରେ ଭିଜିଲାନ୍ସ ଚଢାଉ । ଅଧିକ ପଢନ୍ତୁ

vigilance raid
vigilance raid
author img

By

Published : Jun 12, 2023, 11:27 AM IST

Updated : Jun 12, 2023, 6:09 PM IST

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

କଟକ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କଟକ ସଦର ବ୍ଲକ ସହକାରୀ ଇଂଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ବାସ ଭବନରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଛି । ଭୁବନେଶ୍ବର ଓ କଟକ ସମେତ ଚାରୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ । ତେବେ ଚଢ଼ାଉରେ ଭିଜିଲାନ୍ସର ୩ ଡ଼ିଏସପି, ୪ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଏହି ଚଢ଼ାଉ ଜାରି ରହିଛି । କଟକ ଜିଲ୍ଲା ନରସିଂହପୁର ପୈତୃକ ଘର ଓ ସଦର ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ରେଡ଼ ହେଉଛି । ସେହିପରି ଭୁବନେଶ୍ୱର ସୌଭାଗ୍ୟନଗର ଆବାସିକ ଘରେ ଓ ଚକେଇସିହାଣି ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ ।

ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ, ବିଭିନ୍ନ ସ୍ଥାନରେ ଚଢାଉ

ବିଭିନ୍ନ ସ୍ଥାନରେ ଚଢାଉରେ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ବିଭାଗ । ସେ ଆୟ ବହିର୍ଭୁତ ସମ୍ପତ୍ତି ଲୁଚାଇବାକୁ ବାବୁ ଡିଜିଟାଲ କରେନ୍ସିରେ ଟଙ୍କା ନିବେଶ କରିଥିବା ସୂଚନା ପାଇଛି ଭିଜିଲାନ୍ସ । କ୍ରିପ୍ଟୋ କରେନ୍ସି ୧ଲକ୍ଷ ୨୩ ହାଜଜାର ଟଙ୍କା ବିନିଯୋଗ କରିଥିବା ବେଳେ ସୁରାକ ପାଇଛି ଭିଜିଲାନ୍ସ । ଏନେଇ ଡିଜିଟାଲ କରେନ୍ସି ଆଇଡି ଡିଟେଲ ଠାବ କରିଛି । ଏଥିସହ କଟକ ଭୁବନେଶ୍ୱରରେ 7ଟି ପ୍ଲଟ ସମେତ ୩୮ଲକ୍ଷ ଟଙ୍କାର ସୁନା ଓ ରୁପା ସମେତ ହୀରାର ଗହଣା ଠାବ କରିଛି ଭିଜିଲାନ୍ସ । ବ୍ୟାଙ୍କରୁ ୧୨ଲକ୍ଷ ୬୨ହଜାର‌ ଟଙ୍କା ଜବତ କରିଛି । ପିଲାଙ୍କ ପାଠପଢା ପାଇଁ ୧ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ସମ୍ପତି ତାଲିକାରେ ଥିବା ସୌଭାଗ୍ୟ ନଗରରେ ୩୨୦୦ ବର୍ଗଫୁଟ ଏକ ସୌଖିନ ଘର ସମେତ ୭ଟି‌ପ୍ଲଟ ଓ ୩ଟି ବାଇକ ଓ ଗୋଟିଏ କାର ଜବତ କରିଛି ।

ସେହିପରି ଅନ୍ୟପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି(ସୋମବାର) ନୂଆପଡା କୋମନା ଭବାନୀପାଟଣା କେନ୍ଦ୍ର କୋ ପରେଟିଭ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ କାର୍ଯ୍ୟଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ତିନି ଜଣ ଭିଜିଲାନ୍ସ DSP,3 ଜଣ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ମିଳିତ ସ୍ୱତନ୍ତ୍ର ଟିମରେ ସାମିଲ ରହି ଚଢ଼ାଉ କରାଯାଇଛି । ସେହିପରି ଚଡାଉ ସମୟରେ ଚନ୍ଦ୍ରକାରଙ୍କ ଦ୍ଵିତୀୟ ମହଲା ବିଶିଷ୍ଟ ବିଲ୍ଡିଂ, 3000 ବର୍ଗଫୁଟର ଦୁଇଗୋଟି ବିଲ୍ଡିଂ ଓ କୋମନା ଶାଖା କାର୍ଯ୍ୟାଳୟ ଉପରେ ଚଢାଉ କରିଛି ଭିଜିଲାନ୍ସ ।

ଇଟିଭି ଭାରତ, କଟକ

Last Updated : Jun 12, 2023, 6:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.