ETV Bharat / state

Anand Toppo Murder Case: ବଢିଲା ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ, ହାଇକୋର୍ଟଙ୍କ CB ତଦନ୍ତ ନିର୍ଦ୍ଦେଶ - ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ

ଆନନ୍ଦ ଟପ୍ପୋ ହତ୍ୟା ମାମଲାର ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ ବଢିଛି । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Anand toppo murder case
ବଢିଲା ବିରେନ୍ଦ୍ର ଲାକ୍ରାଙ୍କ ଅଡୁଆ
author img

By

Published : Jul 7, 2023, 10:29 AM IST

କଟକ: ବନ୍ଧୁ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ ବଢିଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି କରି କ୍ରାଇମବ୍ରାଞ୍ଚ ଏହି ଘଟଣାର ପୁନର୍ବାର ତଦନ୍ତ କରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଏହି ମାମଲାର ତଦନ୍ତ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ତଦନ୍ତ ପରେ ତଳ କୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ଗତବର୍ଷ ଫେବୃଆରୀ 21 ତାରିଖରେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ହୋଇଥିଲା । ଆନନ୍ଦଙ୍କ ବାପା ତାଙ୍କ ପୁଅକୁ ବିରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ଅଭିଯୋଗ କରି ମାମଲା ଦାୟର କରିଥିଲେ ।

ଏହା ବି ପଢନ୍ତୁ...ଆନନ୍ଦ ଟପ୍ପୋ ହତ୍ୟା ମାମଲା, ତଦନ୍ତ ସାମ୍ନା କଲେ ବାନ୍ଧବୀ ମନଜିତ ଟେଟେ

ତଦନ୍ତ ସମୟରେ ଯେଉଁ ସବୁ ନଥିପତ୍ର, ରେକର୍ଡ, କେସ ଡ଼ାଏରୀ ଆଦି ସଂଗ୍ରହ କରାଯାଇଥିଲା ତାହା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ଗଠିତ ଖଣ୍ଡପୀଠ ଆନନ୍ଦଙ୍କ ବାପାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆନନ୍ଦଙ୍କ ବାପା । ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରିବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ।

ଇନଫୋସିଟି ପୋଲିସ ଦ୍ଵାରା ଦାଖଲ କରାଯାଇଥିବା ଚାର୍ଜସିଟରେ ସନ୍ତୁଷ୍ଟ ନଥିଲେ ମୃତ ଆନନ୍ଦଙ୍କ ବାପା । ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ହକି ତାରକା ତଥା ଡିଏସପି ବୀରେନ୍ଦ୍ର ଲାକ୍ରାଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଥିଲେ ଆନନ୍ଦଙ୍କ ପରିବାର । ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଆନନ୍ଦ ଟପ୍ଟୋଙ୍କ ମୃତ୍ୟୁ ଘଟଣାରେ ପୋଲିସ ନିଷ୍କ୍ରୟିତାକୁ ନେଇ ହାଇକୋର୍ଟ ପୂର୍ବରୁ କ୍ଷୁବ୍ଧ ହୋଇଥିଲେ । ପୋଲିସର ନିଷ୍କ୍ରିୟତା ସାଂଘାତିକ ବୋଲି କୋର୍ଟ କହିଥିଲେ । ପୋଲିସର ଏପରି କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ ହାଇକୋର୍ଟ ।

ଏହା ବି ପଢନ୍ତୁ...ବିବାଦ ଘେରରେ ହକି ତାରକା ବୀରେନ୍ଦ୍ର ଲାକ୍ରା, ଆସିଲା ବନ୍ଧୁ ହତ୍ୟା ଅଭିଯୋଗ

ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ । ଗତ ବର୍ଷ ଫେବୃଆରୀ ୨୮ ତାରିଖରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଏକ ଫ୍ଲାଟରୁ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆନନ୍ଦ ଟପ୍ପୋଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କ ବାପାଙ୍କୁ ଫୋନ କରି କହିଥିଲେ । ଆନନ୍ଦଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ବିବାହ କରିଥିଲେ । ଆନନ୍ଦ ଆତ୍ମହତ୍ୟା କରିବା ଭଳି କୌଣସି କାରଣ ନଥିଲା । ଆନନ୍ଦଙ୍କ ମୃତଦେହରେ ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ଆନନ୍ଦଙ୍କ ବାପା । ତାଙ୍କୁ ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ହତ୍ୟା କରିଥିବା ନେଇ ମୃତକଙ୍କ ବାପା ମାର୍ଚ୍ଚ ୧ରେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ ।

ଅଭିଯୋଗକୁ ପୋଲିସ ଗ୍ରହଣ କରି ନଥିଲା କି ଏତଲା ପଞ୍ଜିକରଣ କରି ନଥିଲା । କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ବସି ଯାଇଥିବା ଆବେଦନକାରୀ ଦର୍ଶାଇଥିଲେ । ବୀରେନ୍ଦ୍ର ଜଣେ ଡିଏସପି ହୋଇଥିବା ବେଳେ ଅପମୃତ୍ୟୁ ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ସବ୍-ଇନ୍ସପେକ୍ଟର ପାହ୍ୟା‌ର ଅଧିକାରୀ ହୋଇଥିବାରୁ ତଦନ୍ତ ଆଉ ଆଗକୁ ଯାଇନଥିଲା । ଏପର୍ଯ୍ୟନ୍ତ ଆନନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କୌଣସି ଅଗ୍ରଗତି ହୋଇ ନଥିବା ବେଳେ ପରିବାର ସଦସ୍ୟଙ୍କ ଅଭିଯୋଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିନାହିଁ ବୋଲି ହାଇକୋର୍ଟରେ ଦର୍ଶାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.