ETV Bharat / state

Manoj Mishra Ban Controversy: ସମାଧାନ ହେଉ ଭାଇ ଭାଇ ବିବାଦ କହିଲେ ଅରିନ୍ଦମ - ମନୋଜ ମିଶ୍ର ବ୍ୟାନ ଘଟଣାରେ ଅରିନ୍ଦମ ରୟଙ୍କ ପ୍ରତିକ୍ରିୟା

ମନୋଜ ମିଶ୍ର ବାସନ୍ଦ ଘଟଣା ରାଜ୍ୟରେ ଉଗ୍ରରୂପ ନେଲାଣି । ଏପରିକି ରାଜନୀତି ମାହୋଲରେ ମଧ୍ୟ ସରଗରମ ହେଲାଣି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ଅରିନ୍ଦମ ରୟଙ୍କ ଏକ ସାମ୍ବାଦିକ ସମ୍ମିଳନୀ କରି ସବୁ ଭୁଲି ଭାଇ ଭାଇ ବିବାଦକୁ ସମାଧାନ କରିବାକୁ ମନେଜଙ୍କୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ,

ମନୋଜ ମିଶ୍ର ବ୍ୟାନ ଘଟଣା; ସମାଧାନ ହେଉ ଭାଇ ଭାଇ ବିବାଦ କହିଲେ ଅରିନ୍ଦମ

author img

By ETV Bharat Odisha Team

Published : Oct 29, 2023, 7:10 PM IST

Updated : Oct 29, 2023, 7:54 PM IST

ମନୋଜ ମିଶ୍ର ବ୍ୟାନ ଘଟଣା; ସମାଧାନ ହେଉ ଭାଇ ଭାଇ ବିବାଦ କହିଲେ ଅରିନ୍ଦମ

କଟକ: ସମାଧାନ ହେଉ ବିବାଦ । ଓଲିଉଡ ଅଭିନେତା ମନୋଜ୍ ମିଶ୍ରଙ୍କୁ ଦୁଇବର୍ଷ ବାସନ୍ଦ ଓ ବିବାଦ ମାମଲାରେ ମୁହଁ ଖୋଲିଲେ ଓଲିଉଡ ଅଭିନେତା ଅରିନ୍ଦମ ରାୟ । ସାମ୍ବାଦିକ ସମ୍ମିଳନୀରେ ମନୋଜ ମିଶ୍ରଙ୍କୁ ବିବାଦର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି ଅରିନ୍ଦମ । ସେ ଆହୁରି କହିଛନ୍ତି, ଓଡିଆ ଇଣ୍ଡଷ୍ଟ୍ରିର ସଫଳତା ସମୟରେ ଏପରି ବିବାଦ ଭଲ ଲାଗୁନାହିଁ । ଏଇଟା ଘର କଥା । ଆମେ ଭାଇ ଭାଇ କଥା । ଆସି ମିଶିକି ବସି କଥା ହୋଇ ଘଟଣାର ସମାଧାନ କରିଦେବା ।

ସେ ଆହୁରି କହିଛନ୍ତି, ଘର ଭିତରେ ରୀଜନୀତି ଏବଂ ବାହାର ଲୋକ ପଶିଲେଣି । ଆମର ଏହା କଳା ଇଣ୍ଡଷ୍ଟ୍ରି ଏଥିରେ ଅନ୍ୟ କାହାକୁ ପଶିବାକୁ ଦିଅନ୍ତୁ ନାହିଁ । ହୁଏତ ଆପଣକୁ କିମ୍ବା ମୋତେ କିଛି କଥା ଖରାପ ଲାଗିଥିବ ହେଲେ ସେ ସବୁ ଭୁଲିଯିବା । କ'ଣ କିଛି ବୁଝାମଣା ଭୁଲ୍ ହୋଇଛି ଆସନ୍ତୁ ବସି ସମାଧାନ କରିବା । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆମେ ଆପଣ କଣ ମୋର ଏବଂ ସାରା ଓଡ଼ିଶା ବାସୀଙ୍କ ସ୍ବପ୍ନ ପୂରା କରିବା । ଭଲ ଓଡ଼ିଆ ସିନେମା ତିଆରି କରିବା ।

"ମୁଁ ଆପଣକୁ କଲ୍ ଆଉ ମେସେଜ କରୁଛି ହେଲେ ଆପଣକୁ ତରଫରୁ ଏ ଯାଏଁ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ମୁଁ ବାରମ୍ବାର ଅନୁରୋଧ କରୁଛି ବିବାଦ ନ ବଢାଇ ଚାଲନ୍ତୁ ସବୁ କିଛି ଭୁଲିଯିବା । ଆମେ ଭାଇ ଭାଇ ମିଶି କଥା ହୋଇ ଏହାର ସମାଧାନ କରିବା । ସମାଧାନ ପାଇଁ ଆପଣ ଯଦି ଆସିବେ ଆସନ୍ତୁ । ନଚେତ୍ ଆପଣ ମୋତେ ଯଦି ବି ସମାଧାନ ପାଇଁ ଡାକିବେ ମୁଁ ଯିବି ସମାଧାନ ପାଇଁ "ବୋଲି କହିଛନ୍ତି ଅରିନ୍ଦମ୍ ।

ଏହା ମଧ୍ୟ ପଢନ୍ତୁ: Manoj Mishra Ban Issue: ବର୍ଷିଲେ ଅଭିନେତା ମନୋଜ, କହିଲେ ମୋତେ ବ୍ୟାନ କରିବାକୁ ଟୁଟୁ କିଏ ?

ସୂଚନା ଥାଉ କି, ଗତ ୨୦ ତାରିଖରେ ଅଭିନେତା ଅରନ୍ଦିମ ରୟଙ୍କ ଓଡ଼ିଆ ଫିଲ୍ମ 'ରାମ'କୁ ସମ୍ବଲପୁରରେ ଚଳାଇ ନଦେବା ପାଇଁ ମନୋଜ ମିଶ୍ର ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ସମ୍ବଲପୁରର ଏକ ସିନେମା ହଲରେ ୩ ଜଣ ବ୍ୟକ୍ତି 'ରାମ'କୁ ବିରୋଧ କରିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହୋଇଥିଲା । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏନେଇ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ । ଏହାସହ ୨ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା। ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ବିରୋଧ ତେଜିଥିବାବେଳେ ମନୋଜଙ୍କୁ ସମର୍ଥନ କରିଛନ୍ତି ଅନେକ ନେତା । ଏହା ପରେ ଇଣ୍ଡଷ୍ଟ୍ରିରେ ରାଜନୀତି ନେଇ ଅନେକ କଳାକାର ଅସନ୍ତୋଷ ପ୍ରକାଶ କରିଥିଲେ ।

ଇଟିଭି ଭାରତ, କଟକ

Last Updated : Oct 29, 2023, 7:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.