ETV Bharat / state

ଆତ୍ମନିର୍ଭରଶୀଳ ଦିଗରେ ରୋଜଗାର ମେଳା ଏକ ବଡ଼ ଉପାଦାନ କହିଲେ କେନ୍ଦ୍ରମନ୍ତ୍ରୀ - ଷ୍ଟାର୍ଟ ଅଫ ଇଣ୍ଡିଆର ବିଶାଳ ସଫଳତା

ରୋଜଗାର ମେଳା ଅଧୀନରେ ନିଯୁକ୍ତ ପାଇଛନ୍ତି 71 ହଜାର କର୍ମଚାରୀ । କଟକ ସ୍ଥିତ ରେଲୱେ ଇନଷ୍ଟିଚ୍ୟୁଟରେ ଆୟୋଜିତ ନିଯୁକ୍ତି ମେଳାରେ ରେଲୱେ ବିଭାଗରେ 192 ଏବଂ ଡାକ ବିଭାଗରେ 12 ଜଣ ମୋଟ 204 ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।ଅଧିକ ପଢନ୍ତୁ

rozgar mela
rozgar mela
author img

By

Published : Apr 13, 2023, 7:41 PM IST

ରୋଜଗାର ମେଳା

କଟକ: କଥା ଦେଇ କଥା ରଖିଲେ ପ୍ରଧାନମନ୍ତ୍ରୀ । ରୋଜଗାର ମେଳା ଅଧୀନରେ 71 ହଜାର ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଯୁବକଯୁବତୀ ମାନଙ୍କୁ ଅଗ୍ରାଧିକାର, ନିଯୁକ୍ତି ଦେବା ଓ ଆର୍ଥିକ ଦୃଷ୍ଟି କୋଣକୁ ସ୍ବଚ୍ଛଳ କରିବା ଦିଗରେ ଆଉ ପାଦେ ଆଗେଇଛି ଭାରତ। ଏହି କ୍ରମରେ ଆଜି କଟକ ସ୍ଥିତ ରେଲୱେ ଇନଷ୍ଟିଚ୍ୟୁଟରେ ଆୟୋଜିତ ଏକ ମହା ସମାରୋହରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ । ଏହି ନିଯୁକ୍ତି ମେଳାରେ ରେଲୱେ ବିଭାଗରେ 192 ଏବଂ ଡାକ ବିଭାଗରେ 12 ଜଣ ମୋଟ 204 ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।

ତେବେ ଏହି ବିଭାଗ ମଧ୍ୟରେ ଗୃହ ବିଭାଗ, ରକ୍ଷା ମନ୍ତ୍ରଣାଳୟ, ଉଚ୍ଚ ଶିକ୍ଷା ବିଭାଗ, ରେଳ ବିଭାଗ, ଭାରତୀୟ ଡାକ ବିଭାଗ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ସ୍ୱରୋଜଗାର ଉପରେ ପ୍ରାଧାନ୍ୟତା ପ୍ରଦାନ କରିବା ସହିତ ଷ୍ଟାର୍ଟ ଅଫ୍‌ ଇଣ୍ଡିଆର ବିଶାଳ ସଫଳତା ଉପରେ ଆଲୋକପାତ କରିଥିଲେ । ତେବେ ପୂର୍ବତଟ ରେଳବାଇ ସଂସ୍ଥା ପକ୍ଷରୁ ଆଜି କଟକ ରେଳଷ୍ଟେସନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରୋଜଗାର ମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ 204 ଜଣଙ୍କ ମଧ୍ୟରୁ ରେଳବାଇର 192 ଜଣଙ୍କୁ ଡାକ ବିଭାଗରେ 12 ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କେନ୍ଦ୍ରରେ ମୋଦି ସରକାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛନ୍ତି ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ- Rozgar Mela: 71 ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ସେହିପରି ଆଗାମୀ ଦିନରେ ଦେଶରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ନିଯୁକ୍ତି ଦିଆଯିବ । କେନ୍ଦ୍ର ସରକାର ଏହା ନିଷ୍ପତି ନେଇଛି । ଆଜି ଦେଶର 45ଟି କେନ୍ଦ୍ରରେ 71000 ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ବେଳେ ସାଂସଦ ଭର୍ତୃହରି ମହତାବ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ କହିଛନ୍ତି ଯେ ଶିକ୍ଷାଗତ ଯୋଗ୍ୟତାକୁ ଭିତ୍ତି କରି ନିଯୁକ୍ତି ଦିଆଯାଉ ଏବଂ ଯେପରି ଜାଲ ସାର୍ଟିଫିକେଟ ପ୍ରତି ସତର୍କ ଦୃଷ୍ଟି ଦିଆଯାଉ । ସେହିପରି କଟକ ଜିଲ୍ଲାରେ ରେଳ ସଂସ୍ଥାର ବିକାଶ ଘଟିଛି ଏନେଇ ଆଗାମୀ ଦିନରେ କଟକ ଜିଲ୍ଲାର ଆହୁରି ବିକାଶ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଳ ବିଭାଗର ଡି. ଆର. ଏମ ରିଙ୍କେଶ ରାୟ, ପୋଷ୍ଟାଲ୍ ସୁପରିଟେଡେଣ୍ଟ ସତ୍ୟବାଦୀ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.