ETV Bharat / state

ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଚେତିଲା ଓଡିଶା ଅଗ୍ନିଶମ ବିଭାଗ - ଅଗ୍ନିଶମ ବିଭାଗ

ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ 22 ଛାତ୍ରଛାତ୍ରୀ ଆଖି ବୁଜିବା ପରେ ଚେତିଛି ଓଡିଶା ଅଗ୍ନିଶମ ବିଭାଗ । ଏନେଇ ସହରର ବିଭିନ୍ନ କୋଚିଂ ସେଣ୍ଟର ବିଲ୍ଡିଂରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିଛି କି ନାହିଁ ତାହା ପରଖିଛି ଓଡିଶା ଅଗ୍ନିଶମ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 27, 2019, 7:59 PM IST

କଟକ: ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ 22 ଛାତ୍ରଛାତ୍ରୀ ଆଖି ବୁଜିବା ପରେ ଚେତିଛି ଓଡିଶା ଅଗ୍ନିଶମ ବିଭାଗ । ଏନେଇ ସହରର ବିଭିନ୍ନ କୋଚିଂ ସେଣ୍ଟର ବିଲ୍ଡିଂରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିଛି କି ନାହିଁ ତାହା ପରଖିଛି ଓଡିଶା ଅଗ୍ନିଶମ ବିଭାଗ । ଫଳରେ ସୋମବାର ସହରର ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ କରିଛି ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହି ଚଢାଉରେ କୋଚିଂ ସେଣ୍ଟରକୁ ଆସୁଥିବା ପିଲାମାନେ ଅଗ୍ନିକାଣ୍ଡର ମୁକାବିଲା ପାଇଁ କେତେ ସଚେତନ ତାହା ପରଖିଛି ବିଭାଗ । ସେଣ୍ଟରରେ କୌଣସି ବଡ ଅଘଟଣ ଘଟିଲେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିବାକୁ ବ୍ୟବସ୍ଥା ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିଛି ବିଭାଗ ।

ସୂଚନା ମୁତାବକ ଅଗ୍ନିଶମ ବିଭାଗର 8ଟି ଟିମ୍‌ ସହରର ବିଭିନ୍ନ ସ୍ଥାନରେ କୋଚିଂ ସେଣ୍ଟର ଯାଞ୍ଚ କରିବା ସହ ସେଠାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଟିପ୍ସ ଦେଇଛି । ତେବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୋଚିଂ ସେଣ୍ଟରଙ୍କୁ ନିର୍ଦ୍ଦେଶ ଦେଇଛି ଅଗ୍ନିଶମ ବିଭାଗ । ଅନ୍ୟପଟେ ଯେଉଁ କୋଚିଂ ସେଣ୍ଟର ଅଗ୍ନି ନିରାପତ୍ତାର ବ୍ୟବସ୍ଥା ନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ତରଫରୁ ଚେତାବନୀ ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Slug- fire department inspected different coaching center in Cuttack,rep - narayan,ctc,avb

ଆଂଙ୍କର -ଗୁଜୁରାଟ ସୁରତ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ରେ ୨୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମୃତ୍ୟୁ ବରଣ କରିବା ପରେ ଓଡିଶା  ଅଗ୍ନିଶମ ବିଭାଗରେ ତତ୍ପରତା ପ୍ରକାଶ ପାଇଛି।ଆଜି କଟକ ର ବିଭିନ୍ନ  କୋଚିଂ ସେଣ୍ଟରରେ ଚଢ଼ାଉ କରାଯାଇଛି। କୋଚିଂ ସେଣ୍ଟର ଗୁଡିକରେ ଯେଉଁ ବିଲଡିଂରେ ଚାଲିଛି ତାହାର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିଛି କି ନାହିଁ। ହଠାତ ଅଗ୍ନିକାଣ୍ଡ କୁ ମୁକାବିଲା କରିବାକୁ କୋଚିଂ ସେଣ୍ଟର କୁ ଆସୁଥିବା ପିଲାମାନେ କେତେ ସଚେତନ ଅଛନ୍ତି । କୋଚିଂ ସେଣ୍ଟର ରେ କୌଣସି ବଡ଼ ଅଘଟଣ ଘଟିଲେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିବାକୁ ବ୍ୟବସ୍ଥା ଅଛି କି ନାହିଁ ଏସବୁ ବିଷୟ ଯାଞ୍ଚ ହୋଇଛି। ଅଗ୍ନିଶମ ବିଭାଗର ୮ଟି ଟିମ ସହରର ବିଭିନ୍ନ ସ୍ଥାନରେ ଏଭଳି ଯାଞ୍ଚ କରିଥିଲେ।ଏଥିସହ କୋଚିଂ ସେଣ୍ଟରରେ ଛାତ୍ର ଛାତ୍ରୀ ଙ୍କୁ ଟିପ୍ସ ଦେଇଛି ଅଗ୍ନିଶମ ବିଭାଗ।ତେବେ ଅଗ୍ନିନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା କୁ କୋଚିଂ ସେଣ୍ଟର ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି।ତେବେ ଯେଉଁ ମାନେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ରଖିବେ,ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।  

ବାଇଟ - ଅଗ୍ନିଶମ କର୍ମଚାରୀ।

Visuals byte through mail...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.