ETV Bharat / state

ମିଛ କହିଦେଲେ କି ସିଏମସି କମିଶନର ! - Puja Committee head

କୋରୋନା ମୁକାବିଲା ନେଇ କଟକରେ ସାହି କମିଟି ଓ ବିଭିନ୍ନ ପୂଜା କମିଟି ସହ ପ୍ରଶାସନର କୌଣସି ୟୋଗାଯୋଗ ନଥିବା ଅଭିୟୋଗ ହୋଇଛି ।

Alligation against CMC Commisioner by Puja Committee head over Covid mgt.
ମିଛ କହିଦେଲେ କି ସିଏମସି କମିଶନର !
author img

By

Published : Jun 29, 2020, 3:09 AM IST

କଟକ: ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବା ବେଳେ କଟକରେ ଅପେକ୍ଷାକୃତ ସ୍ଥିତି ଭଲ ରହିଛି । ହଜାର ବର୍ଷର ସହର କଟକରେ କୋଭିଡ ମୁକାବିଲା ପାଇଁ ପୂଜା ଓ ସାହି କମିଟିଙ୍କ ମୁଖ୍ୟ ଭୂମିକା ରହିଛି । ପୂଜା କମିଟି, ସାହି କମିଟି ସହ ପ୍ରଶାସନର ସଠିକ ସମନ୍ବୟ ଯୋଗୁଁ କଟକ ମହାନଗରରେ ସ୍ଥିତି ଭଲ ଥିବା ଗତକାଲି ସିଏସି କମିଶନର କହିଥିଲେ ।

ତେବେ କମିଶନରଙ୍କ ଏହି ବୟାନକୁ ନେଇ ଆପତ୍ତି ଉଠାଇଛନ୍ତି ବିଭିନ୍ନ ପୂଜା ଓ ସାହି କମିଟିଙ୍କ ମୁଖ୍ୟ । ଦୁଇ ମାସ ପୂର୍ବରୁ ପୋଲିସ କମିଶନରଙ୍କ ଅନୁରୋଧ କ୍ରମେ ପ୍ରତି ସାହିରେ କୋରୋନାକୁ ପ୍ରତିହତ କରିବା ପାଇଁ ଶପଥ ପାଠ କରାଯାଇଥିଲା । ଏହାପରେ ସାହି କମିଟି ସହ ପ୍ରଶାସନର କୌଣସି ୟୋଗାଯୋଗ ନଥିବା ସେମାନେ ଅଭିୟୋଗ କରିଛନ୍ତି । ପୂଜା କମିଟି କିମ୍ବା ସାହି କମିଟିଙ୍କ ସହ ଜିଲ୍ଲା ପ୍ରଶାସନ କିମ୍ବା କଟକ ମହାନଗର ନିଗମ କୌଣସି ସମ୍ପର୍କ ରଖୁନଥିବା ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଅଭିଯୋଗ କରିଛନ୍ତି ।

କୌଣସି ପ୍ରବାସୀ ଓଡ଼ିଆ ହୋମ୍ କ୍ବାରଣ୍ଟାଇନରେ ନିୟମ ଉଲଙ୍ଘନ କରିବା ଖବର କଟକ ମହାନଗର ନିଗମକୁ ଦେବାକୁ ଚେଷ୍ଟା କରି ସେ ବିଫଳ ହୋଇଛନ୍ତି । କେବଳ ସେତିକି ନୁହେଁ ସିଏମସି ସ୍ବାସ୍ଥ୍ୟ ଅଧିକାରୀ କେବେ ଫୋନ ରିସିଭ କରନ୍ତିନାହିଁ ବୋଲି, ସେ ଅଭିଯୋଗ କରିଛନ୍ତି । ସିଏମସି କମିଶନର, ଜିଲ୍ଲା ପ୍ରଶାସନ କେବଳ ବୟାନ ବାଜି କରୁଛନ୍ତି । ବର୍ତ୍ତମାନ କୋରୋନା ସ୍ଥିତି ଦିନକୁ ଦିନ ବିଗୁଡି ଥିବାରୁ, ଏହାର ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ସହଭାଗିତାର ଆବଶ୍ୟକ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.