ETV Bharat / state

ଆଜିଠୁ କଟକରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ - କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭକ୍ତଙ୍କ ପ୍ରତିକ୍ଷାର ହେଲା ଅନ୍ତ । ଆଜିଠୁ (ଗୁରୁବାର) ଖୋଲିଲା କଟକର ସମସ୍ତ ଧର୍ମାନୁଷ୍ଠାନ। କୋଭିଡ ନିୟମ ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ସକାଳ ୬ ଟାରୁ ରାତି ୮ ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ। ଅଧିକ ପଢନ୍ତୁ...

ଆସନ୍ତାକାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

author img

By

Published : Aug 4, 2021, 8:18 PM IST

Updated : Aug 5, 2021, 8:40 AM IST

କଟକ: ଭକ୍ତଙ୍କ ପ୍ରତୀକ୍ଷାର ହେଲା ଅନ୍ତ । ଆଜିଠୁ (ଗୁରୁବାର) ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ । କୋଭିଡ ନିୟମ ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ସକାଳ ୬ ଟା ରୁ ରାତି ୮ ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ । ତେବେ ସପ୍ତାହନ୍ତ ସଟଡାଉନ ଅର୍ଥାତ ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ ।

ମାସ୍କ ପିନ୍ଧିବା ସହ ଥର୍ମାଲ ସ୍କ୍ରିନିଂ କରାଯିବ । ରୋଗାଗ୍ରସ୍ତ ବ୍ୟକ୍ତି, ବୃଦ୍ଧ ବ୍ୟକ୍ତି, ଗର୍ଭବତୀ ମହିଳା କିମ୍ବା ୧୦ ବର୍ଷରୁ କମ୍ ପିଲାମାନେ ଧାର୍ମିକ ଅନୁଷ୍ଠାନ / ପୂଜାପାଠ ସ୍ଥାନ ପରିଦର୍ଶନ ନ କରିବାକୁ ପରାମର୍ଶ ଦିଆଯାଇଛି । ଧାର୍ମିକ ଅନୁଷ୍ଠାନ କିମ୍ବା ପୂଜାପାଠ ପରିସରରେ କୌଣସି ପ୍ରସାଦ, ଭୋଗ ସେବା ହେବ ନାହିଁ । ସାମାଜିକ ଦୂରତା ବଜାୟ ରଖିବା ସହ ପରିସରରେ ସର୍ବାଧିକ ୫୦ ଜଣ ପ୍ରବେଶ କରିପାରିବେ ବୋଲି ସିଏମସି ସୂଚନା ଦେଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 5, 2021, 8:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.