ETV Bharat / state

ଓପିଏସିକୁ ନ୍ୟାୟ ମାଗିବା ଛଡା ବାଟ ନାହିଁ: ମେରିଟ ପରୀକ୍ଷାର୍ଥୀ

author img

By

Published : May 24, 2023, 9:08 PM IST

ଏଏସଓ ପରୀକ୍ଷା ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ ପରେ ଉତ୍ତେଜନା । ଲୋକସେବା ଆୟୋଗ ଆଗରେ ଧାରଣା ଦେଲେ ଶତାଧିକ ଏଏସଓ ମେରିଟ ଲିଷ୍ଟ ପରୀକ୍ଷାର୍ଥୀ । ଅଧିକ ପଢ଼ନ୍ତୁ

ଲୋକସେବା ଆୟୋଗ ଆଗରେ ଧାରଣା ଦେଲେ ଶତାଧିକ ପରୀକ୍ଷାର୍ଥୀ

କଟକ: ଏଏସଓ ପରୀକ୍ଷା ମେରିଟ ଲିଷ୍ଟକୁ ହାଇକୋର୍ଟଙ୍କ ଖାରଜ । ୨ମାସ ଭିତରେ ପୁନର୍ବାର ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ପରେ ଚିନ୍ତାରେ ପଡିଛନ୍ତି ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ୧୧୦୪ ଜଣ ପରୀକ୍ଷାର୍ଥୀ । ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରି ଆଜି ପୁଣି ଥରେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ପ୍ରାର୍ଥୀମାନେ ଧାରଣା ବସିଥିଲେ । ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଏହି ପ୍ରାର୍ଥୀମାନେ ଓପିଏସସି ମେରିଟ୍ ଲିଷ୍ଟ ଘୋଷଣା ପ୍ରକ୍ରିୟାକୁ ସଠିକ ଦର୍ଶାଇଛନ୍ତି ।

ଏଏସଓ ପରୀକ୍ଷାର୍ଥୀ କହିଛନ୍ତି, ‘‘ମେରିଟ ଲିଷ୍ଟକୁ ନେଇ ଓପିଏସସି ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠରେ ଶୀଘ୍ର ଆବେଦନ କରୁ ଆଉ ଏହି ଵିଵାଦର ଅନ୍ତଘଟଉ । ଦୀର୍ଘ 6 ମାସ ଧରି ଅପେକ୍ଷା ପରେ ଯଦି ଏପରି ଅବସ୍ଥାର ସମୁଖୀନ ହେବାକୁ ପଡିବ, ତାହାଲେ ଆଗମୀ ଭବିଷ୍ୟତ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ମେରିଟ ଲିଷ୍ଟ ପରୀକ୍ଷାର୍ଥୀ । ଓପିଏସି ଉପରେ ଭରସା ରହିଛି । ଏହି ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା ।

ଅଧିକ ପଢ଼ନ୍ତୁ: ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ୧୯ ବିରୋଧି ଦଳ

ସୂଚନାନୁଯାୟୀ, ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬କୁ ଉଲ୍ଲଙ୍ଘନ କରି ମେରିଟ ଲିଷ୍ଟ ପ୍ରକାଶ ହୋଇଥିବା ନେଇ ଅଭିଯୋଗ ଆଧାରରେ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା । ଆସିଷ୍ଟାଣ୍ଟ ସେକ୍ସନ ଅଫିସରର ୭୯୬ ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଜାରି କରିଥିବା ମେରିଟ ଲିଷ୍ଟକୁ ଗତ ଶୁକ୍ରବାର ଦିନ ଖାରଜ କରି ଦେଇଥିଲେ ହାଇକୋର୍ଟ । ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬କୁ ଓପିଏସସି ଉଲ୍ଲଙ୍ଘନ କରି ଏହି ମେରିଟ ଲିଷ୍ଟ ପ୍ରକାଶ କରିଥିବା ଦର୍ଶାଇ କୋର୍ଟ ଏହାକୁ ଖାରଜ କରିଥିଲେ ।

୨୦୨୧-୨୨ ମସିହାରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସରର ୭୯୬ ପଦ ପାଇଁ ଓପିଏସସି ବିଜ୍ଞପ୍ତି ଜାରି କରିଥିଲା । ଯେଉଁଥିରେ ୧ଲକ୍ଷ ୪୮ହଜାର ୮୮୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ବିଜ୍ଞପ୍ତି ଅନୁଯାୟୀ ୧୧୦୪ ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷାରେ ଚୟନ ହୋଇଥିଲେ । ହେଲେ କୋର୍ଟଙ୍କ ରାୟ ପରେ ଏବେ ସେମାନଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଚିନ୍ତାରେ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଶତାଧିକ ପରୀକ୍ଷାର୍ଥି । ଯାହାକୁ ନେଇ ପୁଣି ଥରେ ପରୀକ୍ଷାର୍ଥୀ ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.