ETV Bharat / state

ଭାଗିରଥୀଙ୍କ ହତ୍ୟାକାଣ୍ଡକୁ ପୁରିଛି ୧୨ ବର୍ଷ, ଏବେ ବି ପୋଲିସ ହାତ ଖାଲି - କଟକ ଖବର

ଭାଗିରଥୀଙ୍କ ହତ୍ୟାକାଣ୍ଡକୁ ପୁରିଛି ୧୨ ବର୍ଷ । ଆଦିବାସୀ ଯୁବକ ତଥା ରାୟଗଡା ଟାଉନର ପୂର୍ବତନ ବିଜେଡି କାଉନସିଲର ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟାକୁ ୧୨ବର୍ଷ ପୁରିଛି । ହେଲେ ଏବେ ବି ପୋଲିସ ହାତ ଖାଲି । ଅଧିକ ପଢ଼ନ୍ତୁ

ଭାଗିରଥୀଙ୍କ ହତ୍ୟାକାଣ୍ଡକୁ ପୁରିଛି ୧୨ ବର୍ଷ, ଏବେ ବି ପୋଲିସ ହାତ ଖାଲି

author img

By

Published : Dec 15, 2022, 4:38 PM IST

ଭାଗିରଥୀଙ୍କ ହତ୍ୟାକାଣ୍ଡକୁ ପୁରିଛି ୧୨ ବର୍ଷ, ଏବେ ବି ପୋଲିସ ହାତ ଖାଲି

କଟକ : ଭାଗିରଥୀଙ୍କ ହତ୍ୟାକାଣ୍ଡକୁ ପୁରିଛି ୧୨ ବର୍ଷ । ଆଦିବାସୀ ଯୁବକ ତଥା ରାୟଗଡା ଟାଉନର ପୂର୍ବତନ ବିଜେଡି କାଉନସିଲର ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟାକୁ ୧୨ବର୍ଷ ପୁରିଛି । ହେଲେ ଏବେ ବି ପୋଲିସ ହାତ ଖାଲି । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଧରି ପାରୁ ନାହିଁ । ଏନେଇ ଆଜି କଟକ ଡିଜିପି କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ମହାସଂଘ ପହଞ୍ଚି ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି ।

ଖୁବଶୀଘ୍ର ହତ୍ୟାକାରୀକୁ ଧର ନ ହେଲେ ଜିଲ୍ଲା ସାରା ଆନ୍ଦୋଳନ ହେବ ବୋଲି କଟକ ଡିଜିପି ଅଫିସ ଆଗରେ ଚେତାବନୀ ଦେଇଛନ୍ତି । ସୂଚନାନୁସାରେ 2010 ମସିହା ଡିସେମ୍ବର 15 ତାରିଖରେ ବିଜେଡି କାଉନସିଲର ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିଲା।

ଏନେଇ ସ୍ଥାନୀୟ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପାଖରେ ମୃତକଙ୍କ ପରିବାର ଲୋକେ ଅନେକ ଗୁହାରି କରିଥିଲେ । ହେଲେ ପୋଲିସ ପ୍ରତିଶୃତି ଦେଇ ପରିବାର ଲୋକଙ୍କୁ ପଠାଇଦିଏ । କିନ୍ତୁ ଏଯାବତ କୌଣସି କାମ ଠିକ ଭାବେ କରିପାରିନାହିଁ । ଏହାପରେ ଘଟଣାର ଦିଗ ଜଟିଳ ହେବାରୁ ଗତ 2011 ମସିହାରେ ମାମଲାଟି କ୍ରାଇମବ୍ରାଞ୍ଚକୁ ହସ୍ତାନର କଲା ରାୟଗଡା ପୋଲିସ। ଏହାରି ଭିତରେ ଘଟଣାକୁ 12 ବର୍ଷ ପୁରିଛି ।

ଏହାମଧ୍ୟ ପଢ଼ନ୍ତୁ. ଭାଗିରଥୀ ହତ୍ୟାକାଣ୍ଡକୁ 10 ବର୍ଷ, ଏବେ ବି ପୋଲିସ ହାତ ଖାଲି

କିନ୍ତୁ ଅଭିଯୁକ୍ତକୁ ଗିରଫ କରିବା ଦିଗରେ କୌଣସି ଠୋସ ପଦକ୍ଷେପ ନେଇ ପାରୁନି କ୍ରାଇମବ୍ରାଞ୍ଚ । ତେଣୁ ଏହି ଜଘନ୍ୟ ହତ୍ୟାକାଣ୍ଡର ସଠିକ ତଦନ୍ତ ପାଇଁ ରାଜ୍ୟ ପୋଲିସ ସିବିଆଇକୁ ମାମଲା ହସ୍ତାନ୍ତର କରୁ ବୋଲି ଦାବି କରିଛନ୍ତି ଆଦିବାସୀ ମହାସଂଘ । ଏ ସମ୍ପର୍କରେ ଆଦିବାସୀ ମହାସଂଘର ଉପସଭାପତି ବସନ୍ତ ଉଲାଗା କହିଛନ୍ତି '' 2010 ମସିହା ଡିସେମ୍ବର 15 ତାରିଖରେ ବିଜେଡି କାଉନସିଲର ଭାଗିରଥୀଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କରାଯାଇଥିଲା । ତେବେ ଅଭିଯୁକ୍ତକୁ ଗିରଫ ପାଇଁ ସେବେ ଠୁ ଆମେ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିଛୁ ।

ହେଲେ ଆଜିଯାଏଁ ପୋଲିସ ହାତ ଖାଲି ରହିଛି । ତେବେ ପୋଲିସ ଏଯାଏଁ କାହିଁକି ଧରିପାରୁନି ଅଭିଯୁକ୍ତକୁ ତାହାର କାରଣ ଜାଣି ହେଉନି । ନା ମିଳୁଛି ମୃତ ବ୍ୟକ୍ତିଙ୍କ ପରିବାରକୁ ନ୍ୟାୟ ନା ଅଭିଯୁକ୍ତକୁ କରାଯାଇପାରୁଛି ଗିରଫ । ସେହିପରି କ୍ରାଇମବ୍ରାଞ୍ଚ ମଧ୍ୟ କୌଣସି କାମ କରିପାରିନି । ସେପଟେ ଅଭିଯୁକ୍ତକୁ ଗିରଫ କରାଯାଉ ନଥିବାରୁ ପୋଲିସ ଉପରୁ ଲୋକଙ୍କର ତୁଟୁଛି ବିଶ୍ବାସ । ପୋଲିସର ଖାମଖିଆଲି ପାଇଁ ଅଭିଯୁକ୍ତ ଏବେବି ପୋଲିସ ପଞ୍ଝା ବାହାରେ । ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.