ETV Bharat / state

ଏସସିବି ପରେ କ୍ୟାନସର୍ ହସ୍ପିଟାଲ ଓ ଶିଶୁଭବନର ହେବ ସମ୍ପ୍ରସାରଣ

author img

By

Published : Dec 4, 2020, 3:08 PM IST

Updated : Dec 4, 2020, 7:00 PM IST

କ୍ୟାନ୍ସର ହସ୍ପିଟାଲ ଓ ଶିଶୁଭବନର ହେବ ସମ୍ପ୍ରସାରଣ

14:56 December 04

କ୍ୟାନ୍ସର ହସ୍ପିଟାଲ ଓ ଶିଶୁଭବନର ହେବ ସମ୍ପ୍ରସାରଣ

ଏସସିବି ପରେ କ୍ୟାନସର୍ ହସ୍ପିଟାଲ ଓ ଶିଶୁଭବନର ହେବ ସମ୍ପ୍ରସାରଣ

କଟକ: କଟକ ବଡ଼ ମେଡିକାଲର ସମ୍ପ୍ରସାରଣ ସହିତ ତାଳ ଦେଇ ସମ୍ପ୍ରସାରିତ ହେବ ରାଜ୍ୟ ସର୍ବ ବୃହତ ଶିଶୁ ଚିକିତ୍ସା କେନ୍ଦ୍ର ଓ କର୍କଟ ଚିକିତ୍ସା କେନ୍ଦ୍ର । କଟକସ୍ଥିତ ଉଭୟ ଶିଶୁ ଭବନ ଏବଂ ଆଚାର୍ଯ୍ୟ ହରୀହର କର୍କଟ ରୋଗ ପ୍ରତିଷ୍ଠାନର ସମ୍ପ୍ରସାରଣ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଉଭୟ ଶିଶୁ ଭବନର ଏବଂ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରର ବେଡ ସଂଖ୍ୟାକୁ ପାଖାପାଖି ଦୁଇଗୁଣ କରାଯିବା ପାଇଁ ପ୍ରସ୍ଥାବ ଗୃହିତ ହୋଇଛି । ଏବଂ ଏସସିବିର ସମ୍ପ୍ରସାରଣ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ଆରଡିସି ।

ବଦଳିବ ଶିଶୁ ଭବନ ଏବଂ ଆଚାର୍ଯ୍ୟ ହରୀହର ଚିକିତ୍ସା କେନ୍ଦ୍ରର ରୂପ । ରାଜ୍ୟର ଏହି ଦୁଇଟି ସର୍ବ ବୃହତ ରେଫରାଲ ହସ୍ପିଟାଲର ସମ୍ପ୍ରସାରଣ ପାଇଁ ନିଷ୍ପତି କରିଛି ପ୍ରଶାସନ । ଏହି କ୍ରମରେ ୪ ଶହ ବେଡ ବିଶିଷ୍ଟ ଶିଶୁ ଭବନର ବେଡ ସଂଖ୍ୟାକୁ 603 ଏବଂ 280 ବେଡ ଥିବା ଆଚାର୍ଯ୍ୟ ହରୀହର କର୍କଟ ପ୍ରତିଷ୍ଠା କେନ୍ଦ୍ରର ବେଡକୁ 500କୁ ବୃଦ୍ଧି ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ବେଡ ବଢିବା ସହିତ ଏହି ଦୁଇଟି ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ସେବା ମଧ୍ୟ ପ୍ରଦାନ କରାଯିବ । ଯେଉଁଥିରେ କି ଜଟିଳ ଅସ୍ତ୍ରୋପଚାର ସହିତ ଆଇସିୟୁ ବେଡ ସଂଖ୍ୟାକୁ ମଧ୍ୟ ବହୁଗୁଣିତ କରାଯିବ ।

କଟକ ବଡ ମେଡିକାଲରେ ଆରମ୍ଭ ହୋଇଥିବା ସମ୍ପ୍ରସାରଣ କାର୍ଯ୍ୟର ସମିକ୍ଷା କ୍ରମରେ ଏହି ଦୁଇଟି ମେଡ଼ିକାଲର ଭିତ୍ତି ଭୂମିର ବିକାଶ କରିବା ପାଇଁ ମଧ୍ୟ ପ୍ରସ୍ଥାବ ଗ୍ରହଣ କରାଯାଇଛି । ସେପଟେ ଏସସିବି ମେଡିକାଲର ନବନିର୍ମାଣ କାର୍ଯ୍ୟଲାଗି କ୍ଷେତ୍ର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ନିର୍ଦ୍ଧାରଣ ହେଇଥିବା ନୂଆ ଅଟ୍ଟାଳିକାଗୁଡ଼ିକର ନିର୍ମାଣ କାର୍ଯ୍ୟ ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 4, 2020, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.