ETV Bharat / state

କଟକରେ KBN ଗ୍ୟାଙ୍ଗ; ୩ ଅଟକ, ଚାଲିଛି ତନାଘନା

ଭୁବନେଶ୍ବର ପରେ ଏବେ ଭାଇରାଲ ହେଉଛି କଟକ କେବିଏନ ଗ୍ୟାଙ୍ଗର ଭିଡିଓ । ବନ୍ଧୁକ ଧରି ଭିଡିଓ କରିବା ମାମଲାରେ 3 ଯୁବକ ଅଟକ । ଅଧିକ ପଢନ୍ତୁ...

କଟକରେ KBN ଗ୍ୟାଙ୍ଗ; ୩ ଅଟକ, ଚାଲିଛି ତନାଘନା
କଟକରେ କେବିଏନ ଗ୍ୟାଙ୍ଗ; ଜଣେ ଅଟକ, ବନ୍ଧୁକ ନକଲି !
author img

By

Published : Nov 11, 2021, 8:28 AM IST

Updated : Nov 11, 2021, 1:09 PM IST

କଟକ: ହାତରେ ମାରଣାସ୍ତ୍ର ଧରି ଯୁବକଙ୍କ ଭିଡିଓ ଭାଇରଲ ମାମଲାରେ କଟକ ମାଲଗୋଦାମ ପୋଲିସ 3 ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ରହିଛନ୍ତି । ଏହାସହିତ ଭିଡ଼ିଓରେ ପ୍ରଦର୍ଶିତ ହୋଇଥିବା ନକଲି ବନ୍ଧୁକ ଓ ଏକ ଖଣ୍ଡାକୁ ମଧ୍ୟ ଜବତ କରିଛି । ସମ୍ପୃକ୍ତ ଯୁବକମାନେ ଯୋବ୍ରା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

କଟକରେ KBN ଗ୍ୟାଙ୍ଗ; ୩ ଅଟକ, ଚାଲିଛି ତନାଘନା

ଏହି ଗ୍ରୁପରେ ଥିବା ସମସ୍ତ ଯୁବକ ଏବଂ ଯୁବତୀଙ୍କୁ ଥାନାରେ ହାଜର ହେବା ପାଇଁ ପୋଲିସ ନିର୍ଦ୍ଦେଶ ଦେଇଛି । ଭାଇରାଲ ହେଉଥିବା ସମସ୍ତ ଭିଡିଓ ଯୋବ୍ରା ଅଞ୍ଚଳରେ ହିଁ ସୁଟ୍ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେଉଁ ପରିସ୍ଥିତିରେ , କେଉଁ ଉଦ୍ଦେଶ୍ୟ ରଖି ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା ଏବଂ ଏଭଳି ଭାଇରାଲ ପଛର କାରଣ କ'ଣ ସେନେଇ ତନ ତନ କରି ଯାଞ୍ଚ କରାଯାଉଥିବା ମାଲଗୋଦାମ ଥାନାଧିକାରୀ କହିଛନ୍ତି ।

ସେହିପରି ଅଟକ ଥିବା ଯୁବତୀ ଜଣକ ନିଜର ଭୁଲ ସ୍ବୀକାର କରିଛନ୍ତି । ସେ କେବଳ ଭିଡିଓ କରିଥିଲେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ଏବଂ ଖୁସି ପାଇଁ ଏହି ଭିଡିଓ କରିଥିଲେ । କାଳୀପୂଜା ଦିନ ଏହି ଭିଡିଓ କରାଯାଇଥିଲା । ଭିଡିଓରେ ଅଶାଳନୀ ମନ୍ତବ୍ୟ ସମ୍ପର୍କରେ ସେ ଅବଗତ ନଥିବା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର କେବିଏନ ଗ୍ୟାଙ୍ଗକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ କଟକରେ ଏହିଭଳି ଏକ ଗ୍ୟାଙ୍ଗ ଆତ୍ମପ୍ରକାଶ କରିଛି । ହାତରେ ବନ୍ଧୁକ ଓ ଖଣ୍ଡା ଧରି ନିଜକୁ ଡନ୍ ଦର୍ଶାଇ ସର୍ବସାଧାରଣ ସ୍ଥାନରେ ଉତ୍ତୋଳନ ହୋଇଥିବା କିଛି ଯୁବକଙ୍କ ଏକାଧିକ ଭିଡିଓ ଏବେ ଭାଇରାଲ ହୋଇଥିଲା । ତାଳଦଣ୍ଡା କେନାଲ ନିକଟରେ ସୁଟ୍ ହୋଇଥିବା ଏକ ଭିଡିଓରେ ଜଣେ ଯୁବକ ବନ୍ଧୁକ ଧରିଥିବାର ଦେଖାଯାଇଥିଲା । ମୋଟ ୩ ଜଣଙ୍କୁ ଅଟକ ରଖିଛି ମାଲଗୋଦାମ ପୋଲିସ । ତେବେ ଯୁବକଟି ଧରିଥିବା ବନ୍ଧୁକ ନକଲି ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଭାଇରାଲ ଭିଡିଓରେ କିଛି ଯୁବକ ଅଶାଳୀନ ମନ୍ତବ୍ୟ ଦେବା ସହ ନିଜକୁ ଡନ ବୋଲି ପରିଚୟ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 11, 2021, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.