ETV Bharat / state

ଅର୍ଚନା ଇଡି ମାମଲାରେ ଜାମିନ ଆବେଦନ ପ୍ରସଙ୍ଗ, ଜବାବ ଦାଖଲ କରିବାକୁ ଇଡିକୁ ନିର୍ଦ୍ଦେଶ - ଇଡି ମାମଲାରେ ଜାମିନ ଆବେଦନ ଶୁଣାଣି

ବ୍ଲାକମେଲ କରି ବେଆଇନ ଅର୍ଥ ଉପାର୍ଜନ କରି ସେହି ଅର୍ଥରେ ମନି ଲଣ୍ଡ୍ରିଙ୍ଗ କରିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଅର୍ଚ୍ଚନା ଙ୍କ ବିରୋଧରେ PMLA ଆକ୍ଟରେ ମାମଲା ରୁଜୁ କରିଥିଲା ଇଡି । ତେବେ କୋର୍ଟ ଏହି ମାମଲା ର ଶୁଣାଣି କରି ଆସନ୍ତା ମେ ୨୬ ତାରିଖ ରେ ଅର୍ଚ୍ଚନା ଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ

ଅର୍ଚ୍ଚନା ନାଗ ମାମଲା, ଇଡି ମାମଲାରେ ଜାମିନ ଆବେଦନ ଶୁଣାଣି

author img

By

Published : Apr 17, 2023, 9:52 PM IST

କଟକ: ଅର୍ଚ୍ଚନା ନାଗ ଗିରଫ ପ୍ରସଙ୍ଗ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମାମଲାରେ ହାଇକୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି । ମାମଲାର ଶୁଣାଣି କରି କୋର୍ଟ, ଇଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣୀ ସମୟ ମଧ୍ୟରେ ଜବାବ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଚ୍ଚନା ପୂର୍ବରୁ ନୟାପଲୀ ଥାନା ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ସାରିଛନ୍ତି।

ବ୍ଲାକମେଲ କରି ବେଆଇନ ଅର୍ଥ ଉପାର୍ଜନ କରି ସେହି ଅର୍ଥରେ ମନି ଲଉଣ୍ଡରିଙ୍ଗ କରିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଅର୍ଚ୍ଚନା ଙ୍କ ବିରୋଧରେ PMLA ଆକ୍ଟରେ ମାମଲା ରୁଜୁ କରିଥିଲା ଇଡି। ତେବେ କୋର୍ଟ ଏହି ମାମଲା ର ଶୁଣାଣି କରି ଆସନ୍ତା ମେ ୨୬ ତାରିଖ ରେ ଅର୍ଚ୍ଚନା ଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ନୟାପଲ୍ଲୀ ଥାନାରେ ଦାୟର ହୋଇଥିବା ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡିଶା ହାଇକୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯିବେ ନାହିଁ, ତଦନ୍ତରେ ସହଯୋଗ କରିବେ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ କୋର୍ଟ ।

ପୂର୍ବରୁ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦକୁ ମଧ୍ୟ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଉଭୟ ପତି ପତ୍ନୀଙ୍କ ନାଁର ମୋଟ ତିନିଟି ମାମଲା ରୁଜୁ ହୋଇଛି। ସବୁଠାରୁ ବଡ କଥା ହେଉଛି ଯେ ପର୍ଯ୍ୟନ୍ତ ସେମାନେ ସମସ୍ତ ମାମଲାରେ ଜାମିନ ନ ପାଇଛନ୍ତି, ସେ ପର୍ଯ୍ୟନ୍ତ (ଉଭୟ ପତି ପତ୍ନୀ) ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଜେଲର ଚାରି କାନ୍ଥ ମଧ୍ୟରେ ରହିବେ । ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଅର୍ଚ୍ଚନାଙ୍କୁ ଦୁଇ ଥର ରିମାଣ୍ଡରେ ନେଇ ଜେରା କରିବା ପରେ ଅର୍ଚ୍ଚନାଙ୍କ ଲିଙ୍କରେ କିଛି ଚର୍ଚ୍ଚିତ ବ୍ୟକ୍ତି ବିଶେଷ ଥିବା ନେଇ ମଧ୍ୟ ଇଡି ସୁରାକ ପାଇଥିବା ସ୍ପଷ୍ଟ ସୂଚନା ମିଳିଛି । ଅର୍ଚ୍ଚନା ନୟାପଲ୍ଲି ଓ ଖଣ୍ଡଗିରୀ ଥାନାର ଦାଏର ହୋଇଥିବା ଦୁଇଟି ମାମଲାରେ ଗିରଫ ହୋଇ ଏବେ ଝାରପଡ଼ା ଜେଲରେ ଅଛନ୍ତି ।

ଗତବର୍ଷ ଅକ୍ଟୋବର ମାସ ୪ ତାରିଖ ରୁ ଗିରଫ ହେବା ପରେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଖଣ୍ଡଗିରି ଥାନା କେସ ଆଧାରରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.