ETV Bharat / state

ରାଜ୍ୟ ଅଲିମ୍ପିକ୍ସ ସଂଘର ବାର୍ଷିକ ସାଧାରଣ ବୈଠକ, କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ନେଇ ଆଲୋଚନା - ରାଜ୍ୟ ଆଥଲେଟିକ ସଂଘ ବୈଠକ

ରାଜ୍ୟ ଅଲିମ୍ପିକ୍ସ ସଙ୍ଘର ବସିଲା ବାର୍ଷିକ ସାଧାରଣ ପରିଷଦ ବୈଠକ । ଅଲିମ୍ପିକ୍ସ ସଙ୍ଘ ଅଧୀନରେ ଆସୁଥିବା ସମସ୍ତ ଖେଳର ବିକାଶକୁ ନେଇ ହେଲା ଆଲୋଚନା । ଅଧିକ ପଢ଼ନ୍ତୁ

ରାଜ୍ୟ ଅଲିମ୍ପିକ୍ସ ସଂଘର ବାର୍ଷିକ ସାଧାରଣ ବୈଠକ

author img

By ETV Bharat Odisha Team

Published : Oct 15, 2023, 8:11 PM IST

ରାଜ୍ୟ ଅଲିମ୍ପିକ୍ସ ସଂଘର ବାର୍ଷିକ ସାଧାରଣ ବୈଠକ

କଟକ: ରାଜ୍ୟ ଅଲିମ୍ପିକ୍ସ ସଙ୍ଘର ବସିଲା ବାର୍ଷିକ ସାଧାରଣ ପରିଷଦ ବୈଠକ । ଅଲିମ୍ପିକ୍ସ ସଙ୍ଘ ଅଧୀନରେ ଆସୁଥିବା ସମସ୍ତ ଖେଳର ବିକାଶକୁ ନେଇ ହେଲା ଆଲୋଚନା । ଆଗମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତରୀୟ ମ୍ୟାଚ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି । ଏହାସହ ଏସିଆନ ଗେମ୍ସରେ ଶ୍ରେଷ୍ଠ ପଦର୍ଶନ କରି ମେଡାଲ ଜିତିଥିବା କୃତି ଓଡ଼ିଆ ଖେଳାଳିଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛି ରାଜ୍ୟ ଅଲିମ୍ପିକ୍ସ ସଂଘ ।

ବର୍ତ୍ତମାନ ଓଡିଶାରେ ଆଥଲେଟିକରେ ଖେଳାଳିଙ୍କ ବେଶ ଚମକପ୍ରଦ ପଦର୍ଶନ ଓଡ଼ିଶାକୁ ଗୌରବାନ୍ବିତ କରିଛି । ହକିରେ ଅମିତ ରୋହିଦାସ, ଦୀପଗ୍ରେସ ଏକା, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କ ଭଳି ଦକ୍ଷ ଖେଳାଳି ଓଡିଶାକୁ ଜାତୀୟ ସ୍ତରରେ ଏକ ଉଚ୍ଚସ୍ତରକୁ ନେଇଛନ୍ତି । ଚଳିତବର୍ଷ ଅଲମ୍ପିକ ସଂଘର ଆୟ ବ୍ୟୟ ଅଟକଳ ଅନୁସାରେ ଆୟ 2 କୋଟି 82 ଲକ୍ଷ 83 ହଜାର 173 ଟଙ୍କା ହୋଇଥିବା ବେଳେ ବ୍ୟୟରେ 2 କୋଟି 68 ଲକ୍ଷ, 49 ହଜାର 43 ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ତେବେ ଚଳିତବର୍ଷ ହେବାକୁ ଥିବା ନ୍ୟାସନାଲ ଗେମରେ ଓଡିଶାକୁ ପଦକ ତାଲିକାରେ ଏକ ନମ୍ବର ହେବା ନେଇ ଆକଳନ କରିଛନ୍ତି ଅଲିମ୍ପିକ ସଙ୍ଘ ।

ଏହା ମଧ୍ୟ ପଢ଼ନ୍ତୁ...Asian Youth Championship: ରୌପ୍ୟ ବିଜେତା ବାପି ହାଁସଦାଙ୍କ ସହ ସାକ୍ଷାତକାର

ଆଜିର ବୈଠକରେ 3 ନୂଆ କ୍ରୀଡା ସଂଘ ଯଥା- ଓଡିଶା ହକି ସଂଘ, ରଗବି କ୍ରୀଡା ସଂଘ ଓ ରାଇଫେଲ କ୍ରୀଡାକୁ ରାଜ୍ୟ ଅଲମ୍ପିକ ସଂଘ ପକ୍ଷରୁ ଅନୁବନ୍ଧିତ କରାଯାଇଥିଲା । ଏହାସହ ଆସନ୍ତା ବର୍ଷ କିପରି ବିଭିନ୍ନ ସଂଘରେ ଜାତୀୟ ଓ ରାଜ୍ୟସ୍ତରୀୟ ମେଗା ପ୍ରତିଯୋଗୀତା ଆୟୋଜିତ ହେବ ତାହା ଉପରେ ଆଲୋଚନା ହୋଇଥିଲା । ତୃଣମୂଳ ସ୍ତରରୁ ଭଲ ଖେଳାଳି ଚୟନ କରିବା ଓ ଭଲ ପ୍ରଶିକ୍ଷଣ ପାଇଁ କୋଚ ନିଯୁକ୍ତି ଦେବା ପ୍ରସଙ୍ଗରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ କ୍ରୀଡା ସଂଘର ସମ୍ପାଦକ । ଏହି ଅବସରରେ ଏସିଆନ ଗେମ୍ସରେ ପଦକ ଜିତିଥିବା ଓଡ଼ିଆ ଖେଳାଳିଙ୍କୁ 1 ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିବା ବେଳେ ଖେଳାଳିମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଜିର ବୈଠକରେ ରାଜ୍ୟ ଅଲମ୍ପିକ ସଂଘର ସମ୍ପାଦକ ଅଭିଜିତ ପାଲ, ଅଥଲେଟିକ ସଂଘ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସହ ସମସ୍ତ କ୍ରୀଡା ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....କାମରେ ଆସୁନି ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ, ଉଦଘାଟନ ପରେ ବି ଝୁଲୁଛି ତାଲା

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.