କଟକ: କଟକରେ ସ୍ବଭାବିକ ହେଲା ବସ ଚଳାଚଳ । ଜାତୀୟ ରାଜପଥରୁ ଡ୍ରାଇଭର ସଂଘଙ୍କ ଅବରୋଧ ହଟିବା ପରେ ପୂର୍ବ ପରି କଟକରେ ଆରମ୍ଭ ହୋଇଛି ବସ ଚଳାଚଳ । ଗତକାଲି ସୁରକ୍ଷା ଦାବି କରି 1ଘଣ୍ଟା ପାଇଁ ବସ ଧର୍ମଘଟ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଆଜି ପ୍ରତ୍ୟାହାର କରାଯାଇଛି । ଏନେଇ ରାଜ୍ୟରେ ଆଜିଠାରୁ ଘରୋଇ ବସ ଚଳାଚଳ ସ୍ୱାଭାବିକ ହୋଇଛି। ବର୍ତ୍ତମାନ ରାଜ୍ୟ ର ଅଧିକାଂଶ ରୁଟକୁ ବସ ଗଡିବା ଆରମ୍ଭ ହୋଇଛି । ଡ୍ରାଇଭରଙ୍କ ବିରୋଧ ଯୋଗୁଁ ବସ ଚଳାଚଳରେ ସୃଷ୍ଟି ହୋଇଥିବା ସମସ୍ୟା ର ସମାଧାନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ତେବେ ଅଧିକାଂଶ ଜିଲ୍ଲାରୁ ବସ କଟକ ବାଦାମବାଡ଼ି ଷ୍ଟାଣ୍ଡ ଆସୁଛି। ଆଉ ଅନେକ ଜିଲ୍ଲା କୁ ବସ ମଧ୍ୟ ଯିବା ଆରମ୍ଭ ହୋଇଛି। ବର୍ତ୍ତମାନ ଗ୍ରାମାଞ୍ଚଳ ରେ କିଛି କିଛି ରାସ୍ତା ରେ ବସ ଅବରୋଧ କରଯାଉଛି। ସେନେଇ ପୋଲିସ ସହ ଆଲୋଚନା ହୋଇଥିବା ବେଳେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଘରୋଇ ବସ ସ୍ବଭାବିକ ଭାବେ ଚାଲିବ। ଏହାପରେ ସ୍ଥିତି ଅନୁଧ୍ୟାନ ପରେ ଅଧିକ ରୁ ଅଧିକ ବସ ଅନ୍ୟ ଜିଲ୍ଲା ଓ ରାଜ୍ୟ କୁ ଗଡିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ର ସମ୍ପାଦକ ଦେବେନ୍ଦ୍ର ସାହୁ ।
ସେହିପରି ଅନ୍ୟପଟେ ଆଜିଠୁ ବସ ଚାଳଚଳ ସ୍ବଭାବିକ ହେଲା ପରେ ଯାତ୍ରୀ ମାନଙ୍କ ମଧ୍ୟରେ ଅନେକ ଖୁସି ଦେଖିବାକୁ ମିଳିଛି। କାରଣ ଦୁଇ ଦିନ ଧରି ସେମାନେ ଗନ୍ତବ୍ୟ ସ୍ଥଳ କୁ ଯାଇ ନ ପାରି ହୋଟେଲ ରେ ରହୁଥିଲେ। ତେଣୁ ଆଜି ବସ ଚାଳଚଳ ଆରମ୍ଭ ହେବା ପରେ ସମସ୍ତେ ନିଜର ଗନ୍ତବ୍ୟ ସ୍ଥଳ କୁ ଯାଉଛନ୍ତି । ତେବେ ଡ୍ରାଇଭର ମହାସଙ୍ଘ ରାଜ୍ୟ ବ୍ୟାପି ଧର୍ମଘଟ ଡାକରା ଦେବା ପରେ କଟକରୁ ଗୋଟିଏ ହେଲେ ବସ ବାହାରି ନଥିଲା। ବାଦାମବାଡ଼ି ବସ ଷ୍ଟାଣ୍ଡ ରେ ଜନଶୂନ୍ୟ ହୋଇ ଯାଇଥିଲା। ଏପରିକି କ୍ରିକେଟ ଖେଳ ମଧ୍ୟ ଦୃଶ୍ୟ ସାମ୍ନାକୁ ଆସିଥଲା। ତେବେ 2ଦିନ ର ଖାଁ ଖାଁ ପରିସ୍ଥିତି ପରେ ଆଜି କଟକରେ ପୁଣି ଚଳଚଞ୍ଚଳ ହୋଇଛି। ଅନ୍ୟପଟେ ଗତକାଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ଡ୍ରାଇଭର ସଂଘର ବିରୋଧ କୁ ଆଖି ଆଗରେ ଆଜି ବସ ରଖି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଆଉ ଆଜି ସବୁ କିଛି ସମାଧାନ ହୋଇ ବସ ପୁଣି ରାଜରାସ୍ତା କୁ ଓହ୍ଲାଇଛି।
ଇଟିଭି ଭାରତ, କଟକ