ETV Bharat / state

କଟକ ତାଳଦଣ୍ଡା କେନାଲ ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ

ବଦଳୁଛି କଟକ । ନୂଆ ରୂପ ପାଉଛି ସିଲଭରସିଟି । ସବୁ ଦିଗରେ ବିକାଶର ମଞ୍ଜି ପୋତିଛନ୍ତି ରାଜ୍ୟ ସରକାର । ତେବେ ଏହି ଲୋକାଭିମୁଖୀ ଯୋଜନା ମଧ୍ୟରେ ତାଳଦଣ୍ଡା କେନାଲର ନବିକରଣ ଦିଗ ସାରା ଭାରତ ପାଇଁ ବର୍ତ୍ତମାନ ଉଦାହରଣ ପାଲଟିଛି । ଅଧିକ ପଢ଼ନ୍ତୁ

author img

By

Published : Feb 26, 2023, 9:05 AM IST

ବଦଳୁଛି କଟକ
ବଦଳୁଛି କଟକ
ନୂଆ ରୂପ ପାଇଛି କଟକ ତାଳଦଣ୍ଡା କେନାଲ

କଟକ: ସୌନ୍ଦର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟୁଛି ହଜାର ବର୍ଷର ସହର କଟକ । ସବୁ ଦିଗରୁ ଝଟକୁଛି ସାରା ସହର । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ହେଉଛି ସଫଳ ରୂପାୟନ । ଏହାରି ମଧ୍ୟରେ ସ୍ଥାନ ପାଇଛି କଟକର ନୂଆ ଢ଼ଙ୍ଗରେ ନିର୍ମାଣ ହୋଇଥିବା ତାଳଦଣ୍ଡା କେନାଲ । ଯାହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି । ଆମ ରାଜ୍ୟର ମେଗା ପ୍ରକଳ୍ପକୁ ଅନୁଧ୍ୟାନ ଓ ଅନୁକରଣ କରିବା ପାଇଁ ଅନ୍ୟ ରାଜ୍ୟ ବର୍ତ୍ତମାନ ଓଡ଼ିଶା ମୁଁହା ହୋଇଛନ୍ତି ।

ଓଡ଼ିଶାର ଐତିହ୍ୟର ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଥିବା ତାଳଦଣ୍ଡା କେନାଲକୁ ଅନୁକରଣ କରିବା ପାଇଁ ଯୋବ୍ରା ସ୍ଥିତ ତାଳଦଣ୍ଡା କେନାଲର ସବୁ ଦିଗକୁ ବୁଲି ଦେଖିଛନ୍ତି ତାମିଲନାଡୁର ଜଳ ସମ୍ପଦ ବିଭାଗର ଅତରିକ୍ତ ମୁଖ୍ୟ ସଚିବ ସନ୍ଦୀପ ସକ୍ସେନା । ସୌନ୍ଦର୍ଯ୍ୟକରଣ , କେନାଲରେ ଯୋଡି ହୋଇଥିବା ପ୍ରଯୁକ୍ତିବିଦ୍ୟାକୁ ପାଖରୁ ଦେଖିବା ସହ ଖୁସି ଓ ପ୍ରଶଂସା କରିଛନ୍ତି । ଆଉ ଆଗମୀ ଦିନରେ ଏହି ନିଆରା ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ତାମିଲନାଡୁରେ ଲଗାଇବା ପାଇଁ ଆଶା ରହିଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ । ତେବେ ତାମିଲନାଡୁରେ ସମୀକ୍ଷା ବୈଠକ ପରେ ଏହି କାର୍ଯ୍ୟର ପ୍ରଯୁକ୍ତିବିଦ୍ୟା କେତେ ଦୂର ଗ୍ରହଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

ସମୟ ଥିଲା ରାଜ୍ୟରେ କୌଣସି ମେଗା ପ୍ରକଳ୍ପର ଶୁଭାରମ୍ଭ କରିବା ପୂର୍ବରୁ ଆମ ରାଜ୍ୟର ପ୍ରମୁଖ ବିଭାଗ ଅନ୍ୟ ରାଜ୍ୟ ଓ ଦେଶକୁ ଯାଇ ପ୍ରକଳ୍ପ ବାବଦରେ ବିଶେଷ ତଥ୍ୟ ଓ ଜ୍ଞାନ ଆହରଣ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟ ବଦଳିବା ସହ ଉନ୍ନତ ରାଜ୍ୟର ଅଧିକାରୀ ଆମ ପ୍ରକଳ୍ପ ଦେଖି ପ୍ରଯୁକ୍ତିବିଦ୍ୟା ଆହରଣ ପାଇଁ ଓଡ଼ିଶା ଆସୁଛନ୍ତି । ଯାହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ତେବେ ରାଜ୍ୟ ସରକାର କଟକକୁ ନୂଆ ରୂପ ଦେବା ପାଇଁ ଯେଉଁ ସବୁ ଲୋକାଭିମୁଖୀ ଯୋଜନା କରିଛନ୍ତି ସେଥିରେ ଅନ୍ୟତମ ହେଉଛି ଏହି ତାଳଦଣ୍ଡା କେନାଲ । ଯାହା ବିଗତ ଦିନମାନଙ୍କରେ କେଉଁ ରୂପରେ ଥିଲା ଆଉ ଆଜି ଏକ ଭିନ୍ନ ରୂପ ପାଇ ସାରା ଭାରତ ବର୍ଷ ପାଇଁ ଏକ ଉଦାହରଣ ସାଜିଛି । ତେବେ କଟକରେ କେବଳ ତାଳଦଣ୍ଡା ନୁହେଁ, ବରଂ ନେତାଜୀ ବସ୍ ଟର୍ମିନାଲ, ଏମ୍ସ ପ୍ଲସ ଲୁକରେ ଏସସିବି ଆଦି ମେଗା ପ୍ରକଳ୍ପ ଆଗମୀ ଦିନରେ ବିଶ୍ୱ ଦରବାରରେ କଟକକୁ ସ୍ୱତନ୍ତ୍ର ସ୍ଥାନ ଦେବ ବୋଲି ଆଶା ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.