ETV Bharat / state

ହାଇକୋର୍ଟରେ ଏଏସଓ ମାମଲା, ଶୁଣାଣି ଶେଷ ରାୟ ସଂରକ୍ଷିତ

author img

By ETV Bharat Odisha Team

Published : Dec 11, 2023, 8:55 PM IST

ASO Recruitment Hearing: ଏଏସଓ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। କ୍ଷମତା ବାହାରକୁ ଯାଇ ଓଡିଶା ଲୋକସେବା ଆୟୋଗ (Odisha Public Service Commission) ଚୟନ ପ୍ରକ୍ରିୟାର ନିୟମରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଥିଲା। ଅଧିକ ପଢନ୍ତୁ

ହାଇକୋର୍ଟରେ ଏଏସଓ ମାମଲା, ଶୁଣାଣି ଶେଷ ରାୟ ସଂରକ୍ଷିତ
ହାଇକୋର୍ଟରେ ଏଏସଓ ମାମଲା, ଶୁଣାଣି ଶେଷ ରାୟ ସଂରକ୍ଷିତ
ହାଇକୋର୍ଟରେ ଏଏସଓ ମାମଲା, ଶୁଣାଣି ଶେଷ ରାୟ ସଂରକ୍ଷିତ

କଟକ: ହାଇକୋର୍ଟରେ ASO ମାମଲା । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ କୋର୍ଟ। ଚୟନ ପ୍ରକ୍ରିୟା ପ୍ରସଙ୍ଗରେ ହାଇକୋର୍ଟର ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ୩ ଟି ଅପିଲ ଦାୟର କରାଯାଇଥିଲା।

ଏଏସଓ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। କ୍ଷମତା ବାହାରକୁ ଯାଇ ଓଡିଶା ଲୋକସେବା ଆୟୋଗ (Odisha Public Service Commission) ଚୟନ ପ୍ରକ୍ରିୟାର ନିୟମରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି ଗତ ମେ 19 ତାରିଖରେ ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ OPSC ପକ୍ଷରୁ ଜାରି ମେରିଟ ଲିଷ୍ଟ କୁ ଖାରଜ କରିବା ସହ 2 ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ। ଜଣିକିଆ ଖଣ୍ଡପୀଠ ଏହି ରାୟକୁ ଚାଲେଞ୍ଜ କରି OPSC ଏବଂ ଅନ୍ୟମାନଙ୍କ ପକ୍ଷରୁ 3 ଟି ପୃଥକ ଅପିଲ ଦାୟର କରାଯାଇଥିଲା।

ଅପିଲ ଗୁଡିକୁ ଗ୍ରହଣ କରି ଜଣିକିଆ ଖଣ୍ଡପୀଠଙ୍କ ରାୟ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଡିଭିଜନ ବେଞ୍ଚ ଗତ ଅଗଷ୍ଟ ୯ ତାରିଖରେ ସ୍ଥଗିତା ଦେଶ ଜାରି କରିଥିଲେ। କ୍ରମାଗତ ଭାବେ ମାମଲାର ଶୁଣାଣି କରି ଡିଭିଜନ ବେଞ୍ଚ ଆଜି ରାୟ କୁ ସଂରକ୍ଷିତ ରଖିଛନ୍ତି।

ଅଧିକ ପଢନ୍ତୁ- ହାଇକୋର୍ଟରେ ଏଏସଓ ମାମଲା, ଚୂଡାନ୍ତ ମେଧା ତାଲିକା ପ୍ରକାଶ ଉପରେ ରୋକ

ଏସଏସଓ (ASO) ନିଯୁକ୍ତି ଅନିୟମିତତା ମାମଲାରେ OPSC ର ମେରିଟ ଲିଷ୍ଟକୁ ଗତ ମେ 19 ତାରିଖରେ ଖାରଜ କରିଥିଲେ ହାଇକୋର୍ଟ। ମୋଟ (Aggregate) ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ OPSC କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ପୂର୍ବରୁ ନିର୍ଦେଶ ଦେଇଥିଲେ କୋର୍ଟ। ଓପିଏସସି ଅଧୀନରେ ହୋଇଥିବା ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ଆବେଦନକାରୀ। ହାଇକୋର୍ଟରେ ଦାୟର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ବୈଧ ବୋଲି କହିଥିଲେ କୋର୍ଟ। ପ୍ରକାଶ ପାଇଥିବା ମେରିଟ ଲିଷ୍ଟ ଗ୍ରହଣୀୟ ନୁହେଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ। ୨୦୧୬ ବିଜ୍ଞପ୍ତି ଅନୁଯାୟୀ ଆଉ ଥରେ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.