ETV Bharat / state

ACF ମୃତ୍ୟୁ ମାମଲା: ସୌମ୍ୟଙ୍କ ବାପା କହିଲେ ବୋହୂ, DFOର କରାଯାଉ ଲାଏ ଡିଟେକ୍ସନ

author img

By

Published : Jul 19, 2021, 1:02 PM IST

Updated : Jul 19, 2021, 1:37 PM IST

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ବୋହୂ, DFO ଓ ରୋଷେୟାର କରାଯାଉ ଲାଏ ଡିଟେକ୍ସନ ପାଇଁ ଦାବି କରିଛନ୍ତି ସୌମ୍ୟଙ୍କ ବାପା । ଅଧିକ ପଢନ୍ତୁ...

ACF ମୃତ୍ୟ ମାମଲା: ବୋହୂ, DFO ଓ ରୋଷେୟାର କରାଯାଉ ଲାଏ ଡିଟେକ୍ସନ

କଟକ: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଏହି ହତ୍ୟାକାଣ୍ଡରେ ବୋହୂ, ଡିଏଫଓ ଓ ରୋଷେୟା ମନ୍ମଥ କମ୍ଭ ହତ୍ୟାକାଣ୍ଡରେ ସାମିଲ ଅଛନ୍ତି କହି ଲାଏ ଡିଟେକ୍ସନ ପାଇଁ ଦାବି କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଏଥିଲାଗି ମୃତ ସୌମ୍ୟଙ୍କ ପରିବାର ପୋଲିସ ଡିଜିଙ୍କୁ ଭେଟି ଏହି ଦାବି କରିଛନ୍ତି ।

ACF ମୃତ୍ୟୁ ମାମଲା: ସୌମ୍ୟଙ୍କ ବାପା କହିଲେ ବୋହୂ, DFOର କରାଯାଉ ଲାଏ ଡିଟେକ୍ସନ

ସୌମ୍ୟଙ୍କ ହତ୍ୟାକାଣ୍ଡରେ ବୋହୂ ତଥା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କ ସମ୍ପୃକ୍ତି ଥିବା ଦାବି କରିଆସୁଛନ୍ତି ପରିବାର ଲୋକେ । ଏଥିଲାଗି ପରିବାର ଏମାନଙ୍କ ଲାଏ ଡିଟେକ୍ସନ ପାଇଁ ଡିଜିଙ୍କ ଆଗରେ ଫେରାଦ ହୋଇଛନ୍ତି । ଏହାସହ ଯଦି ଆଗାମୀ ଦିନରେ ଏହି ଘଟଣାର ନିସ୍କର୍ଷ ନ ଆସେ ତେବେ ବାଧ୍ୟ ହୋଇ କ୍ରାଇମବ୍ରାଞ୍ଚର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ପରିବାର ଲୋକେ ।

ତେବେ ସୂଚନା ଥାଉ କି ଗତ ଜୁଲାଇ ୧୨ ତାରିଖରେ ସରକାରୀ ବାସଭବନରେ ଉଭୟ ପତିପତ୍ନୀ ରହୁଥିବା ବେଳେ ସୌମ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ୍ୟୁକାଳୀନ ଜମାନବନ୍ଦୀ ମଧ୍ୟ ରେକର୍ଡ କରାଇ ନେଇଥିଲା ।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଅନୁୟାୟୀ, ପୁଅର ମୃତ୍ୟୁ ପଛରେ ବୋହୂ ବିଦ୍ୟାଭାରତୀଙ୍କ ହାତ ରହିଛି । ପାରଳାଖେମୁଣ୍ଡି ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପର୍କ ରହିଥିଲା । ତେଣୁ ଜାଣିଶୁଣି ଡିଏଫଓ ସୌମ୍ୟଙ୍କୁ ରାତ୍ରି ଡ୍ୟୁଟିରେ ପଠାଉଥିଲେ ଏବଂ ତାଙ୍କ ଅନୁପସ୍ଥିତିରେ ବାରମ୍ବାର ଘରକୁ ଯାଉଥିଲେ । ତେଣୁ ସୌମ୍ୟଙ୍କୁ ପୋଡି ମାରିବା ପଛରେ ଡିଏଫଓ, ବୋହୂ ଏବଂ ସୌମ୍ୟଙ୍କ ଘରେ ରୋଷେଇ କରୁଥିବା ଗାର୍ଡର ହାତ ରହିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହାକୁ ବିଦ୍ୟାଭାରତୀ ଓ ଡିଏଫଏ ଖଣ୍ଡନ କରିଛନ୍ତି । ଘଟଣାର ୪୮ ଘଣ୍ଟା ଯାଏଁ ଏନେଇ ପଦୁଟିଏ ମଧ୍ୟ ମୁହଁ ଖୋଲି ନଥିବା ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ବୁଧବାର ସନ୍ଧ୍ୟାରେ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସଫେଇ ଦେଇଛନ୍ତି ।

ସୌମ୍ୟଙ୍କ ପତ୍ନୀଙ୍କ ସହ ସେ କେବେ ବି କଥା ହୋଇନାହାନ୍ତି । ଘଟଣା ଦିନ ରାତିରେ ସେ ନିଜ ବାସଭବନରେ ଥିବାବେଳେ ସୌମ୍ୟଙ୍କ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତାଙ୍କ କ୍ବାର୍ଟରରେ ପହଞ୍ଚିଥିଲେ ଏବଂ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଇଥିଲେ । ଏଣୁ ଯେଉଁମାନେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ସେମାନେ ମାନସିକ ଭାରସାମ୍ୟ ହରାଇ ଏଭଳି କରିଥିବା ପାଲଟା ଅଭିଯୋଗ କରିଛନ୍ତି ଡିଏଫଓ । ସେପଟେ ସୌମ୍ୟଙ୍କ ଓକିଲ କହିଛନ୍ତି କି ଏହି ସରକାରୀ ବାସଭବନ ଘଟଣାସ୍ଥଳ ନୁହେଁ । ଅନ୍ୟ କେଉଁଠାରେ ସୌମ୍ୟଙ୍କ ହତ୍ୟା କରାଯାଇ ତାଙ୍କ କ୍ବାର୍ଟରକୁ ମୃତ୍ୟୁସ୍ଥଳ ଭାବେ ଦର୍ଶାଯାଉଛି । ଆହୁରି ମଧ୍ୟ ଗୋଟିଏ ମଣିଷ ପୋଡିଯାଇଛି ଅଥଚ ଘରର କୌଣସି ଜିନିଷ ନଷ୍ଟ ହୋଇନାହିଁ କି କାନ୍ଥ କଳା ପଡିନି । ଯାହାକି ସନ୍ଦେହକୁ ଆହୁରି ଦୃଢୀଭୂତ କରୁଛି । ତେଣୁ ଘଟଣାର ଉପଯୁକ୍ତ ତଦନ୍ତ ହେଲେ ସବୁ ରହସ୍ୟ ଉପରୁ ପରଦା ଉଠିବ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 19, 2021, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.