ETV Bharat / state

ନଦୀରେ କେମିତି ପଡିଲେ ? ଭିଡିଓ ପୋଷ୍ଟ କରି କହିଲେ ଅମ୍ଲାନଙ୍କ ପତ୍ନୀ - ମହାନଦୀରେ ଖସି ପଡିଲେ ଅମ୍ଲାନଙ୍କ ପତ୍ନୀ

ମହାନଦୀରେ ନଦୀରେ କେମିତି ଖସି ପଡିଲେ ଅମ୍ଲାନଙ୍କ ପତ୍ନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି କହିଲେ ସମ୍ପୂର୍ଣ୍ଣ କଥା । ମିଛ ଖବର ପ୍ରଚାର ନକରିବାକୁ କଲେ ଅପିଲ । ଅଧିକ ପଢନ୍ତୁ...

କେମିତିରେ ନଦୀରେ ପଡିଲେ ? ଭିଡିଓ ପୋଷ୍ଟ କରି କହିଲେ ଅମ୍ଲାନଙ୍କ ପତ୍ନୀ

author img

By

Published : Nov 16, 2020, 11:09 AM IST

ଭୁବନେଶ୍ବର: ଓଲିଉଡ ଅଭିନେତା ଅମ୍ଲାନ ଦାଶଙ୍କ ପତ୍ନୀ ମହାନଦୀରେ ଖସି ପଡିବା ଘଟଣାକୁ ଲାଗି ରହିଛି କଳ୍ପନାଜଳ୍ପନା । ଏହା ଦୁର୍ଘଟଣା ବା କୌଣସି କାରଣକୁ ନେଇ ଘଟିଥିଲା ଲୋକଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଅମ୍ଲାନଙ୍କ ପତ୍ନୀ ଭୂମିକା ଦାଶ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଘଟଣାର ପଛର ସତ କହିଛନ୍ତି ଭୂମିକା ।

କେମିତିରେ ନଦୀରେ ପଡିଲେ ? ଭିଡିଓ ପୋଷ୍ଟ କରି କହିଲେ ଅମ୍ଲାନଙ୍କ ପତ୍ନୀ

ସେ ଭିଡିଓରେ କହିଛନ୍ତି କି, ‘ଏହା କୌଣସି କାରଣରୁ ଘଟିନାହିଁ ବରଂ ଏହା ଦୁର୍ଘଟଣା ଥିଲା । ପୂଜା ସାମଗ୍ରୀ ଗୁଡିକ ପାଣିରେ ପକାଇବାକୁ ଗଲାବେଳେ ମୁଣ୍ଡ ବୁଲାଇ ଦେଲା । ଆଉ ଯେହେତୁ ମୁଁ ଗୋଟେ ହାଇହିଲ ପିନ୍ଧିଥିଲି, ତ ଗୋଡ ଖସି ଗଲା.. ମୁଁ ପଡିଗଲି । ତେଣୁ ମୋ ସ୍ବାମୀ ଓ ପରିବାର ନାଁରେ ମିଛ ପ୍ରଚାର କରାଯାଉଛି । ଏହିସବୁ ଠିକ୍‌ ନୁହେଁ । ଏହା କରି ମୋ ପରିବାର ସାଙ୍ଗରେ ଆହୁରି ଖରାପ କରୁଛନ୍ତି । ଦୟାକରି ମିଛ ଖବର ପ୍ରଚାର କରନ୍ତୁ ନାହିଁ । ’

ଏହି ଘଟଣାକୁ ନେଇ ରବିବାର ଅମ୍ଲାନ କହିଥିଲେ କି, ଦୀପାବଳି ପୂଜାର ଭୋଗ ଓ ଫୁଲ ପକାଇବାକୁ ଦୁହେଁ ମହାନଦୀକୁ ଯାଇଥିଲେ । ହେଲେ ଖରାରେ ମୁଣ୍ଡ ବୁଲାଇବା ହେତୁ ସେ ନଦୀରେ ଗଳି ପଡିଥିଲେ । ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ସିଡିଏ ଫେଜ୍ ୨ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.